Posted inଫୁରସତ

ପ୍ରଥମ ରୋଜଗାର ଦରମା ଟଙ୍କାରେ ମା’ଙ୍କୁ କାନଫୁଲ କିଣିକି ଦେଇଥିଲି

ସାମାଜିକ କର୍ମୀ ପୀତାମ୍ବର ରାଉତ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଗାଁରେ ମୋର ଜନ୍ମ। ଚାରି ଭାଇଭଉଣୀ (ଗୋଟିଏ ଭଉଣୀ ଓ ତିନି ଭାଇ) ଭିତରେ ମୁଁ ହେଲି ୨ୟ ନମ୍ବର। କିନ୍ତୁ ଭାଇମାନଙ୍କ ଭିତରେ ଥିଲି ବଡ଼। ଆଇ.ଏ. ପଢ଼ିବା ସମୟରେ ବାପା କ୍ୟାନସର୍‌ରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ। ସେତେବେଳେ ମା’ ତାଙ୍କର ସୁନାର ନୋଳିକୁ ବିକି ପରୀକ୍ଷା ପାଇଁ ମୋର ଫର୍ମ ଫିଲପ୍‌ କରାଇ ମୋତେ ବହୁ କଷ୍ଟରେ ପଢ଼ାଇଥିଲେ। ଆଉ ତାଙ୍କରି ପାଇଁ ହିଁ ମୁଁ ଏସ୍‌.ଏନ୍‌. କଲେଜରୁ ୧୯୮୬ରେ ବି.ଏ. ପାସ୍‌ କରିପାରିଥିଲି। ତେବେ ଘରର ବଡ଼ ପୁଅ ହିସାବରେ ପରିବାର ପ୍ରତି କିଛି ଦାୟିତ୍ୱ ଥିବା ଯୋଗୁ ବି.ଏ. ପରେ ରୋଜଗାର କରିବା ଆଶାରେ ରାଜସ୍ଥାନ ଯାଇ ଏକ ଜୋତା କମ୍ପାନୀରେ କାମ କଲି। ସେଠାରେ ମୋତେ ତିନିଶହ ଟଙ୍କା ଦରମା ମିଳିଲା; ସେଥିରୁ ଦୁଇଶହ ଟଙ୍କା ଘରଭଡ଼ା ଦେଇସାରିଲା ପରେ ଶହେ ଟଙ୍କାରେ ବହୁ କଷ୍ଟରେ ଚଳିବାକୁ ପଡୁଥିଲା। ତେଣୁ ଦୁଇମାସ ପରେ ସେ କାମ ଛାଡ଼ି ଏକ ଟିଭି ପିକ୍ଚର ଟ୍ୟୁବ୍‌ କମ୍ପାନୀରେ ଟ୍ରେନିଂ ନେବା ସହ କାମ କଲି। ସେଠି ମୋତେ ସାତ ଶହ ଟଙ୍କା ଦରମା ମିଳିଲା। ନିଜ ଖର୍ଚ୍ଚ ପାଇଁ କିଛି ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ପାଖାପାଖି ଦୁଇ ବର୍ଷ ସେଠାରେ ରହିଲି। ଆଉ ତା’ରି ଭିତରେ ସେଠାରେ ଏକ ଯୁବ ସଂଗଠନ ଗଢ଼ି ସେଠି ଥିବା ସମସ୍ତ ଓଡ଼ିଆ ଭାଇଙ୍କୁ ଏକାଠି କରିବା ସହ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାର ଭିନ୍ନ ପ୍ରୟାସ ମଧ୍ୟ ମୁଁ କରିଥିଲି। ଦୁଇବର୍ଷ ପରେ ଓଡ଼ିଶା ଫେରିଆସି କନିଷ୍ଠ କିରାଣି ଭାବେ କଟକ ଉନ୍ନୟନ କର୍ତ୍ତୃପକ୍ଷରେ କାମ କରିବାକୁ ଲାଗିଲି। ଏଠି ଯେଉଁ ଦରମା ମିଳିଲା ସେଥିରୁ କିଛି କିଛି ସଞ୍ଚୟ କରି ମୋ ମା’ଙ୍କୁ ପ୍ରଥମେ ଏକ ସୁନା କାନଫୁଲ ଦେଇଥିଲି। ମା’ ସେଦିନ ବହୁତ ଖୁସି ହୋଇଥିଲେ ଆଉ ମୋତେ ଖୁବ୍‌ ଆଶୀର୍ବାଦ କରିଥିଲେ। ଆଉ ତାଙ୍କରି ଆଶୀର୍ବାଦରୁ ଏହି ଚାକିରିରେ ଧୀରେ ଧୀରେ ପ୍ରମୋଶନ ପାଇ ବରିଷ୍ଠ ସହାୟକ ଭାବେ ଏପ୍ରିଲ୍‌ ୨୦୨୦ରେ ଅବସର ନେଲି। ଅବଶ୍ୟ ତାରି ଭିତରେ ୨୦୦୭ରୁ ବୀରେନ୍‌ ମିତ୍ର ପାଠାଗାରର ଇନ୍‌ଚାର୍ଜ ଭାବରେ ମଧ୍ୟ ଦାୟିତ୍ୱ ସମ୍ଭାଳୁଥିଲି। ଏଥିସହିତ ବିଭିନ୍ନ ସାମ୍ପ୍ରତିକ ଘଟଣାବଳୀକୁ ନେଇ ଅନେକ ଲେଖାଲେଖି ବି ମୁଁ କରିଥିଲି। ୟା’ଭିତରେ ମୋର ଅନେକ ଲେଖା ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇ ପାଠକଙ୍କ ଦ୍ୱାରା ଆଦୃତ ହୋଇସାରିଲାଣି। କେବଳ ଏତିକି ନୁହେଁ ୨୦୦୬ ମସିହାରୁ ମୁଁ ଓଡ଼ିଶା ବାୟାଚଢ଼େଇ ସୁରକ୍ଷା ଅଭିଯାନର ଆବାହକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଆସୁଛି। ବାୟା ଚଢ଼େଇଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କର ବଂଶ ବିସ୍ତାର କିପରି ହୋଇପାରିବ ସେ ନେଇ ଜନ ସଚେତନତା ସୃଷ୍ଟି କରାଇବା ସହ ଅଧିକରୁ ଅଧିକ ଗଛ ଲଗାଇବା ପ୍ରତି ମଧ୍ୟ ଧ୍ୟାନ ଦେଉଛି। ୟା’ ଭିତରେ ନିଜସ୍ବ ଉଦ୍ୟମରେ ନିଆଳି, ଅସ୍ତରଙ୍ଗ, ପୁରୀ, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ପ୍ରାୟ ଛଅ ହଜାରରୁ ଊର୍ଦ୍ଧ୍ୱ ଗଛ (ବିଶେଷ କରି ବାୟା ଚଢ଼େଇ ବସା ପାଇଁ ଆବଶ୍ୟକ ହେଉଥିବା ତାଳଗଛ) ଲଗାଇ ସାରିଲିଣି। ଯେଉଁଥିପାଇଁ ୨୦୧୩ ମସିହାରେ ଓଡ଼ିଶା ସରକାରଙ୍କ ତରଫରୁ ମୋତେ ପ୍ରକୃତିବନ୍ଧୁ ପୁରସ୍କାର ମଧ୍ୟ ମିଳିସାରିଲାଣି। ତା’ଛଡ଼ା ଦୀର୍ଘ ବର୍ଷ ହେବ ପକ୍ଷୀମାନଙ୍କ ଖାଇବା ପାଇଁ ପ୍ରତିଦିନ ସକାଳୁ ଛାତ ଉପରେ ଚାଉଳ ଓ ପାଣି ଥୋଇବା ମୋର ଯେମିତି ଏକ ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଯାଇଛି। ସେମାନଙ୍କ କାକ୍କଳୀ ମୋତେ ଯେପରି ତାଙ୍କ ପାଖକୁ ଟାଣି ଆଣୁଛି। ତେଣୁ ଅବସର ପରଠୁ ଏହି ପକ୍ଷୀମାନଙ୍କ ଭଲମନ୍ଦ କଥା ବୁଝିବା ଆଉ ଲେଖାଲେଖି କରିବାରେ ହିଁ ମୋର ସମୟ ବିତୁଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri