Posted inଫୁରସତ

ପ୍ରଥମ ରୋଜଗାର ଦରମା ଟଙ୍କାରେ ମା’ଙ୍କୁ କାନଫୁଲ କିଣିକି ଦେଇଥିଲି

ସାମାଜିକ କର୍ମୀ ପୀତାମ୍ବର ରାଉତ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଗାଁରେ ମୋର ଜନ୍ମ। ଚାରି ଭାଇଭଉଣୀ (ଗୋଟିଏ ଭଉଣୀ ଓ ତିନି ଭାଇ) ଭିତରେ ମୁଁ ହେଲି ୨ୟ ନମ୍ବର। କିନ୍ତୁ ଭାଇମାନଙ୍କ ଭିତରେ ଥିଲି ବଡ଼। ଆଇ.ଏ. ପଢ଼ିବା ସମୟରେ ବାପା କ୍ୟାନସର୍‌ରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ। ସେତେବେଳେ ମା’ ତାଙ୍କର ସୁନାର ନୋଳିକୁ ବିକି ପରୀକ୍ଷା ପାଇଁ ମୋର ଫର୍ମ ଫିଲପ୍‌ କରାଇ ମୋତେ ବହୁ କଷ୍ଟରେ ପଢ଼ାଇଥିଲେ। ଆଉ ତାଙ୍କରି ପାଇଁ ହିଁ ମୁଁ ଏସ୍‌.ଏନ୍‌. କଲେଜରୁ ୧୯୮୬ରେ ବି.ଏ. ପାସ୍‌ କରିପାରିଥିଲି। ତେବେ ଘରର ବଡ଼ ପୁଅ ହିସାବରେ ପରିବାର ପ୍ରତି କିଛି ଦାୟିତ୍ୱ ଥିବା ଯୋଗୁ ବି.ଏ. ପରେ ରୋଜଗାର କରିବା ଆଶାରେ ରାଜସ୍ଥାନ ଯାଇ ଏକ ଜୋତା କମ୍ପାନୀରେ କାମ କଲି। ସେଠାରେ ମୋତେ ତିନିଶହ ଟଙ୍କା ଦରମା ମିଳିଲା; ସେଥିରୁ ଦୁଇଶହ ଟଙ୍କା ଘରଭଡ଼ା ଦେଇସାରିଲା ପରେ ଶହେ ଟଙ୍କାରେ ବହୁ କଷ୍ଟରେ ଚଳିବାକୁ ପଡୁଥିଲା। ତେଣୁ ଦୁଇମାସ ପରେ ସେ କାମ ଛାଡ଼ି ଏକ ଟିଭି ପିକ୍ଚର ଟ୍ୟୁବ୍‌ କମ୍ପାନୀରେ ଟ୍ରେନିଂ ନେବା ସହ କାମ କଲି। ସେଠି ମୋତେ ସାତ ଶହ ଟଙ୍କା ଦରମା ମିଳିଲା। ନିଜ ଖର୍ଚ୍ଚ ପାଇଁ କିଛି ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ପାଖାପାଖି ଦୁଇ ବର୍ଷ ସେଠାରେ ରହିଲି। ଆଉ ତା’ରି ଭିତରେ ସେଠାରେ ଏକ ଯୁବ ସଂଗଠନ ଗଢ଼ି ସେଠି ଥିବା ସମସ୍ତ ଓଡ଼ିଆ ଭାଇଙ୍କୁ ଏକାଠି କରିବା ସହ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାର ଭିନ୍ନ ପ୍ରୟାସ ମଧ୍ୟ ମୁଁ କରିଥିଲି। ଦୁଇବର୍ଷ ପରେ ଓଡ଼ିଶା ଫେରିଆସି କନିଷ୍ଠ କିରାଣି ଭାବେ କଟକ ଉନ୍ନୟନ କର୍ତ୍ତୃପକ୍ଷରେ କାମ କରିବାକୁ ଲାଗିଲି। ଏଠି ଯେଉଁ ଦରମା ମିଳିଲା ସେଥିରୁ କିଛି କିଛି ସଞ୍ଚୟ କରି ମୋ ମା’ଙ୍କୁ ପ୍ରଥମେ ଏକ ସୁନା କାନଫୁଲ ଦେଇଥିଲି। ମା’ ସେଦିନ ବହୁତ ଖୁସି ହୋଇଥିଲେ ଆଉ ମୋତେ ଖୁବ୍‌ ଆଶୀର୍ବାଦ କରିଥିଲେ। ଆଉ ତାଙ୍କରି ଆଶୀର୍ବାଦରୁ ଏହି ଚାକିରିରେ ଧୀରେ ଧୀରେ ପ୍ରମୋଶନ ପାଇ ବରିଷ୍ଠ ସହାୟକ ଭାବେ ଏପ୍ରିଲ୍‌ ୨୦୨୦ରେ ଅବସର ନେଲି। ଅବଶ୍ୟ ତାରି ଭିତରେ ୨୦୦୭ରୁ ବୀରେନ୍‌ ମିତ୍ର ପାଠାଗାରର ଇନ୍‌ଚାର୍ଜ ଭାବରେ ମଧ୍ୟ ଦାୟିତ୍ୱ ସମ୍ଭାଳୁଥିଲି। ଏଥିସହିତ ବିଭିନ୍ନ ସାମ୍ପ୍ରତିକ ଘଟଣାବଳୀକୁ ନେଇ ଅନେକ ଲେଖାଲେଖି ବି ମୁଁ କରିଥିଲି। ୟା’ଭିତରେ ମୋର ଅନେକ ଲେଖା ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇ ପାଠକଙ୍କ ଦ୍ୱାରା ଆଦୃତ ହୋଇସାରିଲାଣି। କେବଳ ଏତିକି ନୁହେଁ ୨୦୦୬ ମସିହାରୁ ମୁଁ ଓଡ଼ିଶା ବାୟାଚଢ଼େଇ ସୁରକ୍ଷା ଅଭିଯାନର ଆବାହକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଆସୁଛି। ବାୟା ଚଢ଼େଇଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କର ବଂଶ ବିସ୍ତାର କିପରି ହୋଇପାରିବ ସେ ନେଇ ଜନ ସଚେତନତା ସୃଷ୍ଟି କରାଇବା ସହ ଅଧିକରୁ ଅଧିକ ଗଛ ଲଗାଇବା ପ୍ରତି ମଧ୍ୟ ଧ୍ୟାନ ଦେଉଛି। ୟା’ ଭିତରେ ନିଜସ୍ବ ଉଦ୍ୟମରେ ନିଆଳି, ଅସ୍ତରଙ୍ଗ, ପୁରୀ, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ପ୍ରାୟ ଛଅ ହଜାରରୁ ଊର୍ଦ୍ଧ୍ୱ ଗଛ (ବିଶେଷ କରି ବାୟା ଚଢ଼େଇ ବସା ପାଇଁ ଆବଶ୍ୟକ ହେଉଥିବା ତାଳଗଛ) ଲଗାଇ ସାରିଲିଣି। ଯେଉଁଥିପାଇଁ ୨୦୧୩ ମସିହାରେ ଓଡ଼ିଶା ସରକାରଙ୍କ ତରଫରୁ ମୋତେ ପ୍ରକୃତିବନ୍ଧୁ ପୁରସ୍କାର ମଧ୍ୟ ମିଳିସାରିଲାଣି। ତା’ଛଡ଼ା ଦୀର୍ଘ ବର୍ଷ ହେବ ପକ୍ଷୀମାନଙ୍କ ଖାଇବା ପାଇଁ ପ୍ରତିଦିନ ସକାଳୁ ଛାତ ଉପରେ ଚାଉଳ ଓ ପାଣି ଥୋଇବା ମୋର ଯେମିତି ଏକ ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଯାଇଛି। ସେମାନଙ୍କ କାକ୍କଳୀ ମୋତେ ଯେପରି ତାଙ୍କ ପାଖକୁ ଟାଣି ଆଣୁଛି। ତେଣୁ ଅବସର ପରଠୁ ଏହି ପକ୍ଷୀମାନଙ୍କ ଭଲମନ୍ଦ କଥା ବୁଝିବା ଆଉ ଲେଖାଲେଖି କରିବାରେ ହିଁ ମୋର ସମୟ ବିତୁଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ...

ବିଶ୍ୱର ସବୁଠୁ ବଡ଼ ଗୁମ୍ଫା: ଯେଉଁଠି ତିଆରି କରି ହେବ ୪୦ ମହଲା କୋଠା

ଆପଣ ଅନେକ ଗୁମ୍ଫା ଦେଖିଥିବେ ମାତ୍ର ବିଶ୍ୱର ସବୁଠୁ ବଡ଼ ଗୁମ୍ଫା କେଉଁଟା ଏବଂ କେଉଁଠି ଅଛି ଜାଣନ୍ତି କି? ଆଜ୍ଞା ହଁ ଏପରି ଗୁମ୍ଫା...

ଅଧା ଶରୀର କୁକୁର, ଅଧା ବାଘ

ବିଶ୍ୱରେ ଅନେକ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି। ମାତ୍ର ଏଥିମଧ୍ୟରୁ କିଛି ପ୍ରଜାତି ବିଲୁପ୍ତ ପ୍ରାୟ। ଏହିପରି ଏକ ପ୍ରଜାତି ହେଉଛି ତସମାନିଆ ବାଘ। ଏହି ପ୍ରଜାତି...

କୁକୁରର ହେଲା ବାହାଘର: ଭୋଜି ଖାଇ ନାଚିଲେ ଲୋକେ

ଭୋପାଳ,୯।୧: ମଣିଷଙ୍କର ବିବାହ ହୋଇଥାଏ। ତେବେ କେତେକ ଅଞ୍ଚଳରେ ଲୋକେ ବିଭିନ୍ନ ପରମ୍ପରା ଅନ୍ତର୍ଗତ କିଛି ପ୍ରାଣୀଙ୍କ ବିବାହ ମଧ୍ୟ କରାଇଥାନ୍ତି। ମଧ୍ୟପ୍ରଦେଶର ନିଓ୍ବାଡ଼ି ଜିଲାର...

ଅଜବ ମହୋତ୍ସବ : ଯାହା କେବେ ଦେଖି ନ ଥିବେ

ବିଶ୍ୱରେ ଅନେକ ଉତ୍ସବ ବା ମହୋତ୍ସବ ପାଳନ କରାଯାଇଥାଏ। ବିଭିନ୍ନ ଧର୍ମରେ ଉତ୍ସବ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ସାଧାରଣତଃ ଉତ୍ସବରେ ଲୋକେ ନୂଆ...

ହରାଇପାରିନି କର୍କଟ: ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବିଜୟଲକ୍ଷ୍ମୀ

ପ୍ରତି ମୁହୂର୍ତ୍ତରେ ସେ କର୍କଟ ଭଳି ଦୁରାରୋଗ୍ୟ ସହ ଲଢେଇ ଜାରି ରଖିଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି। ତଥାପି ହାର୍‌ ମାନିନାହାନ୍ତି। ନିଜେ ବଞ୍ଚତ୍ବା...

ମାସକୁ ଶହେ ଟଙ୍କାରେ ମିଳୁଛି ବିଜୁଳି

ଲକ୍ଷ୍ନୌ: ଗ୍ରାମାଞ୍ଚଳରେ ସବୁବେଳେ ବିଦ୍ୟୁତ ସଙ୍କଟ ଲାଗି ରହିଥାଏ। କେତେବେଳେ ଟ୍ରାନ୍ସଫର୍ମର ପୋଡ଼ି ତ ଆଉ କେତେବେଳେ ବର୍ଷା ଦାଉ ସାଧିଥାଏ। ଫଳରେ ଲୋକଙ୍କୁ ବିଭିନ୍ନ...

ଜୋର ଜବରଦସ୍ତ ପୋଷା ମାଙ୍କଡ଼କୁ ମଦ ପିଆଇବା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଏହି ଟାଟୁ କଳାକାର

ମାଙ୍କଡ଼କୁ ନିର୍ଯାତନା ଦେବା ଜଣେ ଟାଟୁ କଳାକାରଙ୍କୁ ମହଙ୍ଗା ପଡ଼ିଛି। ଚଣ୍ଡିଗଡ଼ରେ ରହୁଥିବା କମଲଜିତ ସିଂଙ୍କୁ ମାଙ୍କଡ଼କୁ ଘରେ ଗୃହପାଳିତ ପଶୁ ଭାବେ ରଖିବା ଏବଂ...

Advertisement

BGU

Archives

Model This Week

Why Dharitri