Posted inଫୁରସତ

ଟ୍ୟୁଶନ ଟଙ୍କାରେ ସାଇକେଲ୍‌ କିଣିଥିଲି

ଅବିଭକ୍ତ କଟକ ଜିଲା ସୁକିନ୍ଦା ବ୍ଲକର କୁମୁଡ଼ି ଗ୍ରାମରେ ୧୯୬୧ରେ ମୋର ଜନ୍ମ। ମହାଦେବ ଉଚ୍ଚ ବିଦ୍ୟାଳୟ ହରିପୁରରୁ ଏକାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି ଓ ସୁକିନ୍ଦା ବ୍ଲକ୍‌ରେ ସବୁଠାରୁ ଅଧିକ ନମ୍ବର ରଖିଥିଲି I ଘରର ଚଳଣି ଏତେ ଭଲ ନ ଥାଏ I ଭଦ୍ରକ କଲେଜରେ ପଢ଼ିଲି I ସବୁଠୁ ବଡ଼ ଭାଇ ମହେନ୍ଦ୍ର କୁମାର ଦାଶ କେନ୍ଦୁଝର ଜିଲାର ଗୋଟିଏ ଗାଁରେ ପୋଷ୍ଟ ମାଷ୍ଟର ଥାଆନ୍ତି ଓ ଆଉ ଗୋଟିଏ ଛୋଟ ଦୋକାନ ଥାଏ I ଯୋଗକୁ ସେଇ ବର୍ଷ ବଡ଼ ଭାଇ ସୁରେନ୍ଦ୍ର କୁମାର ଦାଶ ମଧ୍ୟ ଜେନାପୁର ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ପଣ୍ଡିତ ହିସାବରେ ଯୋଗଦେଲେ। ବୋଧହୁଏ, ଦରମା ତିନି ଶହ ଟଙ୍କା ଥିଲା I ତିନିଶହ ଟଙ୍କାରୁ ମତେ ପ୍ରତି ମାସରେ ୧୦୦ ଟଙ୍କା ଦିଅନ୍ତି I ମାର୍ଚ୍ଚ ମାସରେ ଦରମା ପାଇବାରେ ଡେରି ହୁଏ, ତେଣୁ ସବୁଠୁ ବଡ଼ ଭାଇ ସେଇ ମାସର ତାଙ୍କର ସମ୍ପୂର୍ଣ୍ଣ ଦରମା ଅଶୀ ଟଙ୍କା ପଠାନ୍ତି, ଯାହା ନିଅଣ୍ଟ ପଡ଼େ I ସେତେବେଳେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ଅଧିକ ନମ୍ବର ରଖିଥିବା ପ୍ରଥମ ପାଞ୍ଚ ଶହ ପିଲାଙ୍କୁ ମିଳେ I ସେହିବର୍ଷ ପ୍ରଥମ ପାଞ୍ଚ ଶହ ନମ୍ବର ରଖିଥିବା ପାଞ୍ଚଶହ ପିଲାଙ୍କ ଭିତରେ ମୋ ନଁା ନ ଥିଲା I ମାତ୍ର ଗୋଟିଏ ନମ୍ବର ପାଇଁ ମୁଁ ନ୍ୟାଶନାଲ୍‌ ସ୍କଲାରଶିପ୍‌ ପାଇବାରୁ ବଞ୍ଚତ୍ତ ହେଲି I କିନ୍ତୁ ମତେ ଜୁନିଅର୍‌ ସ୍କଲାରଶିପ୍‌ ମାସିକ ଚାଳିଶ ଟଙ୍କା ମିଳିଲା I କିନ୍ତୁ ଏହା ପ୍ରତି ମାସରେ ନ ମିଳି ବର୍ଷ ଶେଷରେ ଏକାଥରେ ଚାରିଶହ ଅଶୀ ଟଙ୍କା ମିଳେ I ଯଦିଓ ଏହାକୁ ମୁଁ ପ୍ରଥମ ରୋଜଗାର ବୋଲି ଭାବେନି ତଥାପି ଏହା ମତେ ବହୁତ ଖୁସି ଦେଇଥିଲା I ବର୍ଷ ସାରା ହଳିଏ ପ୍ୟାଣ୍ଟ୍‌ ଶାର୍ଟ ପିନ୍ଧୁଥିଲି ଓ ମୋ ପାଖରେ କିଛି ବହି ନ ଥିଲା I ସେଥିପାଇଁ ଏଇ ପଇସାରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ଦୁଇଟି ବହି ଓ ହଳେ ନୂଆ ପ୍ୟାଣ୍ଟ ଶାର୍ଟ କପଡା କିଣି ଦରଜି ପାଖରେ ବନେଇଲି I ଏବେ ମୋ ପାଖରେ ଦୁଇହଳ ଡ୍ରେସ୍‌ I ମୁଁ ବହୁତ ଖୁସି I ଆଇ.ଏସ୍‌ସି.ରେ ପ୍ରଥମ ଶ୍ରେଣୀରେ ପାସ୍‌ କଲା ପରେ ସେଇ ଭଦ୍ରକ କଲେଜରେ ଦୁଇ ବର୍ଷ ବି.ଏସ୍‌ସି. ମଧ୍ୟ ପଢ଼ି ପଦାର୍ଥ ବିଜ୍ଞାନ ସମ୍ମାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି। ତା’ପରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ, ରାଉରକେଲାରେ ପଦାର୍ଥ ବିଜ୍ଞାନରେ ଏମ.ଏସସି.ରେ ନାମ ଲେଖାଇଲି। ମାସକୁ ଅଢ଼େଇ ଶହ ଟଙ୍କା ଦିଅନ୍ତି। ମତେ ଲୋନ ସ୍କଲାରଶିପ୍‌ ଶହେ ପଚିଶ ଟଙ୍କା ମିଳେ, କିନ୍ତୁ ବର୍ଷ ଶେଷରେ I ହଲ୍‌-୪ରୁ କଲେଜ ଦୂର ଥାଏ, ସେଥିପାଇଁ ସବୁ ପିଲାଙ୍କର ସାଇକେଲ୍‌ ଥାଏ I କିଛି ଦିନ ଗଲାପରେ ବଡ଼ ନନାଙ୍କୁ କହିଲି ସାଇକେଲ୍‌ଟିଏ ଦବା ପାଇଁ I ଯାହା ହେଉ ସେ ରାଜି ହୋଇଗଲେ ଓ ମୁଁ ଦୁର୍ଗା ପୂଜା ଛୁଟିରେ ଆସି ସାଇକେଲ୍‌ଟି ନେଇଗଲି I କଲେଜ ଯିବା ଆସିବା ସୁବିଧା ହେଲା ଓ ବାହାରେ ବୁଲାବୁଲି ବି କରିହେଲା। ଦିନେ ଆମ୍ବବାଗନ ମାର୍କେଟ୍‌କୁ ଯାଇଥିଲି I ସାଇକେଲରେ ଚାବି ଦେଇ ମାର୍କେଟ୍‌ରୁ କିଛି ଜିନିଷ କିଣି ଫେରିଲା ବେଳକୁ ସାଇକେଲ୍‌ ନାହିଁ । ଯେତେ ଖୋଜାଖୋଜି କଲେ ବି ଆଉ ମିଳିଲାନି I ଥାନାରେ ଖବର ଦେଲି। କିଛି ଲାଭ ହେଲାନି I ବଡ଼ ଭାଇଙ୍କୁ ସାଇକେଲ୍‌ ଚୋରି ହୋଇଗଲା ବୋଲି ଜଣେଇଲିନି I ଆମର ଜଣେ ପ୍ରଫେସର୍‌ ଡ. ମିଶ୍ର କେମିତି ମୋ କଥା ଜାଣିଲେ କେଜାଣି ମତେ ଜଣଙ୍କ ଘରେ ଟ୍ୟୁଶନ କରିବାକୁ କହିଲେ। ସେକ୍ଟର୍‌-୧ରେ ଦାସ ବାବୁ ବୋଲି ଜଣଙ୍କ ଘରକୁ ମତେ ତାଙ୍କ ସ୍କୁଟରରେ ବସେଇ ନେଇଗଲେ। କଥାବାର୍ତ୍ତା ହେଲା ପରେ ତାଙ୍କର ନବମ ଶ୍ରେଣୀରେ ପଢୁଥିବା ଝିଅ ମାମିକୁ ପଢ଼ାଇବାକୁ କହିଲେ। ତା’ ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇ ଭାଇ ବସିବେ। ମାସକୁ ୧୦୦ ଟଙ୍କା ଦରମା। ୨/୩ କି.ମି ରାସ୍ତା, କେତେବେଳେ ଚାଲି ଚାଲି ତ କେତେବେଳେ କାହା ସାଇକେଲ୍‌ ଆଣି ପଢ଼େଇବାକୁ ଆସେ। ଏଇମିତି ତିନି ଚାରି ମାସ ପଢ଼େଇଲା ପରେ ମୋର ସାଇକେଲ୍‌ କିଣିବା ପାଇଁ ପଇସା ହୋଇଗଲା। ୩୫୦ ଟଙ୍କାରେ ଗୋଟିଏ ଲେଡିଜ୍‌ ସାଇକେଲ୍‌ କିଣିଲି I ଭାବିଲି ଲେଡିଜ୍‌ ସାଇକେଲ୍‌ କିଣିଲେ ଝିଆରୀକୁ ଦେଇଦେବି। ଏଇ ସାଇକେଲ୍‌ କିଣିବା ମୋର ପ୍ରଥମ ରୋଜଗାରରୁ ହୋଇଥିଲା ଏବଂ ମତେ ବହୁତ ଖୁସି ଆଣି ଦେଇଥିଲା I ତେବେ ଏମ୍‌.ଏସ୍‌ସି ପରେ ଚାକିରୀ ଜୀବନ ରାଉରକେଲାର ଗାନ୍ଧୀ ମହାବିଦ୍ୟାଳୟରୁ ଆରମ୍ଭ କରି ଶେଷରେ ଅଧ୍ୟକ୍ଷ ଭାବେ ବାଜି ରାଉତ୍‌ କଲେଜରୁ ୨୦୨୧ରେ ଅବସର ଗ୍ରହଣ କରିଥିଲି। ମୁଁ ଅନେକ ପାଠ୍ୟପୁସ୍ତକ ଲେଖିବା ସହ ଗଳ୍ପ ଓ ଉପନ୍ୟାସ ଲେଖିବାରେ ମଧ୍ୟ ରୁଚି ରଖିଛି। ନିକଟରେ ମୋର ଏକ ଉପନ୍ୟାସ ‘ଚଗଲା ଓ ଚଗଲି’ ମଧ୍ୟ ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri