Categories: ଜାତୀୟ

ମୁଁ ନିର୍ବାଚିତ ମୁଖ୍ୟମନ୍ତ୍ରୀ, କିନ୍ତୁ ଆପଣ କିଏ ? ଉପରାଜ୍ୟପାଳଙ୍କୁ କେଜରିଓ୍ବାଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୭।୧ : ଦିଲ୍ଲୀର ଶିକ୍ଷକଙ୍କୁ ତାଲିମ ପାଇଁ ଫିନଲାଣ୍ଡ ପଠାଇବାକୁ ରୋକିବା ନେଇ ବିଧାନସଭାରେ ବାକ୍‌ ଯୁଦ୍ଧ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଉପରାଜ୍ୟପାଳ ଭି.କେ.ସାକ୍ସସେନାକୁ କଡ଼ା ସମାଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉପରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ଆମେ ନିର୍ବାଚିତ ଜନ ପ୍ରତିନିଧି,କିନ୍ତୁ ଆପଣ କିଏ ? ଆମେ ପିଲାଙ୍କୁ ଭଲ ଶିକ୍ଷାଦାନ ଲାଗି ଉଦ୍ୟମ କରୁଛୁ। ମାତ୍ର ଏଥିରେ ବାଧା ଦେବା ଠିକ ନୁହେଁ। ଉପରାଜ୍ୟପାଳ ସମସ୍ତ ଫାଇଲ ଟିକିନିଖି ଯାଞ୍ଚ୍‌ କରୁଛନ୍ତି।

ମୋ ଶିକ୍ଷକମାନେ ମୋ ହୋମଓ୍ବାର୍କ କେବେ ମଧ୍ୟ ଏଭଳି ତଦାରଖ କରି ନ ଥିଲେ। ଦିଲ୍ଲୀର ୨ କୋଟି ଲୋକେ ମୋତେ ନିର୍ବାଚିତ କରିଛନ୍ତି। ମୁଁ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ। ଏପରି ସ୍ଥଳେ ଆପଣଙ୍କ ସ୍ଥିତି କ’ଣ ରହିଛି ବୋଲି ସେ ଉପରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି।

ମୁଁ ମୁଖ୍ୟମନ୍ତ୍ରୀ, ମନୀଷ ସିସୋଡିଆ ଶିକ୍ଷାମନ୍ତ୍ରୀ। ସେ ରାଜ୍ୟର ଶିକ୍ଷକଙ୍କୁ ଭଲ ତାଲିମ ଦେବାକୁ ଚାହୁଁଛନ୍ତି। ମାତ୍ର ତାଙ୍କୁ ରୋକା ଯାଉଛି ବୋଲି ସେ କହିଛନ୍ତି।

Share