Posted inUncategorized

ଧୋକା ଦେଉଛି ନାମୀଦାମୀ କମ୍ପାନୀର ଧାନ ବିହନ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): ଚଳିତ ଖରିଫ ଚାଷ ପାଇଁ ଚାଷୀମାନେ ଧାନ ବିହନ ତଳି ପକାଇଥିଲେ। ହେଲେ ଆବଶ୍ୟକ ଗଜା ବାହାରିଲାନାହିଁ। କେଉଁଠି ୨୦ ପ୍ରତିଶତ ତ କେଉଁଠି ୩୦ପ୍ରତିଶନ ଗଜା ବାହାରିଛି। କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ଏହି ସମସ୍ୟା। ଅଧିକ ଅମଳ ହେବା ଆଶାରେ ଚାଷୀମାନେ ବିଭିନ୍ନ ନାମୀଦାମୀ କମ୍ପାନୀର ବିହନ କିଣି କ୍ଷେତରେ ପକାଇଥିଲେ। ହେଲେ ଧୋକା ଦେଇଛି ବିହନ।
ଜିଲାର ଧର୍ମଗଡ ବ୍ଲକ ତମ୍ବାଛଡା, ନନ୍ଦଗାଁ ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ନିର୍ଦ୍ଦିଷ୍ଟ କମ୍ପାନୀର ମହିମା ଧାନ ବିହନ ଓ ଅନ୍ୟ ଏକ କମ୍ପାନୀର ୭୦-୭୫ ଧାନ ବିହନ ସରକାରୀ ସୀକୃତି ପ୍ରାପ୍ତ ଦେକାନରୁ କିଣିଥିଲେ। ଏହା ପରେ ଜମିରେ କାଦୁଅ କରି ବିହନ ବୁଣିଥିଲେ। ବୁଣିବାର ୪ ରୁ ୫ ଦିନ ପରେ ଗଜା ହେବାକୁ ଥିବା ବେଳେ ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ଆବଶ୍ୟକ ଗଜା ହେଲା ନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଲେଣି ପଡିଛି। ଏହା ଗଜା ନ ହେବାରୁ ନିକଟସ୍ଥ କୃଷି ବିଭାଗକୁ ଚାଷୀମାନେ ଯୋଗାଯୋଗ କରିଥିଲେ। ତୁରନ୍ତ ବିଭାଗୀୟ ଅଧକାରୀ ଜମି ପରିଦର୍ଶନ କରି ଏହି ବିହନରେ ଅସୁବିଧା ଥିବା ମଧ୍ୟ ସ୍ବୀକାର କରିଥିଲେ। କୃଷି ବିଭାଗ ପକ୍ଷରୁ ଏହି ସବୁ ଧାନ ବିହନ କିଣିଥିବା ଚାଷୀଙ୍କ ଟଙ୍କା ଫେରାଇବାକୁ ସମ୍ପୃକ୍ତ ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେତେକ ଚାଷୀ ବିହନ ବାବଦକୁ ଦେଇଥିବା ଟଙ୍କା ଫେରି ପାଇଛନ୍ତି। କେତେକ ଚାଷୀ ଅନ୍ୟ ଧାନବିହନ ଆଣୁଛନ୍ତି। ଚାଷୀ ଏବେ ପୁଣି ଖର୍ଚ୍ଚ କରି କ୍ଷେତ କାଦୁଅ କରି ଅନ୍ୟ ବିହନ ପକାଇବାକୁ ବାଧ୍ୟ ହେଉଛନ୍ତି। ଅଯଥାରେ ଦୁଇଥର ଖର୍ଚ୍ଚାନ୍ତ ହୋଇଛନ୍ତି। ଜିଲାର ଅଣ ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ପାଇଁ ଏହି ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ବର୍ତ୍ତମାନ ପରିପେକ୍ଷୀରେ ପର୍ଯ୍ୟାପ୍ତ ପରିମାଣର ବର୍ଷା ନାହିଁ। ଧର୍ମଗଡ଼ ବ୍ଲକ ତମ୍ବାଛଡାର ଚାଷୀ ଭାଗିରଥି ପାଟଯୋଶୀ କହିଛନ୍ତି,
୧୫ ଏକର ପାଇଁ ମହିମା ଧାନ ବିହନ ଆଣିଥିଲେ। ବିହନ ପକାଇବା ପରେ ୨୦ ରୁ ୩୦ ପ୍ରତିଶତ ଧାନ ଗଜା ହେଇଛି। ସେହିପରି ମାଲପଡ଼ା ଗ୍ରାମର ଚାଷୀ ବ୍ରହ୍ମା ନାଏକ କହିଛନ୍ତି, ୭୦-୭୫ ଧାନ ବିହନ ତଳି ପକାଇଥିଲେ। ସପ୍ତାହେ ପରେ ବି ଗଜା ଆସିଲା ନାହିଁ।
କଳାହାଣ୍ଡି ଜିଲାରେ ବିଭିନ୍ନ ସରକାରୀ ସ୍ବୀକୃତିପ୍ରାପ୍ତ ବିହନ ଦେକାନରେ ଏହି ସବୁ ବିହନ ମହଜୁଦ ଥିବାବେଳେ ଯାଞ୍ଚ ହେବା ଆବଶ୍ୟକ ବୋଲି ମତ ରଖିଛନ୍ତି ଚାଷୀନେତା। ସେହିପରି ଡିଲରମାନେ ବିହନ ବିକ୍ରି କରିବା ପୂର୍ବରୁ ସେହି ବିହନ କେତେ ପ୍ରତିଶତ ଗଜା ହେଉଛି ତାହା ମଧ୍ୟ ପରୀକ୍ଷା କରିବା ନିୟମ ରହିଛି ବୋଲି କୃଷି ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ବିହନ ଡିଲର। ଏ ନେଇ ଧର୍ମଗଡ଼ କୃଷି ଜିଲା ଅଧିକାରୀ ସଞ୍ଜୟ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଯେଉଁ ଚାଷୀମାନଙ୍କ କ୍ଷେତ୍ରରେ ଏପରି ସମସ୍ୟା ଦେଖାଦେଇଛି। ସେମାନଙ୍କୁ ଟଙ୍କା ଫେରାଇବାକୁ ସମ୍ପୃକ୍ତ ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri