Categories: ଖେଳ

ମୁଁ ସେଭଳି ଅଧିନାୟକ ନୁହେଁ, ଯିଏ କାମ ହାସଲ ପାଇଁ ଖେଳାଳିମାନଙ୍କ ପଛରେ ପଡ଼ିଯିବ: ରୋହିତଙ୍କ ଏହି ମନ୍ତବ୍ୟକୁ ନେଇ ହେଉଛି ଏଭଳି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୧: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲାଭ କରିଛି। ପଞ୍ଚମ ଥର ପାଇଁ ଆଇପିଏଲ୍‌ ଟାଇଟଲ ନିଜ ନାମରେ କରିବାରେ ରୋହିତ ଶର୍ମାଙ୍କ ଦଳ ସଫଳ ହୋଇଛି। ଟସ୍‌ ହାରିବା ପରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ପରେ ୧୫୭ ରନ୍‌ର ବିଜୟଲକ୍ଷ୍ୟକୁ ସାମ୍ନା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳ ରୋହିତଙ୍କ ୬୮ ରନ୍‌ର ସହାୟତାରେ ସହଜରେ ହାସଲ କରିନେଇଥିଲା।

ଦଳର ପଞ୍ଚମ ଜିତ୍‌କୁ ନେଇ ଖୁସିବ୍ୟକ୍ତ କରି ରୋହିତ କହିଛନ୍ତି, ଟୁର୍ନାମେଣ୍ଟରେ ଜିତିବାର ଅଭ୍ୟାସ ରଖିବାର ଆବଶ୍ୟକତା ରହିଛି। ଅଧିନାୟକ ଭାବେ ପୁରା ସିଜନ୍‌ରେ ଦଳର ପ୍ରଦର୍ଶନରେ ମୁଁ ଖୁସି। ମୋତେ ଖେଳାଳିମାନଙ୍କଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଉଚିତ ସନ୍ତୁଳନ ଖୋଜିବାର ଥିଲା। ମୁଁ ସେଭଳି ଅଧିନାୟକ ନୁହେଁ ଯିଏ ଖେଳାଳିମାନଙ୍କ ପଛରେ ପଡ଼ିଯିବ। ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରଖିବା ମହତ୍ୱପୂର୍ଣ୍ଣ। କ୍ରୁଣାଳ, ହାର୍ଦ୍ଦିକ ଏବଂ ପୋଲାର୍ଡ ଦୀର୍ଘ ସମୟ ଧରି ନିଜର ଭୂମିକା ନିର୍ବାହ କରୁଛନ୍ତି। ତାଙ୍କୁ କ’ଣ କରିବାକୁ ହେବ ସେମାନେ ଜାଣନ୍ତି ବୋଲି ରୋହିତ କହିଛନ୍ତି। ତେବେ ଇସାରାରେ ରୋହିତଙ୍କ ଏଭଳି ମନ୍ତବ୍ୟ ବଡ଼ କଥା କହିଥିବା ନେଇ ଚର୍ଚ୍ଚା ହେଉଛି।

Share