ଭାଜପାର କରୋନା ଭ୍ୟାକ୍ସିନ ଉପରେ ଭରସା ନାହିଁଁ : ଅଖିଳେଶ

ଲକ୍ଷ୍ନୌ,୨ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ଏନ ନୂଆ ରଙ୍ଗ ଦେଇଛନ୍ତି । ଶନିବାର ସାରା ଦେଶରେ କରୋନା ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଥିବା ବେଳେ ଅଖିଳେଶ କହିଛନ୍ତି ମୁଁ କରୋନା ଭ୍ୟାକ୍ସିନ ନେବି ନାହିଁ । କାରଣ ଭାରତୀୟ ଜନତା ପାଟି(ଭାଜପା)ର ଭ୍ୟାକ୍ସିନ ଉପରେ ମୋର ଭରସା ନାହିଁ । ଯେବେ ଆମ ସରକାର ଗଠନ ହେବେ ତେବେ ସମସ୍ତଙ୍କୁ ମାଗଣାରେ କରୋନା ଭ୍ୟାକ୍ସିନ ମିଳିବ ଓ ମୁଁ ସେତେବେଳେ ଭ୍ୟାକ୍ସିନ ନେବି କାରଣ ଭାଜପା ଭ୍ୟାକ୍ସିନ ଉପରେ ମୋର ଭରସା ନାହିଁ । ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀରେ କରୋନା ଭ୍ୟାକ୍ସିନର ଡ୍ରାଏରନ୍ ଆରମ୍ଭ ହୋଇଥିବା ବେଳେ ଏ ସମ୍ପର୍କରେ ସବିଶେଷ ବିବରଣୀ ନେବାକୁ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ କହିଥିଲେ, କେବଳ ଦିଲ୍ଲୀ କାହିଁକି ସାରା ଦେଶରେ ଲୋକଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର, କରୋନା ଯୋଦ୍ଧା, ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Share