Categories: ଜାତୀୟ

ମୁଁ ନୁହେଁ ସାଧାରଣ ଲୋକ, ମତେ ବି ଜଣା ଅଛି ଉତ୍ତର…

ନାସିକ,୨୪।୮: ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ରାଣେ କହିଛନ୍ତି ଯେ, ମୁଁ ସାଧାରଣ ଲୋକ ନୁହେଁ, ମୁଁ ଜଣେ କେନ୍ଦ୍ରମନ୍ତ୍ରୀ। ମତେ ବି ଉତ୍ତର ଜଣା ଅଛି। ତେବେ ଏଭଳି କରିବାକୁ ମୁଁ ଚାହୁଁ ନାହିଁ। ମୋ ବିରୋଧରେ ମାମଲା ରୁଜୁ କରାଯାଇଛି। ମତେ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେ ସମ୍ପର୍କରେ ଶୁଣିବାକୁ ପାଉଛି। ତେବେ ଏନେଇ ଅଧିକାରୀକସ୍ତରରେ ମୋତେ କେହି ଜଣାଇ ନାହାନ୍ତି। କାହାର ବିରୋଧ କରିବା କୌଣସି ଅପରାଧ ନୁହେଁ। ମୋ ବିରୋଧରେ କହିଲେ ଏନେଇ ମଧ୍ୟ ମାମଲା ରୁଜୁ କରାଯିବ ବୋଲି ରାଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତିି। କେନ୍ଦ୍ରରେ ଆମ ସରକାର ରହିଛି। ଏପରିସ୍ଥଳେ ରାଜ୍ୟ ସରକାର କେତେ ଡିଆଁଡେଇଁ କରୁଛନ୍ତି କରନ୍ତୁ, ତାହା ଦେଖାଯିବ ବୋଲି ରାଣେ କହିଛନ୍ତି। ସୂଚନାଯୋଗ୍ୟ, ରାଣେଙ୍କ ବିରୋଧରେ ଆଇପିସି ଧାରା ୧୫୩ ଏବଂ ୫୦୫ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି।

Share