Categories: ଖେଳ

ନର୍ଭସ ନୁହେଁ ଉତ୍ସାହିତ ଅଛି: ବାବର

ମେଲବୋର୍ନ,୧୨।୧୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ଆଉ ଗୋଟିଏ ମ୍ୟାଚ୍‌ ପରେ ମହାନ କ୍ରିକେଟର ଇମରାନ ଖାଁଙ୍କ ଉପଲବ୍ଧିର ସମକକ୍ଷ ହେବେ। ହେଲେ ସେ ଏଥିପାଇଁ ନର୍ଭସ ହେବା ପରିବର୍ତ୍ତେ ଉତ୍ସାହିତ ଅଛନ୍ତି। କାରଣ ସେ ବିଶ୍ୱକପ୍‌ରେ ଗତ ୩ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ଦଳ ଆଗାମୀ ଦିନରେ ଇଂଲଣ୍ଡ ବିପକ୍ଷରେ ଫାଇନାଲ ଖେଳିବ। ତେବେ ବଡ ଟୁର୍ନାମେଣ୍ଟ ଖେଳିବା ବେଳେ ଚାପ ଥାଏ ହେଲେ କେବଳ ଆତ୍ମବିଶ୍ୱାସ ଏବଂ ନିଜ ଉପରେ ବିଶ୍ୱାସ ଥିଲେ ହିଁ ପରିସ୍ଥିତିକୁ ସାମ୍ନା କରିହୁଏ। ଫଳରେ ଫଳାଫଳ ନିଜ ସପକ୍ଷରେ ଆସେ। ସମସ୍ତଙ୍କୁ ଏପରି କରିବା ଉଚିତ ବୋଲି ବାବର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କହିଛନ୍ତି।

ସେହିଭଳି ଇଂଲଣ୍ଡ ଟିମ୍‌କୁ ନେଇ ଆଜମ କହିଛନ୍ତି, ଦଳ ଅତ୍ୟନ୍ତ ପ୍ରତିଯୋଗୀ ଭାବ ସମ୍ପନ୍ନ। ଭାରତ ବିପକ୍ଷରେ ବିଜୟ ସହ ଫାଇନାଲରେ ପହଞ୍ଚିବା ଏହାର ପ୍ରମାଣ। ଯୋଜନା ମୁତାବକ କାମ କରିବା ଆମ ରଣନୀତି ରହିବ। ଦ୍ରୁତ ବୋଲିଂକୁ ବ୍ୟବହାର କରି ଫାଇନାଲ ଟ୍ରଫି ଜିତିବା ଆମର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି।

Share