ମୃତ୍ୟୁ ଗୁଜବକୁ ନେତନ୍ୟାହୁଙ୍କ ଜବାବ: କହିଲେ “ମୁଁ କଫି ପାଇଁ ମରିବାକୁ ପ୍ରସ୍ତୁତ”

ନୂଆଦିଲ୍ଲୀ,୧୫।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଗୁଜବ ଉପରେ ପଡିଛି ପୂର୍ଣ୍ଣଚ୍ଛେଦ। ଏକ ନୂଆ ଭିଡିଓ ଜାରି କରି ନେତନ୍ୟାହୁ ଇରାନକୁ ଚମତ୍କାର ଢଙ୍ଗରେ ଜବାବ ଦେଇଛନ୍ତି।

ନେତନ୍ୟାହୁ ଏକ କାଫେରେ କଫି ଅର୍ଡର କରୁଥିବା ବେଳେ ନିଜ ମୃତ୍ୟୁ ଗୁଜବକୁ ନେଇ ପରିହାସ କରିଛନ୍ତି। ସେ କହିଛନ୍ତି, “ମୁଁ ମୃତ… କିନ୍ତୁ କେବଳ କଫି ପାଇଁ”। ହିବ୍ରୁ ଭାଷାରେ ଏହି ଶବ୍ଦର ଅର୍ଥ ହେଉଛି କୌଣସି ଜିନିଷକୁ ଅତି ଭଲ ପାଇବା। ଏହାସହ ସେ କହିଛନ୍ତି ଯେ, ସେ ନିଜ ଦେଶବାସୀଙ୍କ ପାଇଁ ମଧ୍ୟ ମରିବାକୁ ପ୍ରସ୍ତୁତ ଏବଂ ସେମାନଙ୍କ ଧୈର୍ଯ୍ୟ ପ୍ରଶଂସନୀୟ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏକ ଭିଡିଓକୁ ନେଇ ଦାବି କରାଯାଉଥିଲା ଯେ ନେତନ୍ୟାହୁଙ୍କ ହାତରେ ୬ଟି ଆଙ୍ଗୁଠି ରହିଛି ଏବଂ ସେହି ଭିଡିଓଟି AI ଦ୍ୱାରା ନିର୍ମିତ। ଏହାର ଜବାବରେ ନେତନ୍ୟାହୁ ନିଜର ଦୁଇ ହାତ କ୍ୟାମେରା ଆଗରେ ଦେଖାଇ କହିଛନ୍ତି, “ଆପଣ ମୋ ଆଙ୍ଗୁଠି ଗଣିବାକୁ ଚାହୁଁଛନ୍ତି କି? ଦେଖନ୍ତୁ, ଏଠାରେ ଏବଂ ଏଠାରେ… ସବୁ ଠିକ୍ ଅଛି।”

ଅନ୍ୟପଟେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆଜି ୧୬ତମ ଦିନରେ ପହଞ୍ଚିଛି। ଗତ ମାସରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ୮୬ ବର୍ଷୀୟ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ପରିସ୍ଥିତି ଅତି ଭୟଙ୍କର ହୋଇଛି। ଇରାନ ଏବେ ନେତନ୍ୟାହୁଙ୍କୁ ହତ୍ୟା କରିବାକୁ ଧମକ ଦେଇଛି।

ଏହି ଯୁଦ୍ଧରେ ଇରାନରେ ଏବେ ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ୨,୦୦୦ରୁ ଅଧିକ ପାର କରିଛି। ଇରାନର ୧୫,୦୦୦ରୁ ଅଧିକ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଛି ଇସ୍ରାଏଲ-ଆମେରିକା ସେନା। ଯୁଦ୍ଧ କ୍ଷେତ୍ରକୁ USS ତ୍ରିପୋଲି ଜାହାଜ ଏବଂ ୨,୫୦୦ ମେରିନ୍ ସୈନ୍ୟ ପଠାଇଲା ପେଣ୍ଟାଗନ୍।

ନେତନ୍ୟାହୁ ଇସ୍ରାଏଲବାସୀଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷିତ ସ୍ଥାନର ନିକଟତର ରହିବାକୁ ପରାମର୍ଶ ଦେବା ସହ ଇରାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଜାରି ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ: ଭାଜପା ଉପରେ ବଡ ଅଭିଯୋଗ ଲଗାଇଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ.…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର, ଆସୁଛି ୮୦ ହଜାର ଟନ୍ ଅଶୋଧିତ ତୈଳ

ନୂଆଦିଲ୍ଲୀ,୧୫।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଭାରତୀୟ ପତାକା ଲାଗିଥିବା ଅଶୋଧିତ ତୈଳ ଟ୍ୟାଙ୍କର୍ ଜଗ୍ ଲାଡକି…

ଭାରତରେ ମହଙ୍ଗା ହୋଇପାରେ ଖାଦ୍ୟ ସାମଗ୍ରୀ ଓ ସାର: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୫ା୩: ପଶ୍ଚିମ ଏସିଆରେ ଜାରି ରହିଥିବା ଦୀର୍ଘକାଳୀନ ଯୁଦ୍ଧ ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇପାରେ। ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏକ ସାକ୍ଷାତକାରରେ ଏନେଇ…

ଇରାନ ଯୁଦ୍ଧରେ ଡେଇଁବନି ତୁର୍କୀ, ହୋମୁର୍ଜ ଷ୍ଟ୍ରେଟରେ ଟ୍ରମ୍ପ…

ନୂଆଦିଲ୍ଲୀ,୧୫।୩: ଇରାନ ଉପରେ ଆକ୍ରମଣ କରିବା ପୂର୍ବରୁ, ଆମେରିକା ନାଟୋ କିମ୍ବା ତାର ନିକଟତମ ମିତ୍ର ବ୍ରିଟେନ ସହିତ ଯୋଗାଯୋଗ କରିନଥିଲା। ଭେନେଜୁଏଲାରେ ସମାନ ପରିସ୍ଥିତି ସୃଷ୍ଟି…

୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ, ଘଡ଼ଘଡ଼ି ସହ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ବର,୧୫ା୩: ୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ…

ତାମିଲନାଡୁ ରାଜନୀତିରେ ହଲଚଲ୍: ସୁପରଷ୍ଟାର ବିଜୟଙ୍କୁ ଡେପୁଟି ସିଏମ୍ ଅଫର୍!

ଚେନ୍ନାଇ,୧୫।୩: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ, ସୁପରଷ୍ଟାର ବିଜୟଙ୍କ ପାର୍ଟି ‘ଟିଭିକେ’…

ଏହି ଦିନରୁ ମହଙ୍ଗା ହେବ FASTag ବାର୍ଷିକ ପାସ୍: ଜାଣନ୍ତୁ କେତେ ବଢ଼ିଲା ଦର

ନୂଆଦିଲ୍ଲୀ,୧୫।୩: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ନିଜ ଗାଡ଼ି ପାଇଁ FASTag ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି, ତେବେ…

ସଚିନ କି ରୋହିତ ନୁହଁନ୍ତି, ଏହି ବ୍ୟାଟରଙ୍କୁ ସର୍ବଶ୍ରେଷ୍ଠ ଟି-୨୦ ଓପନର ବାଛିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୫।୩: କିଏ ସର୍ବଶ୍ରେଷ୍ଠ ଟି-୨୦ ଓପନର ? ଏନେଇ ଏକ ଚମକାଇଲା ଭଳି ମନ୍ତବ୍ୟ ଦେଇଛନ୍ତି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri