ମୂଳ ଖରସ୍ରୋତା ପୁନରୁଦ୍ଧାର ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ: ବିଧାୟକ

ରସୁଲପୁର,୨୩ା୬(ରଞ୍ଜିତ ରାଉତ): ମୂଳ ଖରସ୍ରୋତାର ପୁନରୁଦ୍ଧାର ଦିଗରେ କୋରେଇ ବିଧାୟକ ଆକାଶ ଦାସନାୟକ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖରସ୍ରୋତା ପୁନରୁଦ୍ଧାର ସମିତି, ମଧୁବନ ହାଟ ଏବଂ ରସୁଲପୁର ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଗୋପାଳପୁର ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଦାସନାୟକ ଏକଥା କହିଛନ୍ତି। ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖରସ୍ରୋତା ପୁନରୁଦ୍ଧାର ସମିତି ସଭାପତି ବେଣୁଧର ଦୋବାଇ, ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଜିତେନ୍ଦ୍ର କରଙ୍କ ସମେତ ଦୁଇ ଅନୁଷ୍ଠାନର ବହୁ ସଭ୍ୟ ଯୋଗ ଦେଇଥିଲେ। ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଟିକରପଡ଼ା ଖଣ୍ଡିତର ପର୍ଯ୍ୟନ୍ତ ବ୍ୟାପ୍ତ ମୂଳ ଖରସ୍ରୋତାର ୧୨ କିଲୋମିଟର ଦୀର୍ଘ ଶୁଷ୍କ ନଦୀଶଯ୍ୟାର ପୁନରୁଦ୍ଧାର ପାଇଁ ଦୁଇ ଦଶନ୍ଧି ଧରି ଜନ ଆନ୍ଦୋଳନ ଚାଲିଆସୁଛି। ବହୁ ସମୟରେ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଏବଂ ସରକାରୀ ଅଧିକାରୀ ନଦୀ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ବାସ୍ତବରେ ସେ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ, ଯାହା କି ଜନ ଅସନ୍ତୋଷକୁ ତୀବ୍ର କରିଛି। ଚଳିତ ନିର୍ବାଚନ ପୂର୍ବରୁ ନଦୀ ପୁନରୁଦ୍ଧାର ପ୍ରତିଶ୍ରୁତି ନାହିଁ ତ ଭୋଟ ନାହିଁ ଡାକରା ଦିଆଯିବା ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏହି ପ୍ରସଙ୍ଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥିଲେ।
ଦାସନାୟକ ୨୦୧୪ରୁ୧୯ ପର୍ଯ୍ୟନ୍ତ ବିଧାୟକ ଥିବାବେଳେ ଏ ଦିଗରେ କିପରି ଆନ୍ତରିକ ଉଦ୍ୟମ କରିଥିଲେ ତାହା ମନେପକାଇ ଦେଇଥିଲେ। ମୂଳ ଖରସ୍ରୋତା ସହ ତାଙ୍କର ପିଲାବେଳର ସ୍ମୃତି ଉଜ୍ଜିବୀତ କରିବା ସହ ବହୁବାର ବିଧାନସଭାରେ ପ୍ରସଙ୍ଗ ଉଠାଇଥିବା କହିଥିଲେ। ଯେତେବେଳେ ପୁଣି ସୁଯୋଗ ଆସିଛିି ଜନପ୍ରତିନିଧି ଭାବରେ ଏହି ମୌଳିକ ସମସ୍ୟାର ସମାଧାନ ଦିଗରେ ସେ ସମସ୍ତ ଉଦ୍ୟମ କରିବେ। ଧର୍ମଶାଳା ବିଧାୟକ ସୁଧାଂଶୁ ଶେଖର ସାହୁଙ୍କ ସହ ମଧ୍ୟ ସେ ଆଲୋଚନା କରିଥିବା କହିଥିଲେ।
ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି କର ନଦୀ ସହ ତାଙ୍କ ଚାକିରି ଜୀବନର ଦୀର୍ଘ ୪୦ ବର୍ଷର ସ୍ମୃତି ମନେପକାଇ ବିଧାୟକଙ୍କ ପାଖରେ ନଦୀକୁ ସୁନାବ୍ୟା କରିବାକୁ ଅନୁରୋଧ କରିଥିଲେ। ଏହି ଆନ୍ଦୋଳନର ସକ୍ରିୟ ସହଯୋଗୀ ଇଂ. ବିଶ୍ୱଜିତ ମହାନ୍ତି ନଦୀ ପୁନରୁଦ୍ଧାର ଦିଗରେ ଥିବା ପ୍ରତିବନ୍ଧକ ହଟାଇବା ପାଇଁ ବିଧାୟକଙ୍କ ପାଖରେ ନିବେଦନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ଶଶିଭୂଷଣ ସାହୁ, କୀର୍ତ୍ତନ ବିହାରୀ ସାହୁ, ଆଦିକନ୍ଦ ସାହୁ, ଆଦିକନ୍ଦ ମଲ୍ଲିକ, ରାମଚନ୍ଦ୍ର ରାଉତ, ସୁଧାଂଶୁ ମିଶ୍ର, ରଘୁନାଥ ପତି, ବିନୋଦ ବିହାରୀ ବେହେରା ଓ ନଗେନ୍ଦ୍ର ପତି ପ୍ରମୁଖ ସଭ୍ୟ ସହଯୋଗ କରିଥିଲେ। ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭ୍ୟ ପ୍ରଦୀପ ସାମଲ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ଦଳିଦେଲା…

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri