ମୁଁ ଗାନ୍ଧୀ ଦେଶର ମଣିଷ

ପ୍ରଯୋଜକ, ନିର୍ଦ୍ଦେଶକ ରିଚାର୍ଡ ଆଟେନବରୋଙ୍କ ବହୁ ପରୀକ୍ଷିତ ୧୯୮୨ର ଚଳଚ୍ଚିତ୍ର ‘ଗାନ୍ଧୀ’ ପାଇଁ ଲୟତାଳ ଅନୁପଯୁକ୍ତ କାରଣରୁ ଜାତୀୟ ଅଭିନୟ ବିଦ୍ୟାଳୟ ଶିକ୍ଷାପ୍ରାପ୍ତ ଅଭିନେତା ନାସିରୁଦ୍ଦିନ ଶାହ ବାଦ୍‌ ପଡ଼ିବା ତାଙ୍କୁ ଆଶ୍ଚର୍ଯ୍ୟକଲା। ପରେ ୨୦୦୦ ମସିହା କମଳ ହାସନଙ୍କ ‘ହେ ରାମ’ରେ ଅଭିନୟ ସୁଯୋଗ ପାଇ ସେ କିଛିଟା ଆଶ୍ୱସ୍ତ ହେଲେ। ଗାନ୍ଧୀ ଅଭିନୟରେ ସାର୍‌ ବେନ୍‌ କିଙ୍ଗ୍‌ସଲେ, ପ୍ରାଥମିକ ରିଲ୍‌ଟିକୁ ଦେଖି ‘ଅସମ୍ଭବ’ କହି ଉଠି ଚାଲିଯାଇଥିଲେ। ସେହିପରି ଗାନ୍ଧୀ ବେଶରେ ରହି ‘ହେ ରାମ’ରେ ଅଭିନୟ କରିବା ନାସିରୁଦ୍ଦିନଙ୍କୁ ଅଣନିଃଶ୍ୱାସୀ କରିଦେଇଥିଲା ବୋଲି ଅଭିନେତା ଜଣକ ସ୍ବୀକାର କରିଥିଲେ । ଆମେ ଏବେ ଉତ୍ତରଦାୟାଦଗଣ ବିନା ଅଭିନୟ ଶିକ୍ଷାରେ ଗାନ୍ଧୀଙ୍କ ନିଖୁଣ ଅଭିନୟ କରୁଛୁ। ତାଙ୍କ ଶ୍ରାଦ୍ଧ ଦିବସରେ ଉଦ୍ଦାତ ସ୍ବରରେ କହୁଛୁ, ‘ମୁଁ ଗାନ୍ଧୀ ଦେଶର ମଣିଷ’। ରାମ ନାମ ଜପାମାଳି କରିଥିବା କିଛି ଅପରାଧୀ ସାଂସଦ ହୋଇ ଦେଶର ଆଇନ ପ୍ରଣୟନ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ସାଂସଦ ଶପଥ ନେଇଥିବା ୩୧ ପ୍ରତିଶତ ବା ୧୭୦ ଜଣ ବଳାତ୍କାର, ଅପହରଣ, ଦଙ୍ଗାପିଟା, ମଣିଷମାରିବା ଆଦି ଅପରାଧରେ ଜଡ଼ିତ। ବିଚାରପତିଙ୍କ ଘରୁ ଟଙ୍କାର ପାହାଡ଼, ଡାକ୍ତର ଅନୁପସ୍ଥାନରୁ ଖଟିଆରେ କୁକୁର ଶୋଇବା ଦୃଶ୍ୟ ଦେଖି ଆମେ ସ୍ବୀକାର କରିବା ଯେ କେବେ ଆମେ ଗାନ୍ଧୀ ଦେଶର ମଣିଷ ଥିଲୁ।
ବିଶ୍ୱର ଲମ୍ବା ଅବଧି ପଦଯାତ୍ରାକାରୀ କହିଲେ ଗାନ୍ଧୀ ଆଖି ଆଗକୁ ଆସନ୍ତି। ମାଟି କାଦୁଅ, ଖାଲ, ଢେମା ଗ୍ରାମ୍ୟ ରାସ୍ତାରେ ୧୯୧୩ରୁ ୧୯୪୮ ଯାଏ ସମୁଦାୟ ୭୯,୦୦୦ କିଲୋମିଟର ପଦଯାତ୍ରା। ମାର୍ଚ୍ଚ ୧୨ରୁ ଏପ୍ରିଲ ୫, ୨୪ ଦିନର ‘ଲବଣ ସତ୍ୟାଗ୍ରହ’ ଯାହା ଅହମଦାବାଦ ନିକଟସ୍ଥ ସାବରମତୀ ଆଶ୍ରମରୁ ଉପକୂଳ ଅଞ୍ଚଳ ଦାଣ୍ଡି ଯାଏ ଦୀର୍ଘ ୩୮୬ କିଲୋମିଟର ଯାତ୍ରା, ଏକକାଳୀନ ଦୀର୍ଘ ଅବଧି ଯାତ୍ରାରେ ମାତ୍ର ୭୮ ଜଣ ସହସାଥୀଙ୍କୁ ନେଇ। କିନ୍ତୁ ଦାଣ୍ଡି ପହଞ୍ଚତ୍ବା ପୂର୍ବରୁ ଜନ ସମୁଦ୍ର ! ବ୍ରିଟିଶର ଭୟ ହୋଇଯିବାରୁ ପ୍ରାୟ ଦଶ ହଜାର କର୍ମୀଙ୍କୁ ଗିରଫ କଲା। ‘ମୁଁ ଗାନ୍ଧୀ ଦେଶର ମଣିଷ’ ଆଧାରରେ ଆଜି ବି ଦେଶରେ ପଦଯାତ୍ରା ହେଉଛି, ବିଶେଷକରି ନିର୍ବାଚନ ବେଳେ ଭୋଟ ପାଇଁ। ଲକ୍ଷେ ଲୋକଙ୍କ ବଳ ଗୋଟେଇ ନେତା ଗେଣ୍ଡୁମାଳ ପକେଇ ଚାଲନ୍ତି ହେଲେ ମାତ୍ର ଦୁଇ କିଲୋମିଟର ଚାଲିବା ପରେ ୩ଶହ ଲୋକ ସାଙ୍ଗରେ। ଜନତା ଜାଣନ୍ତି ଯେ ଏମାନେ ଆସନ ପ୍ରତ୍ୟାଶୀ, ଗାନ୍ଧୀ ନୁହନ୍ତି। ଏଠାରେ ଗାନ୍ଧୀଙ୍କୁ ଜଣେ ମହାତ୍ମା ଦିବ୍ୟାତ୍ମାର ଉଦାହରଣ ଭାବରେ ନିଆଯାଇଛି। ରୁଚି, ନୈତିକତା, ବେଶ ଗାନ୍ଧୀଙ୍କଠାରୁ ଦୂରରେ କିନ୍ତୁ କେହି ଆମକୁ ଛଳେଇକି ଗାନ୍ଧୀଟା ବୋଲି ସମ୍ବୋଧନ କରିଦେଲେ ମନ କୁଣ୍ଢେମୋଟ। ବୁଲିବୁଲି ନୋବେଲ୍‌ ପୁରସ୍କାର ପାଇଁ ଦେଶଗୁଡ଼ିକୁ ସୁପାରିସ ମାଗୁଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ପରି ଗାନ୍ଧୀ ଚାହିଁଥିଲେ ପୃଥିବୀର ସବୁ ବଡ଼ ପୁରସ୍କାର ସାଉଁଟି ନେଇଥାନ୍ତେ।
ବ୍ରହ୍ମପୁର ସହରର ଜଣାଶୁଣା ଆଇନଜ୍ଞ ପୀତବାସ ପଣ୍ଡାଙ୍କ ଛାତିରେ ଦୁଇ ରାଉଣ୍ଡ ଗୁଳି ବସେଇଦେବା ଆଗରୁ ଭଡ଼ାଟିଆ ଅପରାଧୀ ଆଗ ନମସ୍କାରଟେ ପକେଇଥିବା ଚର୍ଚ୍ଚାର ବିଷୟ। ୨୨ ବର୍ଷୀୟା ଏଲ୍‌ଟିଟିଇ ବିଚ୍ଛିନ୍ନତାବାଦୀ କଲେଇବାନି ରାଜରତ୍ନମ ଓରଫ ଧନୁ, ମେ ୨୧ ୧୯୯୧ର ଶ୍ରୀପେରୁମ୍ବୁଦୁର ସଭାରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଫୁଲହାର ଦେବା ବାହାନାରେ ପେନ୍‌ସିଲ ବୋମାରେ ଉଡ଼େଇଦେଲେ। ୧୯୮୩ ମସିହା, ସଫଦରଜଙ୍ଗ ବାସଭବନରେ ନିଜ ଅଙ୍ଗରକ୍ଷୀଙ୍କ ହାତରେ ଜୀବନ ଦେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ହତ୍ୟା ଅପରାଧ ଜଡ଼ିତ ବିଶ୍ୱସ୍ତ ରକ୍ଷୀ ବିୟନ୍ତ ସିଂଙ୍କୁ ଅନ୍ୟ ଅଙ୍ଗରକ୍ଷୀ ଘଟଣା ସ୍ଥଳରେ ସଫା କରିଦେବା ବେଳେ ଶତ୍‌ୱନ୍ତ ସିଂଙ୍କ ବିଚାର ଚାଲିଲା ୧୯୮୯ ଯାଏ। ସାକ୍ଷୀ ପ୍ରମାଣ ଥାଇ ଦିବଂଗତ ପ୍ରଧାନମନ୍ତ୍ରୀଙ୍କୁ ୬ ବର୍ଷ ନ୍ୟାୟ ପାଇଁ ଅପେକ୍ଷା କରିବାକୁ ପଡ଼ିଲା। ଅନୁଷ୍ଠାନ ନାମ ଭିନ୍ନ ହେଲେ କଣ୍ଟ୍ରୋଲ ଡିଲର, କବି, କଣ୍ଟ୍ରାକ୍ଟର, କ୍ରିକେଟରଙ୍କ ଚୟନ ପଦ୍ଧତି ଗୋଟିଏ ସୂତ୍ର। କାହା ଶିବିରକୁ କିଏ ଫେରିବେ ତାହା ନିରପେକ୍ଷ ବିଚାର ଆଧାରିତ କହିଦେଲେ ସବୁରି ତୁଣ୍ଡ ଚୁପ।
ଜଡ଼ରେ ଯିଏ ଆତ୍ମା ଦେଲା ସେ ମହାତ୍ମା ହେଲା। କେ. କାମରାଜଙ୍କୁ ତାମିଲରେ କର୍ମବୀର, କାଲା ଗାନ୍ଧୀ ଆଦି କେତେ କ’ଣ ନାମ ଦିଆଗଲା। ବର୍ଣ୍ଣ ବୈଷମ୍ୟ ବିରୋଧ ଶାଣିତ ସ୍ବର ଶୁଭିଲା ଆଫ୍ରିକାରୁ। ନେଲ୍‌ସନ ମଣ୍ଡେଲା ଗାନ୍ଧୀଙ୍କୁ ଆଦର୍ଶ ମନେକରି ଅନଶନ କଲେ ଜେଲରେ। ଆମେରିକାରୁ ମାର୍ଟିନ ଲୁଥର କିଙ୍ଗ୍‌ ଜୁନିୟର (୧୯୬୮ରେ ହତ୍ୟାର ଶିକାର) ସାମାଜିକ ଅଧିକାର ପାଇଁ ସ୍ବର ଉତ୍ତୋଳନ କଲେ, ଆଖି ଆଗରେ ଗାନ୍ଧୀ ଥିଲେ ଈଶ୍ୱର। ଏମାନଙ୍କୁ ଗାନ୍ଧୀ ଟେହି ଟିହାଇ ବିଜ୍ଞାପିତ କରି ନ ଥିଲେ। ଭାଇ ଭାଗରୁ ଆମେ ପାଇଥିବା ସେଦିନର ଜୀବନ ଥିଲା ଅଧାଲୁଚା ଦେହର, ଛିଣ୍ଡା କତରାର, ଉଦର ଦହନର, ଉତ୍କଟ ଦାରିଦ୍ର୍ୟର। ବନ୍ଧବାଡ଼, ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ବୈଦ୍ୟଖାନା ଆଦି ତିଆରି ହେବାକୁ ସମୟ ଲାଗିଲା। ଅନେକ ଜନହିତକର ଯୋଜନାର ଖୋଲାପଡ଼ିଆ ଅଧିବେଶନରେ ନିଷ୍ପତ୍ତି ହେଉଥିଲା। ନେତାମାନେ ଅଧା ରାସ୍ତାରେ ଗାଡିରଖି କର୍ମକର୍ତ୍ତାଙ୍କଠାରୁ ବୁଝୁ ନ ଥିଲେ, ତାଙ୍କ ବେକ ପାଇଁ ବଡ଼ ମାଳଟେ ଆସିଛି କି ନାଇଁ କିମ୍ବା ଲୋକ ସମାଗମ ଆଖିଦୃଶିଆ ହୋଇଛି କି ନାହିଁ।
ଦେଶର ଷଷ୍ଠ ପ୍ରଧାନମନ୍ତ୍ରୀ ମୋରାରଜି ଦେଶାଇ (୧୯୭୭ ମାର୍ଚ୍ଚ-୧୯୭୯ ଜୁଲାଇ), ବ୍ୟକ୍ତିଗତ ଜୀବନ ନିରାଡ଼ମ୍ବର, ସରଳ, ସାରା ଭାରତରୁ ମଦ ନିବାରଣ ନିଷ୍ପତ୍ତି ଆଗରୁ ସରକାରରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ନିଶାନ-ଇ-ପାକିସ୍ତାନ’ରେ ସମ୍ମାନିତ ତାରକା ଜଣକ ଥିଲେ ‘ସର୍ବୋଦୟ’ର ନିଷ୍ଠାପର ସେବକ, ଗାନ୍ଧୀ ଅନୁଗାମୀ। ତିରିଶ ବର୍ଷ ଆଗରୁ ଗାନ୍ଧୀ ସେପାରିକୁ ଚାଲିଯାଇଥିଲେ। ନଚେତ ଆଜିର ଦିନରେ କିଛି ନିନ୍ଦୁକ କହିଥା’ନ୍ତେ ସେ ଗାନ୍ଧୀ ଅନୁଗାମୀ ବୋଲି ପାକିସ୍ତାନ ସହ ସଲାସୁତରା କରି ପୁରସ୍କାର କରେଇଥିବେ। ୧୨ ଜୁନ ୨୦୨୫, ଲଣ୍ଡନ ଯାତ୍ରାରେ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧, ଆକାଶକୁ ଉଠିବାର ୩୨ସେକେଣ୍ଡ ଭିତରେ ଧ୍ବଂସ ପାଇଗଲା। ଯାତ୍ରୀ, କର୍ମଚାରୀ ଓ ବାହାର ପଥଚାରୀ ମିଶି ସମୁଦାୟ ୨୬୦ ପ୍ରାଣ ହରେଇଲେ। ଚେନ୍ନାଇର ୨୭ ବର୍ଷୀୟା ରୋବୋଟିକ ଇଞ୍ଜିନିୟର ରିନି ଯୋଶୀଲଦା ଦାବି ଦୋହରେଇଲେ ଯେ ସେ ଏଭଳି ଦୁର୍ଘଟଣା ପାଇଁ ଦାୟୀ। କମ୍ପ୍ୟୁଟରର ଭୁଲ୍‌ ମେଲ୍‌ ଠିକଣାରୁ ଆଉ ‘ଡାର୍କ ୱେବ’ ପ୍ରଣାଳୀରେ ନିଜ ପରିଚୟ ଲୁଚାଇ ସେ ଏଭଳି କରିଥିଲେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଫସାଇବା ପାଇଁ।
ଗାନ୍ଧୀ ଦେଶର ମହିଳାଟିଏ କେବଳ ଭଗତ୍‌ ସିଂଙ୍କ ପରି ଗୌରବଙ୍କୁ ଜନ୍ମ ଦେଇପାରେ। ୨୩ ମାର୍ଚ୍ଚ ୧୯୩୧, ମାତ୍ର ୨୩ ବର୍ଷ ବୟସରେ ଫାଶୀ ପାଇବାର ଦିନକ ଆଗରୁ ଜଗୁଆଳି ଆସି ଭଗତ୍‌ ସିଂଙ୍କୁ କହିଲେ, ତୁମ ମା’ ତୁମକୁ ଭେଟିବାକୁ ଚାହୁଁଛନ୍ତି। ଭଗତ୍‌ ସିଂ ହଁ ଭରିଲେ ହେଲେ ସର୍ତ୍ତରେ ଲେଖିଲେ- ତୁ ଆସିବୁ ଯଦି କାନ୍ଦିବୁନି, ଯଦି କାନ୍ଦିବୁ ତେବେ ଆସିବୁନି। ସେହି ପ୍ରକାରେ ମା’ ଭଗବତୀ କୌର ଆସିଲେ ଭଗତ୍‌ ସିଂଙ୍କୁ ଭେଟି କଥାହେଲେ। ଫେରିଗଲା ବେଳେ କିନ୍ତୁ ନିଜକୁ ସମ୍ଭାଳି ନ ପାରି କାନ୍ଦି ପକେଇଲେ। ଏହା ସର୍ତ୍ତର ଖିଲାପ ବୋଲି କହିଲେ ଭଗତ୍‌ ସିଂ। ଓଢ଼ଣୀରେ ଆଖି ପୋଛି ମା’ ଉତ୍ତର ଦେଲେ, ମୁଁ ତୋ ଫାଶୀ ପାଇଁ କାନ୍ଦୁନି। ଅବସୋସ ରହିଗଲା ଆଉ ଗୋଟେ ଭଗତ୍‌ ସିଂକୁ ଜନ୍ମ ଦେବାର ବୟସ ମୋ ପାଖରେ ନାହିଁ। ଗାନ୍ଧୀ ପ୍ରୟାଣର ୨୭ ବର୍ଷ ପରେ, ଦିଲ୍ଲୀଠାରେ ଭଗବତୀ କୌରଙ୍କ ଦେହାନ୍ତ ବେଳକୁ ଘୋର ଆର୍ଥିକ ଦୁର୍ଦ୍ଦଶା ଥିଲା। ଭଗତ୍‌ ସିଂଙ୍କ ଅନ୍ୟ ଭାଇ ଭଉଣୀ କିନ୍ତୁ ସେଭଳି କିଛି ଦାୟିତ୍ୱ ନେଲେନି ମା’ର। ଦେଶ ଜରାନିବାସମୟ ହେବାରେ ବାପା, ମା’ଙ୍କୁ ମୁଁ ଘରେ ରଖିଛି କହି କେହି ପୁଅ ଦାଣ୍ଡରେ ଛାତି ଚଉଡାକଲେ ଲାଗୁଛି ଗାନ୍ଧୀ ଦେଶର ମଣିଷ ଟିକେ ମୋହଗ୍ରସ୍ତ ହୋଇସାରିଛି।

ଡ. ସାରଦା ପ୍ରସାଦ କର
ମୋ: ୮୨୪୯୮୨୭୧୪୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri