ଏଇ ଭାରତରେ

କର୍ନାଟକର ସିର୍‌ଶି ଗାଁକୁ ଗଲେ ସେଠାରେ ରୋବୋ ଶିକ୍ଷକ ଦେଖିବାକୁ ପାଇବେ, ଯାହା ମଣିଷଙ୍କ ଭଳି ପଢ଼ାଇପାରୁଛି। ସ୍ମାର୍ଟ ଶିକ୍ଷାକୁ କର୍ନାଟକ ଗ୍ରାମାଞ୍ଚଳ ପିଲାଙ୍କ ପାଖରେ ପହଞ୍ଚାଇବା ଅକ୍ଷୟ ମାଶେଲକର ଏଡି ରୋବୋ ନିର୍ମାଣ କରିଛନ୍ତି। ଅକ୍ଷୟଙ୍କ ବୟସ ୩୦। କୋଭିଡ୍‌ ମହାମାରୀ ସମୟରେ ସେ ଏହି ରୋବୋ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରି ୨୦୨୨ରେ ଶେଷ କରିଥିଲେ। ଏହାକୁ ତିଆରି କରିବାକୁ ୧୮ ମାସ ଲାଗିଯାଇଥିଲା ଏବଂ ମୋଟ ଖର୍ଚ୍ଚ ହୋଇଥିଲା ୨ ଲକ୍ଷ ଟଙ୍କା। ଏହି ରୋବୋ ଶିକ୍ଷକର ନାମ ଶିଖା। ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହା କନ୍ନଡ ଓ ଇଂଲିଶରେ ପଢ଼ାଇପାରୁଛି। ଶିଖା ବିଭିନ୍ନ ବିଷୟରେ ପଢ଼ାଇବା ସହ ରାଇମ ମଧ୍ୟ ଗାଇପାରୁଛି। ପିଲାମାନେ ଆଗ୍ରହ ସହ ଶିଖାଠାରୁ ପଢ଼ିବାକୁ ଚାହଁି ବସୁଛନ୍ତି। ଏବେ ‘ଶିଖା’କୁ ୩୫,୦୦୦ ଟଙ୍କାରେ ତିଆରି କରିବାକୁ ଯୋଜନା କରିଛନ୍ତି, ଯାହାଦ୍ୱାରା ଉତ୍ତର କନ୍ନଡର ସବୁ ସ୍କୁଲରେ ପିଲା ଶିଖାଠାରୁ ପଢ଼ିବାର ସୁଯୋଗ ପାଇପାରିବେ। କେବଳ ଏତିକି ନୁହେଁ, ଅକ୍ଷୟ ମଧ୍ୟ ପିଲାମାନଙ୍କୁ ରୋବୋଟିକ ଟେକ୍‌ନୋଲୋଜି ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ପାଖାପାଖି ୨୦୦ ପିଲା ଏବେ କ୍ଷୁଦ୍ର ରୋବୋ ନିର୍ମାଣ କରିପାରୁଛନ୍ତି

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀରଙ୍କ ଯୋଗୁ ମିଳିଲାନି ଅଧିନାୟକ ପଦ! ଶୁବମନଙ୍କ ଉପରେ କରାଯାଉଥିଲା ପ୍ଲାନିଂ, ସାମ୍ନାକୁ ଆସିଲା ବଡ଼ ସତ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟରେ ନିକଟରେ ପରିବର୍ତ୍ତନ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ହଠାତ୍‌ ଅବସର ଏବଂ ପରବର୍ତ୍ତୀ ସମୟରେ ଶୁବମନ ଗିଲଙ୍କୁ...

ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ କିଏ, ମୋହନ ଭାଗବତ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୧୨: ନରେନ୍ଦ୍ର ମୋଦିଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ହେବେ, ସେନେଇ ଏବେ ଚର୍ଚ୍ଚା ଚାଲିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଏ...

ଆମେରିକାରେ ରହିବାକୁ ହେଲେ ଦେବାକୁ ହେବ ମୋଟା ଅଙ୍କର ଟଙ୍କା, ଟ୍ରମ୍ପ ଆରମ୍ଭ କଲେ Gold Card

ନୂଆଦିଲ୍ଲୀ,୧୧|୧୨ : ଦିନକୁ ଦିନ ଭାରତ ଏବଂ ଆମେରିକା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଭାରତୀୟଙ୍କୁ ଆମେରିକାରେ ରହିବା ଏକ ପ୍ରକାର ସ୍ବପ୍ନ ହୋଇଯାଇଛି...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ଜି.ଉଦୟଗିରିରେ କଲବଲ କରୁଛି ହାଡ଼ଭଙ୍ଗା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି, ୧୧।୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ...

ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri