ମୁଁ ଜଣେ ଫେମିନିଷ୍ଟ

ଜଣେ ମଣିଷ ଓ ନାରୀ ଭାବେ ନିଜକୁ ଫେମିନିଷ୍ଟ ଏଇଥିପାଇଁ କହିବି ଯେ, ମୋତେ ମିଶେଇ ଅନ୍ୟ ଯେ କୌଣସି ନାରୀ, ସାଧାରଣ ଓ ଖୁସିର ଜୀବନଟିଏ ବଞ୍ଚିବାକୁ ହେଲେ ପୁରୁଷ ପରି ସମାନ ଅଧିକାର ଆବଶ୍ୟକ କରନ୍ତି। ପରିବାର ଓ ସମାଜଠାରୁ ସମାନ ସୁବିଧା ସୁଯୋଗର ଅପେକ୍ଷା ବି ରଖନ୍ତି। ପ୍ରଥମେ ଆମେ ଉଭୟ ପୁରୁଷ ଓ ମହିଳାଙ୍କୁ ମଣିଷ ଭାବରେ ସମାନ ଦୃଷ୍ଟିରେ ଦେଖିବା ଜରୁରୀ। ଆମର ଦେଖିବାର ଦୃଷ୍ଟିଭଙ୍ଗୀ ବଦଳି ଗଲେ ଆମ ସମସ୍ତଙ୍କର ଆଚାର, ବିଚାର, ବ୍ୟବହାର ଓ କାର୍ଯ୍ୟକଳାପ ଆପେ ଆପେ ବଦଳି ଯାଆନ୍ତା। ଫେମିନିଷ୍ଟ କେହି ବି ହୋଇପାରିବେ । ଜଣେ ସମ୍ବେଦନଶୀଳ ପୁରୁଷ ବି, ଯିଏ ନାରୀମାନଙ୍କ ସାମାଜିକ, ଅର୍ଥନୈତିକ, ଆଇନଗତ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିବାକୁ ଚାହିଁବେ।
ଆଜିକୁ ତିନି ଦଶନ୍ଧି ଆଗରୁ ନାରୀ ଶିକ୍ଷା ଆହୁରି ପଛରେ ଥିଲା। ମୋ ବାପା ଜଣେ ଆଦର୍ଶ ଶିକ୍ଷକ। ପୁଅ ନ ହେବାର ଦୁଃଖକୁ ନିଜ ଛାତିରେ ଲୁଚାଇ ଛଅ ଝିଅଙ୍କୁ ଯଥା ସାଧ୍ୟ ଉଚ୍ଚଶିକ୍ଷା ପ୍ରଦାନ କରିଛନ୍ତି। ସେ ସମୟରେ ଆମ ପରିବାରର ଶୁଭେଚ୍ଛୁ ବୋଲି ଘୋଷଣା କରୁଥିବା କେହି କେହି ମୋ ବାପାଙ୍କୁ ଆମ ଝିଅମାନଙ୍କୁ ଅଧିକା ପାଠ ନ ପଢ଼ାଇ, ମାଟ୍ରିକ ପର୍ଯ୍ୟନ୍ତ ଯେନତେନ ପ୍ରକାରେ ପଢ଼େଇ ବାହାଘର କରି ଦେବାକୁ ବାରମ୍ବାର ପରାମର୍ଶ ଦେଇ ଆସୁଥିଲେ, ଯାହାକୁ ମୋ ବାପା କେବେ ଗୁରୁତ୍ୱ ଦେଇ ନ ଥିଲେ। ଫଳ ସ୍ବରୂପ ପରବର୍ତ୍ତୀ କାଳରେ ପାରିବାରିକ ବିପର୍ଯ୍ୟୟ ସମୟରେ ସ୍ଥିର ରହି ପରିସ୍ଥିତିକୁ ସାମ୍ନା କରିବାର ଦୃଢ଼ତା ଓ ସାହସ ମୋ ଭିତରେ ମୁଁ ଜୁଟାଇ ପାରିଥିଲି।
ମୁଁ ଏଇଠି ସବୁ ମାତାପିତାଙ୍କୁ ଫେମିନିଷ୍ଟ ହେବାକୁ ଆହ୍ବାନ କରୁଛି। ଝିଅମାନଙ୍କୁ କିଶୋରାବସ୍ଥାରୁ ଏକ ସୀମିତ, ସଙ୍କୁଚିତ ବାତାବରଣରେ ନ ବଢ଼ାଇ ପୁଅକୁ ଯେଉଁ ପରିବେଶ ଦେଉଛନ୍ତି ସେଇ ବାତାବରଣ ଦିଅନ୍ତୁ। ତା’ର ପୂର୍ଣ୍ଣାଙ୍ଗ ବିକାଶ ଶାରୀରିକ, ମାନସିକ, ବୌଦ୍ଧିକ ସବୁ ଦିଗରୁ ଦୃଢ଼ ହୋଇପାରିବ। ମୁଖ୍ୟତଃ, ମାନସିକ ଭାବେ ଦୃଢ଼ ମହିଳା ଯେକୌଣସି ପରିସ୍ଥିତିକୁ ସହଜରେ ମୁକାବିଲା କରିପାରିବେ। କେବଳ ମହିଳାମାନଙ୍କ ଉପରେ ଅତ୍ୟାଚାର ନୁହେଁ, ବିବାହିତା ମହିଳା ନିଜର ପୁରୁଷ ସାଥୀଙ୍କୁ ଅସୁବିଧା ସମୟରେ ଅଧିକ କ୍ରିୟାଶୀଳ ହୋଇ ନୈତିକ, ମନସ୍ତାତ୍ତ୍ୱିକ ଓ ଭାବନାତ୍ମକ ସହଯୋଗ ଦେଇପାରିବ।
ସମ୍ପୂର୍ଣ୍ଣ ବିଶ୍ୱକୁ ଆମେ ଚାରୋଟି ଭାଗରେ ଦେଖିପାରିବା। ପଶ୍ଚିମ ବିଶ୍ୱ ବା ମୁକ୍ତ ବିଶ୍ୱ। ଆମେରିକା ଓ ଅନ୍ୟ ବିକଶିତ ଦେଶସବୁ ଏହି ବିଶ୍ୱର ଅନ୍ତର୍ଗତ। ଦ୍ୱିତୀୟ ବିଶ୍ୱ ହେଲା ପୂର୍ବ ବିଶ୍ୱ- ୟୁରୋପ ଓ ଅନ୍ୟାନ୍ୟ ଉଦାରବାଦୀ ଦେଶ ସମୂହ। ତୃତୀୟ ବିଶ୍ୱ ଏସିଆ, ଆଫ୍ରିକା ଓ ୟୁରୋପର ଦୁଇ, ତିନୋଟି ଛୋଟ ଛୋଟ ଅନୁନ୍ନତ ଦେଶ। ଏହି ତୃତୀୟ ବିଶ୍ୱବର୍ଗରେ ରହିଛି ଭାରତବର୍ଷ । ଏମାନଙ୍କର ପ୍ରମୁଖ ବିଶେଷତ୍ୱ ହେଲା ଦୁର୍ବଳ ଅର୍ଥନୀତି, ସାମାଜିକ ବୈଷମ୍ୟ, ଅପରାଧ ପ୍ରବଣତା, ଦୁର୍ବଳ ନ୍ୟାୟ ବ୍ୟବସ୍ଥା, ଉପଯୁକ୍ତ ମାନବ ସମ୍ବଳର ଅଭାବ ଇତ୍ୟାଦି ଏପରି ଆହୁରି ଅନେକ ସମସ୍ୟା। ଏହି ବିକାଶଶୀଳ ଦେଶରେ ଶିଶୁମାନଙ୍କ ପ୍ରତି ହେଉଥିବା ଯୌନ ଶୋଷଣର ଅଶୀ ପ୍ରତିଶତ କେବଳ ଶିଶୁ କନ୍ୟା ଉପରେ ହୋଇଥାଏ। ନାରୀବାଦର ମୂଳ ଉଦ୍ଦେଶ୍ୟ ଭିତରୁ ଶିଶୁକନ୍ୟା ଓ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ଓ ଅତ୍ୟାଚାରକୁ ପ୍ରତିରୋଧ କରିବା ଏବଂ ବନ୍ଦ କରିବା । ସମାନ କାମ ପାଇଁ ମଜୁରି ପ୍ରଦାନ କ୍ଷେତ୍ରରେ ଥିବା ଅସମାନତାକୁ କମ୍‌ କରି ବା ହଟାଇ ମହିଳାଙ୍କୁ ତାଙ୍କ ଶ୍ରମର ଉଚିତ ମୂଲ୍ୟ ପ୍ରଦାନ କରିବା ନାରୀବାଦର ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ।
ମହିଳା ଓ ପୁରୁଷଙ୍କ ଭିତରେ ତୁଳନା ଛଡ଼ା ଆମେ ଯଦି ଦୁଇଜଣ ପୁରୁଷଙ୍କୁ ପରସ୍ପରଙ୍କ ସହିତ ତୁଳନା କରିବା, ସେମାନଙ୍କର କ୍ଷମତା ଓ କାର୍ଯ୍ୟ ଦକ୍ଷତା ନିଶ୍ଚୟ ଭିନ୍ନ ହେବ କିନ୍ତୁ ସମାଜ ଉଭୟଙ୍କୁ ସମାନ ମର୍ଯ୍ୟାଦା ଦେଇଥାଏ (କେବଳ ପୁରୁଷ ଗୋଟିଏ ଜାତି ବୋଲି)। ପୁରୁଷ ପରି ନାରୀ ବି ଜଣେ ମଣିଷ (କେବଳ ଶାରୀରିକ ଗଠନ ପୁରୁଷଠୁ ଭିନ୍ନ)। ତେଣୁ ସମାନ ଦୃଷ୍ଟିଭଙ୍ଗୀରେ ତାକୁ ଦେଖିବା ପାଇଁ ଆହ୍ବାନ କରେ ନାରୀବାଦ ଭଳି ଏକ ଆଦର୍ଶ ଓ ଶକ୍ତିଶାଳୀ ଚିନ୍ତାଧାରା। ପୁରୁଷ ପ୍ରଧାନ ବିଭାଗରେ ମୁଁ କାମ କରେ, ଯେଉଁ ବିଭାଗରେ କ୍ୱଚିତ ମହିଳା କର୍ମଚାରୀ ଦାୟିତ୍ୱ ନେବାକୁ ସହଜତାର ସହିତ ଗ୍ରହଣ କରନ୍ତି। ତଥାପି କେବଳ ମହିଳା ବୋଲି ମୋର ସାମର୍ଥ୍ୟକୁ ନେଇ ପ୍ରଶ୍ନ କରିଛନ୍ତି କିଛି ପୁରୁଷ; ଯାହାର ମୁଁ କଡ଼ା ଜବାବ ରଖି ଆସିଛି ଆବଶ୍ୟକତା ଅନୁସାରେ ଓ ପରିସ୍ଥିତିକୁ ଦେଖି। ପୁରୁଷ ପରି ସବୁ ବର୍ଗର ମହିଳାଙ୍କୁ ସାଧୀନତା ମିଳୁ, ନିଜ ଇଚ୍ଛା ମୁତାବକ ବୃତ୍ତି ବା ରୁଚିକୁ ଚୟନ କରିବାକୁ । ଇଏ ବି ନାରୀବାଦର ଏକ ଡାକ।
ଆମେ ସମସ୍ତେ ଅନୁଭବିଛେ,ବର୍ତ୍ତମାନର ବଜାରଦର ସହିତ ତାଳଦେଇ ଏକ ସ୍ବଚ୍ଛନ୍ଦ ଜୀବନ ଜିଇବାକୁ ହେଲେ ସ୍ବାମୀ ସ୍ତ୍ରୀ ଉଭୟଙ୍କୁ ରୋଜଗାରକ୍ଷମ ହେବାକୁ ହେବ। କାର୍ଯ୍ୟସ୍ଥଳୀରେ ଉଭୟଙ୍କୁ ସମାନ ସମୟ, ଶାରୀରିକ ଶ୍ରମ, ମାନସିକ କ୍ଷମତା ଓ ଚାପ ନେବାକୁ ପଡ଼ିଥାଏ। ତେଣୁ ଉଭୟଙ୍କୁ ଘର କାମ ଓ ବାହାର କାମ ଭାଗବଣ୍ଟା କରି କରିବା ଉଚିତ, ତା’ ନ ହେଲେ ପରିବାରରେ ଦ୍ବନ୍ଦ୍ୱ ହେବା ଖୁବ୍‌ ସ୍ବାଭାବିକ। ମୋ ଅଭିଜ୍ଞତାରୁ କହୁଛି ମହିଳା ଜଣେ କର୍ମଜୀବୀ ହୋଇଥିଲେ ହେଁ ନିଜର ଦରମା ଗଣ୍ଡାକ ଉପରେ ତା’ର ଅଧିକାର ନ ଥାଏ, ସେ କିପରି ଖର୍ଚ୍ଚ କରିବ ବୋଲି। ଏମିତି କି ନିଜ ପାଇଁ ଖର୍ଚ୍ଚ କଲେ ତା’ର ହିସାବ ଦେବାକୁ ପଡ଼େ। ସ୍ବାମୀଙ୍କ ଟଙ୍କା ତ ନ କହିବା ଭଲ। ମହିଳା ଜଣେ ଚାକିରି କରିବାର ଅନୁମତି ପାଇଲେ ମଧ୍ୟ ଫେରିବା ଟିକିଏ ଡେରି ହେଲେ ଅନେକ ପ୍ରଶ୍ନବାଚୀ। ନାରୀବାଦର ଏକ ସରଳ ଅର୍ଥ ହେଲା ପୁରୁଷ ଯେଉଁ ଲିଖିତ ଅଲିଖିତ ଅଧିକାର ଗୁଡ଼ିକ ପରିବାରରୁ, ସମାଜରୁ ପାଇ ଆସିଛି ନାରୀଟିଏକୁ ସେଇସବୁ ଅଧିକାର ସମାନ ଭାବରେ ମିଳୁ, ସେ ମଧ୍ୟ ଜଣେ ମଣିଷ, ଯେମିତି ପୁରୁଷ।
ଦେଶ କହିଲେ କେବଳ ସହରାଞ୍ଚଳ ନୁହେଁ। ସତୁରି ପ୍ରତିଶତ ଗ୍ରାମାଞ୍ଚଳ ଅଛି, ଯେଉଁଠି ଆଜି ମଧ୍ୟ ପୁରୁଷ ତୁଳନାରେ ନାରୀ ଶିକ୍ଷା, ସ୍ବାସ୍ଥ୍ୟକୁ ସେତେଟା ଗୁରୁତ୍ୱ ଦିଆଯାଏ ନାହିଁ। ସେଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସେଇ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ଚେଷ୍ଟା କରୁଛନ୍ତି।
ନାରୀବାଦର ଅର୍ଥ ନୁହେଁ ପୁରୁଷକୁ ହୀନ ଦୃଷ୍ଟିରେ ଦେଖିବା, ତାକୁ ସମାଲୋଚନା କରିବା ବା ତା’ ଉପରେ ଆଧିପତ୍ୟ ଦେଖାଇବା। ପୁରୁଷର ଗୁରୁତ୍ୱ ତା’ ଜାଗାରେ ବଳବତ୍ତର ଥାଉ। କେବଳ ନାରୀକୁ ଉପଯୁକ୍ତ ସମ୍ମାନ ମିଳୁ, ଯେଉଁଥିରେ ସେ ପ୍ରକୃତ ହକ୍‌ଦାର। ଯେଉଁଠି କିଛି ବ୍ୟବଧାନ ଅଛି ତାକୁ ମିଳିମିଶି ପୂରଣ କରିବା ଆସନ୍ତୁ। ଏକ ଶକ୍ତିଶାଳୀ ଓ ଉନ୍ନତ ସମାଜ ଗଠନରେ ଭାଗୀଦାର ହୁଅନ୍ତୁ। ଶକ୍ତିଶାଳୀ ସମାଜ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ତାକୁ ଆମେ କେହି ଅସ୍ବୀକାର କରିପାରିବା ନାହିଁ। କିନ୍ତୁ ସେମାନେ ଦୁର୍ବଳ, ଶୋଷିତ, ନିର୍ଯାତିତ, ଅବହେଳିତ ହୋଇ ରହିଲେ କିପରି ନିଜ ଦାୟିତ୍ୱ ଠିକ୍‌ ଭାବେ ବହନ କରିପାରିବେ?
ଯିଏ ନିଜ ଅସ୍ତିତ୍ୱକୁ ନେଇ ସନ୍ଦିହାନ ଥିବ, ତା’ ପାଇଁ ଶତ୍ରୁ କିଏ ମିତ୍ର କିଏ? ଆପଣାର କିଏ, ପର କିଏ? ସମାଜର ପଚାଶ ପ୍ରତିଶତ ଲୋକ ଯଦି ବିଭିନ୍ନ କାରଣରୁ ଆଗକୁ ବଢ଼ି ନ ପାରିବେ ତେବେ ବିଶ୍ୱର ଅନ୍ୟ ଭାଗ ତୁଳନାରେ ଆମ ଦେଶ ଗୋଟିଏ ପାଦରେ ଆଗକୁ ଜୋରରେ ବଢ଼ିପାରିବ ତ?
ମୋ:୭୮୯୪୧୦୪୪୯୪


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri