ସ୍ବର ବଦଳୁଛି

Dillip Cherian

ପହଲଗାମ୍‌ ଆକ୍ରମଣକୁ ନେଇ ପାକିସ୍ତାନ ଉପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଭାରତର ବୈଦେଶିକ ନୀତିର ବାର୍ତ୍ତା ସ୍ପଷ୍ଟ ଓ ପ୍ରଭାବଶାଳୀ ହୋଇନାହିଁ। ବିଶେଷକରି ଭାରତ ବିରୋଧରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସମ୍ପର୍କରେ ବିଶ୍ୱକୁ ଅବଗତ କରିବାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଦୃଢ଼ ସ୍ବର ଅପ୍ରତ୍ୟାଶିତ ଭାବେ ନୀରବୀ ଯାଇଛି। ଏହା ଏକ ରଣନୀତିକ ସଂଯମତା ନା ନିଷ୍ପ୍ରଭ କୂଟନୈତିକ ସ୍ବରର ଘଟଣା ତାହା ହିଁ ଆଲୋଚନାର ବିଷୟ ହୋଇଛି। ସରକାର ଏହି ସମୟରେ ଖବରର ଶୀର୍ଷକରୁ ବଞ୍ଚିତ ହେବାକୁ ଚାହିଁ ନାହାନ୍ତି । ଫଳରେ ସରକାର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଖବର ସୃଷ୍ଟି କରିବାରେ ପୂରା ବଳ ଲଗାଇ ଦେଇଛନ୍ତି । ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ୭ଟି ଟିମ୍‌ ଗଠନ କରାଯାଇଛି। ସରକାରଙ୍କ ପଦକ୍ଷେପ ସପକ୍ଷରେ ବୁଝାଇବା ପାଇଁ ଟିମ୍‌ଗୁଡ଼ିକୁ ବାହାର ଦେଶଗୁଡ଼ିକର ରାଜଧାନୀକୁ ପଠାଯାଇଛି। ଗୋଟିଏ ଟିମ୍‌ରେ ଅଛନ୍ତି, ରାଜ୍ୟ ସଭା ସଦସ୍ୟ ଭୁବନେଶ୍ୱର କଳିତ ଏବଂ ମିଲିନ୍ଦ ଦେଓରାଙ୍କ ସହିତ ଲୋକ ସଭା ସଦସ୍ୟ ଶଶାଙ୍କ ମଣି ତ୍ରିପାଠୀ ଏବଂ ଗନ୍ତି ହରିଶ ମାଧୁର । ଏହି ଟିମ୍‌ର ନେତୃତ୍ୱ ନେଉଛନ୍ତି ବୈଦେଶିକ ନୀତି ବିଶେଷଜ୍ଞ ଶଶି ଥରୁର । ଏସ୍‌ ଜୟଶଙ୍କରଙ୍କ ନୀରବତାକୁ ଅନୁଧ୍ୟାନ କରି ଥରୁର ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ଭାରତ ବୁଝାମଣାରୁ ପଛକୁ ହଟିନାହିଁ ବରଂ ତାହାର ସ୍ବରକୁ ପରିବର୍ତ୍ତନ କରିଛି ବୋଲି ବାର୍ତ୍ତା ଦେଉଛନ୍ତି। ଏ କଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ, ଆମେରିକାର ଗମ୍ଭୀର ରାଜନୈତିକ କ୍ଷମତା ପରିସରରେ କାମ କରିବାର ଅଭିଜ୍ଞତା ଥିବା ପୂର୍ବତନ ରାଷ୍ଟ୍ରଦୂତ ତରଣଜିତ ସିଂ ସାନ୍ଧୁ ମଧ୍ୟ ଟିମ୍‌ରେ ଅଛନ୍ତି। ଗୋଟିଏ କଥା ସ୍ପଷ୍ଟ ଯେ, ସରକାର ଘଟଣାକୁ ନିୟନ୍ତ୍ରଣ କରିବାରେ ଗମ୍ଭୀର ଅଛନ୍ତି, ଏପରି କି ଥରୁରଙ୍କ ଭଳି କଂଗ୍ରେସ ସାଂସଦଙ୍କୁ ପଠାଇ ଭଲଭାବେ ପ୍ରଦର୍ଶନ କରିବାକୁ ଚାହଁୁଛି।
ପ୍ୟାଟେଣ୍ଟ କାର୍ଯ୍ୟାଳୟରେ ଅସନ୍ତୋଷ
ନିକଟରେ ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ୍‌ ଇଣ୍ଟରନାଲ ଟ୍ରେଡ୍‌ (ଡିପିଆଇଆଇଟି) ଏବେ ପ୍ୟାଟେଣ୍ଟ କାର୍ଯ୍ୟାଳୟର କେତେ ଜଣ ଅଧିକାରୀଙ୍କ ଅଦଳବଦଳ ପାଇଁ ନେଇଥିବା ପଦକ୍ଷେପକୁ କେନ୍ଦ୍ର କରି ଅସନ୍ତୋଷର ସ୍ବର ଉଠିଛି। କିନ୍ତୁ ଏହା ବଡ଼ ସଙ୍କଟ ନୁହେଁ, ବରଂ ତାଙ୍କ କାର୍ଯ୍ୟାଳୟର ମାମୁଲି ଝଗଡ଼ା। ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ,ଏହା କୌଣସି ନାଟକୀୟ ବଦଳିର କାହାଣୀ ନୁହେଁ, ଏହା ସମ୍ଭବତଃ ଏକ ପ୍ରଶାସନିକ ବଦଳି। ଯେତେବେଳେ ସଂସାଧନ ଓ ଉତ୍ତରଦାୟିତ୍ୱକୁ ସନ୍ତୁଳିତ କରିବାକୁ ଚେଷ୍ଟା କରାଯାଏ ସେତେବେଳେ ଏଭଳି ବଦଳି କରାଯାଇଥାଏ। ଏହା ନିଶ୍ଚିତ ଯେ, ପରିବର୍ତ୍ତନକୁ ନେଇ ଉଠୁଥିବା କଥା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହାକୁ ବଢ଼େଇ ଚଢ଼େଇ କୁହାଯାଉଛି, ଯାହା ଅନାବଶ୍ୟକ। ଏହା ବଦଳି ନୁହେଁ, ବରଂ ଏକ ଯୋଜନାବଦ୍ଧ ଆବଣ୍ଟନ। ଏହି ଅଧ୍ୟାୟ ହେଉଛି ନିୟମିତ ଅମଲାତନ୍ତ୍ରିକ ମନ୍ଥନରେ ଏକ ଛୋଟ ଝଗଡ଼ା, ଯୁଦ୍ଧ ଭୂମିର ଲଢ଼େଇ ନୁହେଁ। ଏହିସବୁ କ୍ଷୁଦ୍ର ପ୍ରଶାସନିକ ପଦକ୍ଷେପ ସରକାରଙ୍କ କାର୍ଯ୍ୟର ମାନବୀୟ ପ୍ରବୃତ୍ତି ତଥା ବ୍ୟକ୍ତିଗତ ପସନ୍ଦ ଏବଂ ସଂସ୍ଥାଗତ ଆବଶ୍ୟକତା ମଧ୍ୟରେ ରହିଥିବା ନିରାଶା ଓ ବାକ୍‌ଯୁଦ୍ଧକୁ କିଭଳି ପ୍ରକାଶ କରିପାରେ ତାହା ହିଁ କୌତୂହଳର ବିଷୟ। ପ୍ୟାଣ୍ଟେଟ କାର୍ଯ୍ୟାଳୟ ତା’ କାର୍ଯ୍ୟ ଜାରି ରଖିଛି ଓ ନୂତନତ୍ୱ ଉପରେ ଜୋର ଦେଇଆସୁଛି। ପ୍ୟାଟେଣ୍ଟ ଆଇନ ପୁନର୍ଗଠନ କିମ୍ବା ଅନୁମୋଦନ ଶୀଘ୍ର କରିବାରେ ପ୍ରକୃତ ଯୁଦ୍ଧ ହେବା କଥା । କିନ୍ତୁ ସେଥିରେ ବଡ଼ ସମସ୍ୟା ରହିଛି। ଏଣୁ ଏବକାର ଅଦଳବଦଳକୁ ଏକ ଗମ୍ଭୀର ସମସ୍ୟା ବୋଲି କହିବା ଦରକାର ନାହିଁ। ଏହା ହେଉଛି କାର୍ଯ୍ୟାଳୟର ଏକ ନିୟମିତ ଧାରା।
ପୋଲିସରେ ଝଗଡ଼ା
ହିମାଚଳ ପ୍ରଦେଶର ଶୀର୍ଷ ପୋଲିସ ଅଧିକାରୀଙ୍କ ସ୍ତରରେ ଯାହା ଘଟୁଛି ସେଥିରେ ଆଇନ ପ୍ରବର୍ତ୍ତନ କମ୍‌ ଓ ରାଜନୈତିକ ନାଟକବାଜି ଅଧିକ ଥିବା ଭଳି ମନେହେଉଛି। ରାଜ୍ୟ ପୋଲିସ ଏକ ସାର୍ବଜନୀନ ବିବାଦରେ ଫସିଯାଇଛି ଏବଂ ଏସବୁ ଏକ ସନ୍ଦେହଜନକ ମୃତ୍ୟୁରୁ ଆରମ୍ଭ ହୋଇଛି। ମାର୍ଚ୍ଚରେ ଏଚ୍‌ପିପିସିଏଲ୍‌ର ବରିଷ୍ଠ ଅଧିକାରୀ ବିମଳ ନେଗୀଙ୍କ ମୃତଦେହ ଗୋବିନ୍ଦ ସାଗର ହ୍ରଦରୁ ମିଳିଥିଲା। ଏହି ଘଟଣା ଉପରେ ଶିମଲା ଏସ୍‌ପି ସଞ୍ଜୀବ ଗାନ୍ଧୀ ତଦନ୍ତ କରୁଥିଲେ ଏବଂ ଏଥିରେ କୌଣସି ପ୍ରଗତି ନ ହେବାରୁ ହିମାଚଳ ଉଚ୍ଚ ନ୍ୟାୟାଳୟ ସମାଲୋଚନା କରିବା ସହ ସିବିଆଇକୁ ହସ୍ତାନ୍ତର କରିବାର ସଙ୍କେତ ଦେଇଥିଲେ। କିନ୍ତୁ ଏସ୍‌ପି ଗାନ୍ଧୀ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅତୁଲ ବର୍ମା ତଦନ୍ତରେ ବାଧା ସୃଷ୍ଟି କରୁଥିବାର ଅଭିଯୋଗ ଆଣି କୋର୍ଟକୁ କୌଣସି ସ୍ପଷ୍ଟ ଉତ୍ତର ଦେଇ ନ ଥିଲେ। ଡିଜିପି ତତ୍‌କ୍ଷଣାତ୍‌ ଗାନ୍ଧୀଙ୍କୁ ନିଲମ୍ବନ ପାଇଁ ସୁପାରିସ କରିଥିଲେ। ଗଣମାଧ୍ୟମରେ ଗାନ୍ଧୀଙ୍କ ଭିଡିଓ ପ୍ରମାଣ ଶୀର୍ଷ ବାବୁମାନଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା। ତେବେ ରାଜ୍ୟ ପୋଲିସର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏହା କେବଳ ଏକ ଝଗଡ଼ା ନୁହେଁ, ବରଂ ସଂସ୍ଥାଗତ ବିଶ୍ୱାସର ଅଧୋଗତି। ବରିଷ୍ଠ ଅଧିକାରୀମାନଙ୍କ ଅଭିଯୋଗ ଓ ପ୍ରତି ଅଭିଯୋଗ ଆସୁଥିବାବେଳେ ବ୍ୟବସ୍ଥାର ତ୍ରୁଟି ତଥା ନିଷ୍କ୍ରିୟତା ବାହାରକୁ ଆସୁଛି। ଏକ ସମ୍ବେଦନଶୀଳ ମୃତ୍ୟୁ ସହ ଜଡ଼ିତ ଏଭଳି ନିଷ୍କ୍ରିୟତା ନ୍ୟାୟ ଉପରେ ଲୋକଙ୍କ ବିଶ୍ୱାସ ହ୍ରାସ କରୁଛି। ମୁଖ୍ୟମନ୍ତ୍ରୀ ସୁଖୁ ସିବିଆଇ ତଦନ୍ତକୁ ସ୍ବାଗତ କରି ଚତୁରତାର ସହ ରାଜନୀତିକୁ ଦୂରେଇ ରଖିଛନ୍ତି। କିନ୍ତୁ କ୍ଷତି ହୋଇଛି। ଏହି ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଠାରୁ ଅଧିକ କିଛି ଦରକାର।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?