ଆକ୍ରମଣ ପରେ ପ୍ରଥମ ଥର ଜନତାଙ୍କ ସମ୍ମୁଖକୁ ଆସିଲେ ଇମ୍ରାନ୍‌: କହିଲେ, ଜଣାଥିଲା ଆକ୍ରମଣ ହେବ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ପ୍ରଥମ ଥର ସେ ଜନତାଙ୍କ ସମ୍ମୁଖକୁ ଆସିଛନ୍ତି। ଶୁକ୍ରବାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଖବରଦାତା ସମ୍ମିଳନୀ କରି ଇମ୍ରାନ୍‌ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇମ୍ରାନ୍‌ ଏକ ହ୍ବିଲ୍‌ ଚେୟାର୍‌ରେ ବସିଥିବା ଜାରି ଭିଡିଓରେ ଦେଖିବାକୁ ମିଳିଛି। ସେ କହିଛନ୍ତି, ମୋତେ ଓ୍ବାଜିରାବାଦ୍‌ କିମ୍ବା ପଞ୍ଜାବରେ ମାରିବାକୁ ଯୋଜନା ରହିଥିଲା। ରାଲିରେ ଯିବାର ଗୋଟିଏ ଦିନ ପୂର୍ବରୁ ମୋତେ ଜଣାଥିଲା ଯେ, ଆକ୍ରମଣ ହେବ। ମୋତେ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ମୋତେ ୪ଟି ଗୁଳିବାଜିଛି ଏବଂ ମାରିବାକୁ ଦେଶର କଳାଟଙ୍କା ଲଗାଇଯାଇଥିଲା। ରାଜନୀତିରୁ ହଟାଇବାକୁ ତାଙ୍କୁ ଚେଷ୍ଟା କରାଯାଉଛି ବୋଲି ଇମ୍ରାନ୍‌ କହିଛନ୍ତି। ଏଥିସହ ଏହି ଆକ୍ରମଣ ପଛରେ ଇମ୍ରାନ୍‌ ୩ଜଣଙ୍କୁ ଦାୟୀ କରିଛନ୍ତି। ଏଥିରେ ନିର୍ବାଚନ କମିଶନ, ମେଜର ଜେନେରାଲ ଫୈଜଲ ଓ ସରକାରରେ ଥିବା ଶରିଫ ଶେହଓ୍ବାଜ ସାମିଲ ଅଛନ୍ତି। ଅନ୍ୟପଟେ ତାଙ୍କ ଦଳ ପିଟିଆଇ ସାଧାରଣ ଲୋକଙ୍କ ଦଳ ହୋଇଥିବା ବେଳେ ପାର୍ଟି ପାଇଁ ସେ ଦୀର୍ଘ ୨୨ ବର୍ଷ ଧରି ସଂଘର୍ଷ କରୁଥିବା ଇମ୍ରାନ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Share