ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ ଥିବା ଯୋଗୁ ଏଠାରେ ବାରମ୍ବାର ଏପରି ହେଉଛି । ଏହି ହାଇୱା ଦବି ଯିବା ଦ୍ୱାରା ଗୁଡାରିରୁ ନାଇରା ଚାରି ଚକିଆ ଯାନ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଛି । ଗତ ବର୍ଷ ମଧ୍ୟ ଏହି ରାସ୍ତାରେ ଏଭଳି ସ୍ଥିତି ଉପୁଜିଥିଲା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ ପକ୍ଷରୁ କେବଳ ଅସ୍ଥାୟୀ ମରାମତି କରାଯାଉଛି ।

ଲଗାଣ ବର୍ଷା ଯୋଗୁ ରାସ୍ତାର ଅନ୍ୟପଟେ ମଧ୍ୟ ମାଟି ହାଲୁକା ଥିବାରୁ ସେହି ରାସ୍ତା ଦେଇ ଯିବା କଷ୍ଟକର ହୋଇପଡିଛି । ଯଦି ଏହି ସମୟରେ ଆମ୍ବୁଲାନ୍ସ ଆସେ ତେବେ ନିଶ୍ଚିତ ଅସୁବିଧା ହେବ । ଏ ନେଇ ଗୁଡାରି ତହସିଲଦାର ଏ. ସ୍ନେହଲତା ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି କିପରି ଏହି ରାସ୍ତାରେ ଯାତାୟାତ ସ୍ୱାଭାବିକ ହେବ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: gudari news