ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ ଜଳିଯାଇଛି । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ।
ତେବେ ସୂଚନା ଅନୁସାରେ, ହାଇୱାଟି ଭଦ୍ରକରୁ ଯାଜପୁର ଅଭିମୁଖେ ଯାଉଥିଲା ବେଳେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଜାଣିବା ପରେ ଡ୍ରାଇଭର ଓ ହେଲ୍ପର ଗାଡିରୁ ବାହାରି ଆସିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲା । ତେବେ ନିଆଁ ଲାଗିଯିବା କାରଣରୁ ଗାଡ଼ିର ଅନେକ କ୍ଷତି ହୋଇଥିବା ଦେଖାଯାଇଛି । ନିଆଁ ଲାଗିବାର କାରଣ ଜଣା ପଡିନାହିଁ ।
Dharitri – Odisha’s No.1 Odia Daily

