ଉଚ୍ଚ ରକ୍ତଚାପ ରୋଗୀ କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ ହୋଇଥାଏ। ଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଥରେ ଏହି ରୋଗରେ ପୀଡ଼ିତ ହେଲେ ଅନେକ ଜିନିଷ ଠାରୁ ଦୂରରେ ରହିବା ଉଚିତ। ଆସନ୍ତୁ ଜାଣିବା:

-କୈଫିନ: ସ୍ବାସ୍ଥ୍ୟ ପାଇଁ କୈଫିନ ଭଲ ନୁହେଁ। ଏଥିଲାଗି କଫି ଏବଂ ସୋଡା ଭଳି ପାନୀୟଠାରୁ ଦୂରେଇ ରୁହନ୍ତୁ। ଚା’ ମଧ୍ୟ ନ ପିଇବା ଭଲ।

-ମସଲା: ଅଧିକ ରାଗଯୁକ୍ତ ଖାଦ୍ୟ ଉଚ୍ଚ ରକ୍ତଚାପ ପାଇଁ ହାନିକାରକ। ଖାଦ୍ୟରେ ବ୍ୟବହାର ହେଉଥିବା ମସଲା ରକ୍ତଚାପ ସମସ୍ୟାକୁ ଅଧିକ କରିଥାଏ। ଏଣୁ କମ୍‌ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ।

-ଶର୍କରା: ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଶର୍କରା(ଚିନି) ନଚେତ ମିଠା ଜାତୀୟ ଜିନିଷରୁ ଦୂରରେ ରହିବା ଭଲ। ଅଧିକ ଶର୍କରା ଖାଇଲେ ମୋଟାପଣ ବଢ଼େ।

-ଲୁଣ: ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲୁଣ ଜହର ଭଳି। ଏହାକୁ ଅଧିକ ଖାଇଲେ ହୃଦୟ ଜନିତ ସମସ୍ୟା ବୃଦ୍ଧି ପାଇପାରେ।

-ଆଚାର: ଏହାକୁ ବେଶି ଦିନ ସଂରକ୍ଷଣ କରି ରଖିବା ଲାଗି ଲୁଣର ଆବଶ୍ୟକତା ରହିଛି। ଏଣୁ ଏହାକୁ ସେବନ କରିବା ଅସୁବିଧାରେ ପକାଇପାରେ।
-ପ୍ୟାକେଟ ଯୁକ୍ତ ଖାଦ୍ୟ: ଏଥିରେ ସୋଡିୟମ ମାତ୍ରା ଅଧିକ ଥାଏ। ଏହା ଉଚ୍ଚ ରକ୍ତଚାପର ବଡ଼ କାରଣ।