ହାଇପର ଭିଟାମିନୋସିସ୍‌

ଶରୀର ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ଭିଟାମିନ୍‌ ବା ଜୀବସାର ନିତାନ୍ତ ପ୍ରୟୋଜନ। ଏହା ଶରୀରର ମସ୍ତିଷ୍କ, ଅସ୍ଥି, ତ୍ୱଚା ଏବଂ ରକ୍ତକୁ ସୁସ୍ଥ ରଖିଥାଏ। ବ୍ୟାଧି ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏହା ଆମ ପ୍ରକୃତିରୁ ବିଭିନ୍ନ ଆହାର, ଔଷଧ, ଫଳ ଭରପୂର ମାତ୍ରାରେ ଥାଏ। ସୂର୍ଯ୍ୟ କିରଣରୁ ଭିଟାମିନ୍‌ ‘ଡି’ ପାଇଥାଉ। ଶରୀର ତା’ର ଆବଶ୍ୟକତା ମୁତାବକ ଗ୍ରହଣ କରେ। ବେଳେବେଳେ ଶରୀର ପ୍ରାକୃତିକ ଉତ୍ସରୁ ଭିଟାମିନ୍‌ ଗ୍ରହଣ କରିବା ପାଇଁ ଅସମର୍ଥ ହୁଏ। ଅନ୍ୟପକ୍ଷରେ ସନ୍ତୁଳିତ ଆହାର ନ ଖାଇବା କାରଣରୁ ଭିଟାମିନ୍‌ ଅଭାବ ଜନିତ ରୋଗ ହୋଇଥାଏ। ଏହାକୁ ସଦ୍ୟ ପୂରଣ ପାଇଁ କୃତ୍ରିମ ଭାବେ ଭିଟାମିନ୍‌ ଇଞ୍ଜେକ୍‌ଶନ୍‌, ବଟିକା ସେବନ କରାଯାଏ। ମାତ୍ର ଏହା ଅତ୍ୟଧିକ ହେଲେ ଭିଟାମିନ୍‌ ଅଧିକ ଜନିତ ରୋଗ ହୋଇଥାଏ, ଯାହାକୁ ‘ହାଇପର ଭିଟାମିନୋସିସ୍‌’ ବୋଲି କୁହାଯାଏ।
ଏହି ଭିଟାମିନ୍‌ଗୁଡ଼ିକ ପ୍ରାୟତଃ ଦୁଇପ୍ରକାର ଦେଖାଯାଏ। ଗୋଟିଏ ପାଣିରେ ଘୋଳନଶୀଳ ଯଥା- ଭିଟାମିନ୍‌ ବି ଓ ସି। ଏହା ଅଧିକ ହେଲେ ପରିସ୍ରା ଦେଇ ବାହାରିଯାଏ। ଏବଂ ଅନ୍ୟଗୁଡ଼ିକ ଚର୍ବିରେ ଘୋଳନଶୀଳ ଯଥା- ଭିଟାମିନ୍‌ ଏ, ଡି, ଇ ଓ କେ। ଏହିଗୁଡ଼ିକ ତନ୍ତୁ ହୃଦୟ ଓ ଅନ୍ୟ ଅଙ୍ଗରେ ଜମା ହୋଇ ରହେ ଦରକାର ବେଳେ କାର୍ଯ୍ୟରେ ଆସେ।
ଭିଟାମିନ୍‌ -ଏ : ଏହା ଆଖିର ଦୃଷ୍ଟିଶକ୍ତିକୁ ଠିକ୍‌ ରଖେ। ଚର୍ମ, ଦାନ୍ତ, ହାତ, ସୂକ୍ଷ୍ମ କୋଷିକା ଓ ଶ୍ଳେଷ୍ମକଳାକୁ ସୁସ୍ଥ ରଖେ। ଏହାର ମୁଖ୍ୟ ଉତ୍ସ କନ୍ଦମୂଳ, ଗାଜର, ଅମୃତଭଣ୍ଡା, କଲିଜା, ଅଣ୍ଡା, ଆମ୍ବ ଓ ପନିପରିବାରୁ ମିଳେ। ଏହା ଆମ ଶରୀର ପାଇଁ ଦୈନିକ ୯୦୦ଏମ.ସି.ଜି.ରୁ ୩୦୦୦ଏମ.ସି.ଜି. ଆବଶ୍ୟକ। ଏହା ଠାରୁ ଅଧିକ ଗ୍ରହଣ କଲେ ବାଳ ଝଡ଼ିବା, ଭ୍ରୂଲତା ଉପରେ ଲୋମ ଉଠିଯିବା, ତ୍ୱଚା ଶୁଷ୍କ, ରୁକ୍ଷ, ଲାଲ୍‌ ପଡ଼ିବା, ଫୁଲି ଚେକା ଚେକା ହେବା, ମସ୍ତିଷ୍କରେ ଚାପ ବଢ଼ିବା, ଆଖିକୁ ଦେଖା ନ ଯିବା, ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା, ଚିଡ୍‌ଚିଡ୍‌ ଲାଗିବା ଓ ହାଡ଼ରେ ଯନ୍ତ୍ରଣା ହେବା। ଶେଷରେ ରୋଗୀ କୋମା ଅବସ୍ଥାକୁ ଚାଲିଯାଇପାରେ।
ଭିଟାମିନ୍‌ ‘ଡି’ : ଭିଟାମିନ୍‌ ‘ଡି’ କଅଁଳିଆ ସୂର୍ଯ୍ୟକିରଣ ଚର୍ମ ଉପରେ ପଡ଼ି ସଂଶ୍ଳେଷଣ ପ୍ରକିୟା ଦ୍ୱାରା ଶୋଷିତ ହୋଇଥାଏ। ଏହା କ୍ୟାଲ୍‌ସିୟମ ଶୋଷଣ କରେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ମାସଂପେଶୀ ଓ ହୃଦୟ ସୁସ୍ଥ ରଖେ। ଏହାର ମୁଖ୍ୟ ଉତ୍ସ- କ୍ଷୀର, ସଲମନ ମାଛ, କଡ୍‌ ଲିଭର୍‌ ଅଏଲ, ଅଣ୍ଡା, ଛତୁ, ସୋୟାବିନ୍‌ରୁ ମିଳେ। ଶରୀର ପାଇଁ ଦୈନିକ ୧୫ରୁ ୨୦ଏମ.ସି.ଜି. ଆବଶ୍ୟକ। ଏହାଠାରୁ ଅଧିକ ହେଲେ ବୃକ୍‌କ ଅଶୁରୀ, ବାନ୍ତି ଲାଗିବା, କୋଷ୍ଠବଦ୍ଧତା, ଅଧିକ ଶୋଷ ଲାଗିବା, ଅଧିକ ପରିସ୍ରା ହେବା ଓ ପତଳା ସ୍ବାସ୍ଥ୍ୟ ହୋଇଥାଏ।
ଭିଟାମିନ୍‌-ଇ : ଏହା ଏକ ଅକ୍ସିଡାଣ୍ଟ, ଗର୍ଭସ୍ଥାପକ, ଦୃଷ୍ଟି, ରକ୍ତ ପୁଷ୍ଟିକାରକ, ମସ୍ତିଷ୍କ ଓ ଚର୍ମ ପାଇଁ ଉପକାରୀ। ମୁଖ୍ୟ ଉତ୍ସ- ସୂର୍ଯ୍ୟମୁଖୀ ତେଲ, ଆଲ୍‌ମଣ୍ଡ ବ୍ଲାକ୍‌ବେରୀ ତେଲ ଓ ପିଜୁଳିରୁ ମିଳେ। ଦୈନିକ ୧୫ମି.ଗ୍ରା. ଆବଶ୍ୟକ। ଏଥିରୁ ଅଧିକ ହେଲେ ପ୍ରୋଷ୍ଟେଡ୍‌ କ୍ୟାନ୍‌ସର, ଷ୍ଟ୍ରୋକ୍‌ ଏବଂ ରକ୍ତସ୍ରାବ ହେବା ଦେଖାଯାଏ।
ଭିଟାମିନ୍‌ କେ : ଏହା ରକ୍ତ ଜମାଟ ବାନ୍ଧିବା, ଅସ୍ଥିକୁ ସୁଦୃଢ଼ କରେ। ଏହାର ମୁଖ୍ୟ ଉତ୍ସ:- ସେଓ, ପନିପରିବା, ଅଣ୍ଡା, ବ୍ରୋକଲି, ଫୁଲକୋବି। ଏହା ଆମ ଶରୀର ପାଇଁ ଦୈନିକ ୦.୨ରୁ ୩.୨ଏନ୍‌.ଜି./ଏମ.ଏଲ୍‌. ଦରକାର। ଏହାଠାରୁ ଅଧିକ ହେଲେ ସଦ୍ୟଜାତ ଶିଶୁର କାମଳ, ହେମୋଲାଇଟିକ୍‌, ଏନିମିଆ(ରକ୍ତହୀନତା) ଦେଖାଯାଏ।
ଭିଟାମିନ୍‌-ବି : ଏହା ଭୋକ, ସ୍ବାସ୍ଥ୍ୟ ଓ ଓଜନ ବଢ଼ାଏ। ଏହା ଅଭାବରୁ ବେରିବେରି, ହାତ ଓ ଗୋଡ଼ ମାଂସପେଶୀ ଦୃଢ଼ତା, ରକ୍ତହୀନତା, ଶ୍ୱାସକଷ୍ଟ, ଚର୍ମଛେତା ପଡ଼ିଯିବା, ଚାଲିବାରେ କଷ୍ଟ, ଜିହ୍ବା ଫୁଲିବା, କାମଳ ଓ ପାଟି ଘା’ ଆଦି ରୋଗ ହୋଇଥାଏ। ଅଧିକ ଗ୍ରହଣ କଲେ ଯକୃତ କାର୍ଯ୍ୟକ୍ଷମତା ହରାଏ।
ଭିଟାମିନ୍‌ ବି-୬ : ଏପରି ଭିଟାମିନ୍‌ ଅଧିକ ସେବନ କଲେ ସ୍ନାୟୁଗୁଡ଼ିକ ନଷ୍ଟ ହେବା, ଯକୃତ ଖରାପ ହେବା, ତ୍ୱଚା ସୂର୍ଯ୍ୟାଲୋକ ସହ୍ୟ କରିପାରେ ନାହିଁ। ବାନ୍ତି ଲାଗିବା, ଛାତି ଜଳାପୋଡ଼ା ହୋଇଥାଏ।
ଭିଟାମିନ୍‌-ସି : ଏହା କୋଷ, ଚର୍ମ, ରକ୍ତବାହିନୀ, ଅସ୍ଥି ଏବଂ ତରୁଣାସ୍ଥି, ଦାନ୍ତମାଢ଼ିକୁ ସୁସ୍ଥ ରଖେ। ଥଣ୍ଡାସର୍ଦ୍ଦିିରୁ ରକ୍ଷା କରେ। ବ୍ୟାଧି ପ୍ରତିରୋଧକ ଶକ୍ତି ବଢ଼ାଏ। ଏହାର ଅଭାବରୁ ସ୍କର୍ବି ରୋଗ ହୋଇଥାଏ। ଏହାର ମୁଖ୍ୟ ଉତ୍ସ- ଅଁଳା, ଖଟାଜାତୀୟ ଫଳ, ଲେମ୍ବୁ, କମଳା, ଅଙ୍ଗୁର କୋଳି ଇତ୍ୟାଦି। ଦୈନିକ ୯୦ଏମ୍‌.ଜି. ଆବଶ୍ୟକ। ଏଥିରୁ ଅଧିକ ଦୈନିକ ନେଲେ ପେଟଜନିତ ରୋଗ, ପତଳା ଝାଡ଼ା, ଆମାଶୟ ମାଂସପେଶୀ ଆକୁଞ୍ଚନ, ବାନ୍ତି, ମୁଣ୍ଡବ୍ୟଥା ଇତ୍ୟାଦି ଲକ୍ଷଣ ଦେଖାଯାଏ।
ଏଣୁ ସନ୍ତୁଳିତ ଆହାର ସେବନ କରିବେ। ଜିହ୍ବା ଓ ଲୋଭକୁ ସମ୍ବରଣ କରିବେ, ବିଭିନ୍ନ ଋତୁରେ ଉତ୍ପନ ହେଉଥିବା ଫଳ, ପନିପରିବାକୁ ସେବନ କରିବେ। ସଜନାଶାଗ, ପିଜୁଳି, ଲଙ୍କା, ଅମୃତଭଣ୍ଡା, କଦଳୀ ଇତ୍ୟାଦି ଫଳ ଓ ପନିପରିବାକୁ ପ୍ରାଧାନ୍ୟ ଦେବେ। ଆମାଶୟ ଓ ଅନ୍ତ୍ରର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମୟ ବ୍ୟବଧାନ ରଖିବେ। ପାଣି ପିଇବେ। ଯୋଗାଭ୍ୟାସ କରିବେ। ଶରୀର ପାଇଁ ହିତକାରୀ ପ୍ରାକୃତିକ ଔଷଧ ଓ ଉପଚାରକୁ ପ୍ରାଧାନ୍ୟ ଦେବେ। ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆହାର, ଭିଟାମିନ୍‌ ସେବନ କରିବେ।
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri