ସବୁଜ ବିପ୍ଳବ ଆଣିବ ହାଇଡ୍ରୋପୋନିକ ପ୍ରଣାଳୀ ଚାଷ

କଟକ,୧୧ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ବିନା ମାଟିରେ ପରିବା ଓ ଫଳ ଉତ୍ପାଦନ ହୋଇପାରିବ। ହାଇଡ୍ରୋପୋନିକ ଚାଷ ମାଧ୍ୟମରେ ଏହା ସମ୍ଭବ। ଏହି ନିର୍ଦ୍ଦିଷ୍ଟ ପ୍ରଣାଳୀକୁ ଉପଯୋଗ କରି ଫସଲ ଉତ୍ପାଦନ ପାଇଁ ରେଭେନ୍‌ଶା ବିଶ୍ୱବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା କରାଯାଉଛି। ୨୦୨୦ରୁ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର କ୍ଷୀରୋଦ କୁମାର ସାହୁଙ୍କ ନେତୃତ୍ୱରେ ଗବେଷଣା ଆରମ୍ଭ ହୋଇଛି। ପ୍ରଥମେ ଏହି ଉପାୟରେ ଫୁଲଚାଷ କରାଯାଇଥିଲା। ଏଥିରେ ସଫଳତା ମିଳିଥିଲା। ହାଇଡ୍ରୋପୋନିକ ଉପାୟରେ କେଶର ଚାଷ କରି ସଫଳତା ମିଳିବା ପରେ ଏବେ ବିଭିନ୍ନ ପରିବା ଚାଷ କରାଯାଉଛି।
ରେଭେନ୍‌ଶାରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। କମ୍‌ ମୂଲ୍ୟରେ ଉନ୍ନତ ମାନର ପୋଷକ ତତ୍ତ୍ବ ଫର୍ମୁଲା ଉଦ୍ଭାବନ କରି ଚାଷୀମାନେ କିଭଳି ଏଥିରୁ ଉପକୃତ ହୋଇପାରିବେ ସେ ନେଇ ଗବେଷଣା ଜାରି ରହିଛି। ଏନେଇ ସହକାରୀ ପ୍ରଫେସର କହିଛନ୍ତି, ବିଶ୍ୱରେ ଏବେ ଏହି ପଦ୍ଧତିରେ ଚାଷ କରାଯାଉଛି। ଏପରି କି ଭାରତରେ ମଧ୍ୟ ବିଷମୁକ୍ତ ପନିପରିବା, ଫଳ ଉତ୍ପାଦନ ପାଇଁ ଏହାର ବ୍ୟବହାର କରାଯାଉଛି। ମାଟି ବିନା ମଧ୍ୟ ଏହି ଚାଷ ମାଧ୍ୟମରେ ବିପୁଳ ପରିମାଣର ଫସଲ ଉତ୍ପାଦନ ହେଉଛି। ବର୍ତ୍ତମାନ ଉନ୍ନତମାନର ପୋଷକ ତତ୍ତ୍ବ ଫର୍ମୁଲାର ପ୍ରଭାବ ଅନ୍ୟ ପରିବା ଚାଷ ଉପରେ କିପରି ପଡୁଛି ତାହା ନିରୂପଣ କରାଯାଉଛି। ଏଥିରେ ବହୁତ ପ୍ରକାର ପରିବା ଚାଷ ସୁଚାରୁରୂପେ ହୋଇପାରୁଛି। ଏହି ପୋଷକ ଜ୍ଞାନକୌଶଳ ଏବଂ ଫର୍ମୁଲା ଚାଷୀଙ୍କ ନିକଟରେ ପହଞ୍ଚିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ସେଥିମଧ୍ୟରୁ ପରାମର୍ଶ ସେବା ସହାୟତାରେ କିପରି ଭାବରେ ଜ୍ଞାନକୌଶଳ ପହଞ୍ଚାଇ ହେବ ତାହା ଅନ୍ୟତମ। ସେହିପରି ଛାତ୍ରୀଛାତ୍ର ଓ ଚାଷୀମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଇପାରିବ। ଏପରି କି ଚାଷୀମାନେ ବିଶ୍ୱବିଦ୍ୟାଳୟରେ ଥିବା ପରାମର୍ଶ ସେବା ସାହାଯ୍ୟ ନେଇପାରିବେ। ଏଥିସହ ନିଜସ୍ବ କମ୍ପାନୀ କରି ସ୍ବାବଲମ୍ବୀ ମଧ୍ୟ ହୋଇପାରିବ। ପାରମ୍ପରିକ ଚାଷ ତୁଳନାରେ ଏହି ପଦ୍ଧତିରେ କମ୍‌ ସ୍ଥାନରେ ଅଧିକ ଚାଷ ସମ୍ଭବ। ଏହି ଚାଷ ପ୍ରଣାଳୀ ବ୍ୟବହାର କରିବା ପରେ ପୁଷ୍ଟିକର ଖାଦ୍ୟ ନଷ୍ଟ ହୁଏ ନାହିଁ, ବରଂ ଉଦ୍ଭିଦମାନଙ୍କ ବୃଦ୍ଧିରେ ଏହା ବ୍ୟବହୃତ ହୁଏ। ଯାହା ବିନା ମାଟିରେ ଚାଷ କ୍ଷେତ୍ରରେ ନୂତନ ସବୁଜ ବିପ୍ଳବ ଆଣିପାରିବ। ଏହି ପ୍ରଣାଳୀକୁ ବ୍ୟବହାର କରି ବାଇଗଣ, କାକୁଡି, ବିଲାତି, କ୍ୟାପସିକମ୍‌, ମଟର, ଲଙ୍କା, ଷ୍ଟ୍ରବେରି, ବ୍ଲାକ୍‌ବେରି, ଧନିଆପତ୍ର, ବ୍ରୋକଲି, ତରଭୁଜ ଆଦି ଉତ୍ପାଦନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri