ସବୁଜ ବିପ୍ଳବ ଆଣିବ ହାଇଡ୍ରୋପୋନିକ ପ୍ରଣାଳୀ ଚାଷ

କଟକ,୧୧ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ବିନା ମାଟିରେ ପରିବା ଓ ଫଳ ଉତ୍ପାଦନ ହୋଇପାରିବ। ହାଇଡ୍ରୋପୋନିକ ଚାଷ ମାଧ୍ୟମରେ ଏହା ସମ୍ଭବ। ଏହି ନିର୍ଦ୍ଦିଷ୍ଟ ପ୍ରଣାଳୀକୁ ଉପଯୋଗ କରି ଫସଲ ଉତ୍ପାଦନ ପାଇଁ ରେଭେନ୍‌ଶା ବିଶ୍ୱବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା କରାଯାଉଛି। ୨୦୨୦ରୁ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର କ୍ଷୀରୋଦ କୁମାର ସାହୁଙ୍କ ନେତୃତ୍ୱରେ ଗବେଷଣା ଆରମ୍ଭ ହୋଇଛି। ପ୍ରଥମେ ଏହି ଉପାୟରେ ଫୁଲଚାଷ କରାଯାଇଥିଲା। ଏଥିରେ ସଫଳତା ମିଳିଥିଲା। ହାଇଡ୍ରୋପୋନିକ ଉପାୟରେ କେଶର ଚାଷ କରି ସଫଳତା ମିଳିବା ପରେ ଏବେ ବିଭିନ୍ନ ପରିବା ଚାଷ କରାଯାଉଛି।
ରେଭେନ୍‌ଶାରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। କମ୍‌ ମୂଲ୍ୟରେ ଉନ୍ନତ ମାନର ପୋଷକ ତତ୍ତ୍ବ ଫର୍ମୁଲା ଉଦ୍ଭାବନ କରି ଚାଷୀମାନେ କିଭଳି ଏଥିରୁ ଉପକୃତ ହୋଇପାରିବେ ସେ ନେଇ ଗବେଷଣା ଜାରି ରହିଛି। ଏନେଇ ସହକାରୀ ପ୍ରଫେସର କହିଛନ୍ତି, ବିଶ୍ୱରେ ଏବେ ଏହି ପଦ୍ଧତିରେ ଚାଷ କରାଯାଉଛି। ଏପରି କି ଭାରତରେ ମଧ୍ୟ ବିଷମୁକ୍ତ ପନିପରିବା, ଫଳ ଉତ୍ପାଦନ ପାଇଁ ଏହାର ବ୍ୟବହାର କରାଯାଉଛି। ମାଟି ବିନା ମଧ୍ୟ ଏହି ଚାଷ ମାଧ୍ୟମରେ ବିପୁଳ ପରିମାଣର ଫସଲ ଉତ୍ପାଦନ ହେଉଛି। ବର୍ତ୍ତମାନ ଉନ୍ନତମାନର ପୋଷକ ତତ୍ତ୍ବ ଫର୍ମୁଲାର ପ୍ରଭାବ ଅନ୍ୟ ପରିବା ଚାଷ ଉପରେ କିପରି ପଡୁଛି ତାହା ନିରୂପଣ କରାଯାଉଛି। ଏଥିରେ ବହୁତ ପ୍ରକାର ପରିବା ଚାଷ ସୁଚାରୁରୂପେ ହୋଇପାରୁଛି। ଏହି ପୋଷକ ଜ୍ଞାନକୌଶଳ ଏବଂ ଫର୍ମୁଲା ଚାଷୀଙ୍କ ନିକଟରେ ପହଞ୍ଚିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ସେଥିମଧ୍ୟରୁ ପରାମର୍ଶ ସେବା ସହାୟତାରେ କିପରି ଭାବରେ ଜ୍ଞାନକୌଶଳ ପହଞ୍ଚାଇ ହେବ ତାହା ଅନ୍ୟତମ। ସେହିପରି ଛାତ୍ରୀଛାତ୍ର ଓ ଚାଷୀମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଇପାରିବ। ଏପରି କି ଚାଷୀମାନେ ବିଶ୍ୱବିଦ୍ୟାଳୟରେ ଥିବା ପରାମର୍ଶ ସେବା ସାହାଯ୍ୟ ନେଇପାରିବେ। ଏଥିସହ ନିଜସ୍ବ କମ୍ପାନୀ କରି ସ୍ବାବଲମ୍ବୀ ମଧ୍ୟ ହୋଇପାରିବ। ପାରମ୍ପରିକ ଚାଷ ତୁଳନାରେ ଏହି ପଦ୍ଧତିରେ କମ୍‌ ସ୍ଥାନରେ ଅଧିକ ଚାଷ ସମ୍ଭବ। ଏହି ଚାଷ ପ୍ରଣାଳୀ ବ୍ୟବହାର କରିବା ପରେ ପୁଷ୍ଟିକର ଖାଦ୍ୟ ନଷ୍ଟ ହୁଏ ନାହିଁ, ବରଂ ଉଦ୍ଭିଦମାନଙ୍କ ବୃଦ୍ଧିରେ ଏହା ବ୍ୟବହୃତ ହୁଏ। ଯାହା ବିନା ମାଟିରେ ଚାଷ କ୍ଷେତ୍ରରେ ନୂତନ ସବୁଜ ବିପ୍ଳବ ଆଣିପାରିବ। ଏହି ପ୍ରଣାଳୀକୁ ବ୍ୟବହାର କରି ବାଇଗଣ, କାକୁଡି, ବିଲାତି, କ୍ୟାପସିକମ୍‌, ମଟର, ଲଙ୍କା, ଷ୍ଟ୍ରବେରି, ବ୍ଲାକ୍‌ବେରି, ଧନିଆପତ୍ର, ବ୍ରୋକଲି, ତରଭୁଜ ଆଦି ଉତ୍ପାଦନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri