Posted inଜାତୀୟ

ବଗ୍‌ଗାଙ୍କୁ ନେଇ ହାଇଡ୍ରାମା

ନୂଆଦିଲ୍ଲୀ/ଚଣ୍ଡିଗଡ଼,୭ା୫: ଦିଲ୍ଲୀର ଭାଜପା ନେତା ତେଜିନ୍ଦର ପାଲ୍‌ ସିଂ ବଗ୍‌ଗାଙ୍କୁ ପଞ୍ଜାବ ପୋଲିସ ଶୁକ୍ରବାର ସକାଳେ ତାଙ୍କ ଘରୁ ଗିରଫ କରିଥିଲା। ଜାତୀୟ ରାଜଧାନୀରୁ ତାଙ୍କୁ ପଞ୍ଜାବର ମୋହାଲିସ୍ଥିତ ଏକ କୋର୍ଟକୁ ନିଆଯାଉଥିବାବେଳେ କୁରୁକ୍ଷେତ୍ରରେ ହରିୟାଣା ପୋଲିସ ଅଟକାଇଥିଲା। ସେଠାରୁ ଦିଲ୍ଲୀ ପୋଲିସ ଅତି ନାଟକୀୟ ଢଙ୍ଗରେ ବଗ୍‌ଗାଙ୍କୁ ଦିଲ୍ଲୀକୁ ଫେରାଇନେଇଛି। ପଞ୍ଜାବ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କ୍ଷମତାସୀନ ଥିବାବେଳେ ହରିୟାଣାରେ ଭାଜପା ସରକାର ଚାଲିଛି। ପଞ୍ଜାବ ପୋଲିସ ଏଏପିର ବୋଲ ମାନି ବଗ୍‌ଗାଙ୍କୁ ଗିରଫ କରିଥିବାରୁ କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ଦିଲ୍ଲୀ ପୋଲିସ ହରିୟାଣା ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରିଛି। ଜଣେ ଧମକଦାତା ଅଭିଯୁକ୍ତଙ୍କୁ ନେଇ ୩ ରାଜ୍ୟର ପୋଲିସ ଏଭଳି ଟଣାଓଟରା ହେବା କେବେ ଦେଖିବାକୁ ମିଳି ନ ଥିଲା। ବଗ୍‌ଗା ଘୃଣା ବିସ୍ତାର ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ତାଙ୍କ ଗିରଫଦାରି ଯଥାର୍ଥ ବୋଲି ଏଏପି କହିଛି। ଅନ୍ୟପକ୍ଷେ ଭାଜପା ଏହାକୁ ଅଭିବ୍ୟକ୍ତି ସ୍ବାଧୀନତା ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି ସମାଲୋଚନା କରିଛି। ଏହି ପ୍ରସଙ୍ଗ କେବଳ ଏଏପି-ଭାଜପାକୁ ମୁହଁାମୁହିଁ କରାଇଛି ତାହା ନୁହେଁ, ବରଂ ଜାତୀୟ ରାଜନୀତିରେ ମଧ୍ୟ ଉଷ୍ମତା ଭରିଦେଇଛି।
ସାମାଜିକ ଗଣମାଧ୍ୟମରେ ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଘୋର ସମାଲୋଚକ ଭାବେ ଜଣାଶୁଣା ଦିଲ୍ଲୀ ଭାଜପା ମୁଖପାତ୍ର ତେଜିନ୍ଦର ପାଲ ସିଂ ବଗ୍‌ଗାଙ୍କ ନାମରେ ମୋହାଲି ଜିଲା ସାହିବ୍‌ଜାଦା ଅଜିତ୍‌ ସିଂ ନଗର ଥାନାର ସାଇବର ସେଲ୍‌ରେ ମାମଲା ରୁଜୁ ହୋଇଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି, ହିଂସା ଉସୁକାଇବା ପାଇଁ ଉତ୍ତେଜକ ଭାଷଣ ଓ ଆପରାଧିକ ଧମକ ଦେବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ନିକଟରେ ବିବେକ ଅଗ୍ନିହୋତ୍ରୀଙ୍କ ‘କଶ୍ମୀର ଫାଇଲ୍ସ’ ଫିଲ୍ମକୁ କେତେକ ଭାଜପା ଶାସିତ ରାଜ୍ୟରେ ଟିକସମୁକ୍ତ କରାଯାଇଥିଲା। କଶ୍ମୀରୀ ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ନେଇ ଗତିଶୀଳ ହୋଇଥିବା ଏହି ସିନେମାକୁ ଦିଲ୍ଲୀର ଏଏପି ସରକାର ମଧ୍ୟ ଟ୍ୟାକ୍ସ ଫ୍ରି କରନ୍ତୁ ବୋଲି ଭାଜପା ନେତାମାନେ ଦାବି କରିଥିଲେ। ମାର୍ଚ୍ଚ ୨୪ରେ କେଜ୍‌ରିଓ୍ବାଲ କହିଥିଲେ, ବିବେକ ଅଗ୍ନିହୋତ୍ରୀ ଫିଲ୍ମକୁ ୟୁଟ୍ୟୁବ୍‌ରେ ଛାଡ଼ିଦିଅନ୍ତୁ। ଟିକସ ମୁକ୍ତ କରିବାକୁ ପଡ଼ିବ ନାହିଁ। କେଜ୍‌ରିଓ୍ବାଲଙ୍କ ଏହି ମନ୍ତବ୍ୟ ଉପରେ ମାର୍ଚ୍ଚ ୩୦ରେ ବଗ୍‌ଗା ବିବାଦୀୟ ଟୁଇଟ୍‌ କରିଥିଲେ। ଏପରି କି ସେହିଦିନ କେଜ୍‌ରିଓ୍ବାଲଙ୍କ ସରକାରୀ ବାସଭବନ ବାହାରେ ଭାରତୀୟ ଜନତା ଯୁବମୋର୍ଚ୍ଚା (ବିଜଓ୍ବୋଇଏମ୍‌) ପକ୍ଷରୁ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ବିଜଓ୍ବୋଇଏମ୍‌ କର୍ମକର୍ତ୍ତାମାନେ କେଜ୍‌ରିଓ୍ବାଲଙ୍କୁ ବଞ୍ଚତ୍ବାକୁ ଦେବେ ନାହିଁ ବୋଲି ଗଣମାଧ୍ୟମକୁ ବଗ୍‌ଗା କହିଥିଲେ। ଏସବୁକୁ ନେଇ ଏଏପି ତାଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା। ବଗ୍‌ଗାଙ୍କୁ ଶୁକ୍ରବାର ସକାଳେ ପଞ୍ଜାବ ପୋଲିସ ଗିରଫ କରି ମୋହାଲିକୁ ନେଉଥିଲା। ହେଲେ ବଗ୍‌ଗାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ଏତଲା ଦେବା ପରେ ଦିଲ୍ଲୀ ପୋଲିସଠାରୁ ଖବର ପାଇ ହରିୟାଣା ପୋଲିସ ଅଧିକାରୀମାନେ ଉକ୍ତ ଭ୍ୟାନ୍‌କୁ କୁରୁକ୍ଷେତ୍ରର ପିପ୍‌ଲିରେ ଘେରିଯାଇଥିଲେ। ସେମାନେ ବଗ୍‌ଗାଙ୍କୁ ଜାତୀୟ ରାଜପଥଠାରୁ କୁରୁକ୍ଷେତ୍ରର ଏକ ଥାନାକୁ ସୁରକ୍ଷା ଦେଇ ନେଇଯାଇଥିଲେ। ସେଠାରେ ଦିଲ୍ଲୀ ପୋଲିସର ଏକ ଟିମ୍‌ ପହଞ୍ଚତ୍ବା ପରେ ହରିୟାଣା ପୋଲିସ ତାଙ୍କୁ ହସ୍ତାନ୍ତର କରିଥିଲା। ଦିଲ୍ଲୀ ପୋଲିସ ବଗ୍‌ଗାଙ୍କୁ ଦିଲ୍ଲୀକୁ ଫେରାଇ ନେବାବେଳେ ସେ ଭ୍ୟାନ୍‌ ଭିତରେ ଥାଇ ଦୁଇ ଅଙ୍ଗୁଳିରେ ବିଜୟ ସଙ୍କେତ ଦେଖାଇଥିଲେ। କେବଳ ଏତିକି ନୁହେଁ, ପଞ୍ଜାବ ପୋଲିସ ବିରୋଧରେ ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରିଛି। ଇତିମଧ୍ୟରେ ବଗ୍‌ଗାଙ୍କୁ ହରିୟାଣାରେ ରଖାଯାଉ ବୋଲି ଦାବିକରି ପଞ୍ଜାବ ପୋଲିସ ପକ୍ଷରୁ ଦାଏର ଏକ ପିଟିଶନକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ଉପରେ ହରିୟାଣା ସରକାର ହାଇକୋର୍ଟରେ ଶନିବାର ଏକ ସତ୍ୟପାଠ ଦାଖଲ କରିବେ। ଶନିବାର ଏହି ମାମଲାର ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
ଆମ୍‌ ଆଦ୍‌ମୀ ପାର୍ଟିର କହିବା ହେଲା, ସୋସିଆଲ ମିଡିଆରେ ବଗ୍‌ଗା ଆପତ୍ତିଜନକ, ବିଷାକ୍ତ ଓ ଘୃଣ୍ୟ ଭାଷା ବ୍ୟବହାର କରି ଅନେକ ପୋଷ୍ଟିଂ କରିଥିଲେ। ପଞ୍ଜାବ ପୋଲିସ ତାଙ୍କୁ ୫ ଥର ନୋଟିସ ପଠାଇଥିଲା। ହେଲେ ସେ ତଦନ୍ତରେ ସହଯୋଗ କରି ନ ଥିଲେ। ତେଣୁ ପଞ୍ଜାବ ପୋଲିସ ବିନା କୌଣସି ଭେଦଭାବରେ ବଗ୍‌ଗାଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷେ ଭାଜପାର ଅଭିଯୋଗ ହେଲା, ପଞ୍ଜାବ ପୋଲିସର ଏକ ୫୦ ଜଣିଆ ଟିମ୍‌ ସକାଳ ପ୍ରାୟ ୮ଟା ୩୦ରେ ବଗ୍‌ଗାଙ୍କ ଦିଲ୍ଲୀ ବାସଭବନକୁ ଆସି ଗିରଫ କରିଥିଲା। ଏପରି କି ସେହି ସମୟରେ ବଗ୍‌ଗା ନିଜ ପଗଡ଼ି ମଧ୍ୟ ଭିଡ଼ି ନ ଥିଲେ। ବଗ୍‌ଗାଙ୍କ ବାପା ପ୍ରୀତ୍‌ ପାଲ୍‌ କହିଛନ୍ତି, ପ୍ରାୟ ୧୦-୧୫ ଜଣ ପୋଲିସ କର୍ମଚାରୀ ତାଙ୍କ ପୁଅଙ୍କୁ ଘରୁ ଘୋଷାଡ଼ି ପଞ୍ଜାବକୁ ନେଇଯାଉଥିଲେ। ସେ ଏସବୁର ଭିଡିଓ ରେକର୍ଡିଂ କରୁଥିବାବେଳେ ତାଙ୍କ ମୋବାଇଲକୁ ମଧ୍ୟ ପୋଲିସ ଛଡ଼ାଇନେଇଥିଲା ବୋଲି ପ୍ରୀତ୍‌ ପାଲ୍‌ ନିଜ ଏଫ୍‌ଆଇଆର୍‌ରେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ, ବଗ୍‌ଗାଙ୍କ ଗିରଫଦାରି ନେଇ ପଞ୍ଜାବ ପ୍ରତିପକ୍ଷଙ୍କଠାରୁ କୌଣସି ପ୍ରାକ୍‌ ସୂଚନା ସେମାନେ ପାଇ ନ ଥିଲେ। ପଞ୍ଜାବ ପୋଲିସ ଏହାକୁ ଖଣ୍ଡନ କରି କହିଛି, ପୂର୍ବରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ତାଙ୍କ ଟିମ୍‌ ବୁଧବାର ରାତିରୁ ନୂଆଦିଲ୍ଲୀର ଜନକପୁରୀ ଥାନାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri