Posted inଜାତୀୟ

ବଗ୍‌ଗାଙ୍କୁ ନେଇ ହାଇଡ୍ରାମା

ନୂଆଦିଲ୍ଲୀ/ଚଣ୍ଡିଗଡ଼,୭ା୫: ଦିଲ୍ଲୀର ଭାଜପା ନେତା ତେଜିନ୍ଦର ପାଲ୍‌ ସିଂ ବଗ୍‌ଗାଙ୍କୁ ପଞ୍ଜାବ ପୋଲିସ ଶୁକ୍ରବାର ସକାଳେ ତାଙ୍କ ଘରୁ ଗିରଫ କରିଥିଲା। ଜାତୀୟ ରାଜଧାନୀରୁ ତାଙ୍କୁ ପଞ୍ଜାବର ମୋହାଲିସ୍ଥିତ ଏକ କୋର୍ଟକୁ ନିଆଯାଉଥିବାବେଳେ କୁରୁକ୍ଷେତ୍ରରେ ହରିୟାଣା ପୋଲିସ ଅଟକାଇଥିଲା। ସେଠାରୁ ଦିଲ୍ଲୀ ପୋଲିସ ଅତି ନାଟକୀୟ ଢଙ୍ଗରେ ବଗ୍‌ଗାଙ୍କୁ ଦିଲ୍ଲୀକୁ ଫେରାଇନେଇଛି। ପଞ୍ଜାବ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କ୍ଷମତାସୀନ ଥିବାବେଳେ ହରିୟାଣାରେ ଭାଜପା ସରକାର ଚାଲିଛି। ପଞ୍ଜାବ ପୋଲିସ ଏଏପିର ବୋଲ ମାନି ବଗ୍‌ଗାଙ୍କୁ ଗିରଫ କରିଥିବାରୁ କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ଦିଲ୍ଲୀ ପୋଲିସ ହରିୟାଣା ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରିଛି। ଜଣେ ଧମକଦାତା ଅଭିଯୁକ୍ତଙ୍କୁ ନେଇ ୩ ରାଜ୍ୟର ପୋଲିସ ଏଭଳି ଟଣାଓଟରା ହେବା କେବେ ଦେଖିବାକୁ ମିଳି ନ ଥିଲା। ବଗ୍‌ଗା ଘୃଣା ବିସ୍ତାର ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ତାଙ୍କ ଗିରଫଦାରି ଯଥାର୍ଥ ବୋଲି ଏଏପି କହିଛି। ଅନ୍ୟପକ୍ଷେ ଭାଜପା ଏହାକୁ ଅଭିବ୍ୟକ୍ତି ସ୍ବାଧୀନତା ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି ସମାଲୋଚନା କରିଛି। ଏହି ପ୍ରସଙ୍ଗ କେବଳ ଏଏପି-ଭାଜପାକୁ ମୁହଁାମୁହିଁ କରାଇଛି ତାହା ନୁହେଁ, ବରଂ ଜାତୀୟ ରାଜନୀତିରେ ମଧ୍ୟ ଉଷ୍ମତା ଭରିଦେଇଛି।
ସାମାଜିକ ଗଣମାଧ୍ୟମରେ ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଘୋର ସମାଲୋଚକ ଭାବେ ଜଣାଶୁଣା ଦିଲ୍ଲୀ ଭାଜପା ମୁଖପାତ୍ର ତେଜିନ୍ଦର ପାଲ ସିଂ ବଗ୍‌ଗାଙ୍କ ନାମରେ ମୋହାଲି ଜିଲା ସାହିବ୍‌ଜାଦା ଅଜିତ୍‌ ସିଂ ନଗର ଥାନାର ସାଇବର ସେଲ୍‌ରେ ମାମଲା ରୁଜୁ ହୋଇଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି, ହିଂସା ଉସୁକାଇବା ପାଇଁ ଉତ୍ତେଜକ ଭାଷଣ ଓ ଆପରାଧିକ ଧମକ ଦେବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ନିକଟରେ ବିବେକ ଅଗ୍ନିହୋତ୍ରୀଙ୍କ ‘କଶ୍ମୀର ଫାଇଲ୍ସ’ ଫିଲ୍ମକୁ କେତେକ ଭାଜପା ଶାସିତ ରାଜ୍ୟରେ ଟିକସମୁକ୍ତ କରାଯାଇଥିଲା। କଶ୍ମୀରୀ ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ନେଇ ଗତିଶୀଳ ହୋଇଥିବା ଏହି ସିନେମାକୁ ଦିଲ୍ଲୀର ଏଏପି ସରକାର ମଧ୍ୟ ଟ୍ୟାକ୍ସ ଫ୍ରି କରନ୍ତୁ ବୋଲି ଭାଜପା ନେତାମାନେ ଦାବି କରିଥିଲେ। ମାର୍ଚ୍ଚ ୨୪ରେ କେଜ୍‌ରିଓ୍ବାଲ କହିଥିଲେ, ବିବେକ ଅଗ୍ନିହୋତ୍ରୀ ଫିଲ୍ମକୁ ୟୁଟ୍ୟୁବ୍‌ରେ ଛାଡ଼ିଦିଅନ୍ତୁ। ଟିକସ ମୁକ୍ତ କରିବାକୁ ପଡ଼ିବ ନାହିଁ। କେଜ୍‌ରିଓ୍ବାଲଙ୍କ ଏହି ମନ୍ତବ୍ୟ ଉପରେ ମାର୍ଚ୍ଚ ୩୦ରେ ବଗ୍‌ଗା ବିବାଦୀୟ ଟୁଇଟ୍‌ କରିଥିଲେ। ଏପରି କି ସେହିଦିନ କେଜ୍‌ରିଓ୍ବାଲଙ୍କ ସରକାରୀ ବାସଭବନ ବାହାରେ ଭାରତୀୟ ଜନତା ଯୁବମୋର୍ଚ୍ଚା (ବିଜଓ୍ବୋଇଏମ୍‌) ପକ୍ଷରୁ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ବିଜଓ୍ବୋଇଏମ୍‌ କର୍ମକର୍ତ୍ତାମାନେ କେଜ୍‌ରିଓ୍ବାଲଙ୍କୁ ବଞ୍ଚତ୍ବାକୁ ଦେବେ ନାହିଁ ବୋଲି ଗଣମାଧ୍ୟମକୁ ବଗ୍‌ଗା କହିଥିଲେ। ଏସବୁକୁ ନେଇ ଏଏପି ତାଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା। ବଗ୍‌ଗାଙ୍କୁ ଶୁକ୍ରବାର ସକାଳେ ପଞ୍ଜାବ ପୋଲିସ ଗିରଫ କରି ମୋହାଲିକୁ ନେଉଥିଲା। ହେଲେ ବଗ୍‌ଗାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ଏତଲା ଦେବା ପରେ ଦିଲ୍ଲୀ ପୋଲିସଠାରୁ ଖବର ପାଇ ହରିୟାଣା ପୋଲିସ ଅଧିକାରୀମାନେ ଉକ୍ତ ଭ୍ୟାନ୍‌କୁ କୁରୁକ୍ଷେତ୍ରର ପିପ୍‌ଲିରେ ଘେରିଯାଇଥିଲେ। ସେମାନେ ବଗ୍‌ଗାଙ୍କୁ ଜାତୀୟ ରାଜପଥଠାରୁ କୁରୁକ୍ଷେତ୍ରର ଏକ ଥାନାକୁ ସୁରକ୍ଷା ଦେଇ ନେଇଯାଇଥିଲେ। ସେଠାରେ ଦିଲ୍ଲୀ ପୋଲିସର ଏକ ଟିମ୍‌ ପହଞ୍ଚତ୍ବା ପରେ ହରିୟାଣା ପୋଲିସ ତାଙ୍କୁ ହସ୍ତାନ୍ତର କରିଥିଲା। ଦିଲ୍ଲୀ ପୋଲିସ ବଗ୍‌ଗାଙ୍କୁ ଦିଲ୍ଲୀକୁ ଫେରାଇ ନେବାବେଳେ ସେ ଭ୍ୟାନ୍‌ ଭିତରେ ଥାଇ ଦୁଇ ଅଙ୍ଗୁଳିରେ ବିଜୟ ସଙ୍କେତ ଦେଖାଇଥିଲେ। କେବଳ ଏତିକି ନୁହେଁ, ପଞ୍ଜାବ ପୋଲିସ ବିରୋଧରେ ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରିଛି। ଇତିମଧ୍ୟରେ ବଗ୍‌ଗାଙ୍କୁ ହରିୟାଣାରେ ରଖାଯାଉ ବୋଲି ଦାବିକରି ପଞ୍ଜାବ ପୋଲିସ ପକ୍ଷରୁ ଦାଏର ଏକ ପିଟିଶନକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ଉପରେ ହରିୟାଣା ସରକାର ହାଇକୋର୍ଟରେ ଶନିବାର ଏକ ସତ୍ୟପାଠ ଦାଖଲ କରିବେ। ଶନିବାର ଏହି ମାମଲାର ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
ଆମ୍‌ ଆଦ୍‌ମୀ ପାର୍ଟିର କହିବା ହେଲା, ସୋସିଆଲ ମିଡିଆରେ ବଗ୍‌ଗା ଆପତ୍ତିଜନକ, ବିଷାକ୍ତ ଓ ଘୃଣ୍ୟ ଭାଷା ବ୍ୟବହାର କରି ଅନେକ ପୋଷ୍ଟିଂ କରିଥିଲେ। ପଞ୍ଜାବ ପୋଲିସ ତାଙ୍କୁ ୫ ଥର ନୋଟିସ ପଠାଇଥିଲା। ହେଲେ ସେ ତଦନ୍ତରେ ସହଯୋଗ କରି ନ ଥିଲେ। ତେଣୁ ପଞ୍ଜାବ ପୋଲିସ ବିନା କୌଣସି ଭେଦଭାବରେ ବଗ୍‌ଗାଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷେ ଭାଜପାର ଅଭିଯୋଗ ହେଲା, ପଞ୍ଜାବ ପୋଲିସର ଏକ ୫୦ ଜଣିଆ ଟିମ୍‌ ସକାଳ ପ୍ରାୟ ୮ଟା ୩୦ରେ ବଗ୍‌ଗାଙ୍କ ଦିଲ୍ଲୀ ବାସଭବନକୁ ଆସି ଗିରଫ କରିଥିଲା। ଏପରି କି ସେହି ସମୟରେ ବଗ୍‌ଗା ନିଜ ପଗଡ଼ି ମଧ୍ୟ ଭିଡ଼ି ନ ଥିଲେ। ବଗ୍‌ଗାଙ୍କ ବାପା ପ୍ରୀତ୍‌ ପାଲ୍‌ କହିଛନ୍ତି, ପ୍ରାୟ ୧୦-୧୫ ଜଣ ପୋଲିସ କର୍ମଚାରୀ ତାଙ୍କ ପୁଅଙ୍କୁ ଘରୁ ଘୋଷାଡ଼ି ପଞ୍ଜାବକୁ ନେଇଯାଉଥିଲେ। ସେ ଏସବୁର ଭିଡିଓ ରେକର୍ଡିଂ କରୁଥିବାବେଳେ ତାଙ୍କ ମୋବାଇଲକୁ ମଧ୍ୟ ପୋଲିସ ଛଡ଼ାଇନେଇଥିଲା ବୋଲି ପ୍ରୀତ୍‌ ପାଲ୍‌ ନିଜ ଏଫ୍‌ଆଇଆର୍‌ରେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ, ବଗ୍‌ଗାଙ୍କ ଗିରଫଦାରି ନେଇ ପଞ୍ଜାବ ପ୍ରତିପକ୍ଷଙ୍କଠାରୁ କୌଣସି ପ୍ରାକ୍‌ ସୂଚନା ସେମାନେ ପାଇ ନ ଥିଲେ। ପଞ୍ଜାବ ପୋଲିସ ଏହାକୁ ଖଣ୍ଡନ କରି କହିଛି, ପୂର୍ବରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ତାଙ୍କ ଟିମ୍‌ ବୁଧବାର ରାତିରୁ ନୂଆଦିଲ୍ଲୀର ଜନକପୁରୀ ଥାନାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri