Posted inଜାତୀୟ

ତ୍ରିପୁରା ବିଧାନସଭାରେ ପର୍ନକୁ ନେଇ ହାଇଡ୍ରାମା

ଅଗରତାଲା,୮ା୭:
ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହରେ ମୋବାଇଲ ବ୍ୟବହାର ମନା। ଏହା ଜାଣି ସୁଦ୍ଧା ତ୍ରିପୁରାର ବାଗ୍‌ବାସା ଭାଜପା ବିଧାୟକ ଯାଦବଲାଲ ନାଥ ବିଧାନସଭାରେ ବସି ଅଶ୍ଳୀଳ ଭିଡିଓ ଦେଖୁଥିଲେ। ଗତ ମାର୍ଚ୍ଚ ୩୦ର ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ଭାଜପା ପାଇଁ ଲଜ୍ଜାଜନକ ସ୍ଥିତି ଉପୁଜିଥିଲା। କିନ୍ତୁ ଗୈରିକ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଜୁଲାଇ ୭ (ଶୁକ୍ରବାର) ଥିଲା ତ୍ରିପୁରା ମୌସୁମୀ ଅଧିବେଶନର ପ୍ରଥମ ଦିନ। ଅର୍ଥମନ୍ତ୍ରୀ ପ୍ରାଣଜିତ୍‌ ସିଂହ ରୟ ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୭,୬୫୪ କୋଟି ଟଙ୍କାର ନିଅଣ୍ଟିଆ ବଜେଟ ଉପସ୍ଥାପନ କରି କହିଥିଲେ, ରାଜ୍ୟ ଅର୍ଥନୀତିରେ ୮% ଅଭିବୃଦ୍ଧି ଦେଖିବାକୁ ମିଳିପାରେ। ବିରୋଧୀ ଦଳ ନେତା ଅନିମେଶ ଦେବବର୍ମା ଭାଜପା ନେତାଙ୍କ ପର୍ନ ଭିଡିଓ ପ୍ରସଙ୍ଗ ଉଠାଇ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ ଏହି ପ୍ରସଙ୍ଗରେ ବିତର୍କ ପାଇଁ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ବାଚସ୍ପତି ବିଶ୍ୱବନ୍ଧ ସେନ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଶେଷ ହେବା ପରେ ବିରୋଧୀଙ୍କ କଥା ବୁଝାଯିବ। ଏତିକିରେ ସମସ୍ତ ୨୭ ବିରୋଧୀ ବିଧାୟକ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଇଥିଲେ। ଜଣେ ବିଧାୟକ ଏକ ଟେବୁଲ ଉପରେ ଚଢ଼ି ଯାଦବଲାଲଙ୍କ ବିରୋଧରେ ସ୍ଲୋଗାନ ଦେବାରେ ଲାଗିଲେ। ଫଳରେ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହୋହଲ୍ଲା କରି ପରସ୍ପରକୁ ଟାର୍ଗେଟ କରିଥିଲେ। ୪୦ ମିନିଟ୍‌ ଧରି ହାଇଡ୍ରାମା ଚାଲିବା ପରେ ବାଚସ୍ପତି ଅସନ୍ତୋଷ ବ୍ୟକ୍ତ କରିବା ସହ ସିପିଆଇଏମ୍‌ ବିଧାୟକ ନୟନ ସର୍କାର, କଂଗ୍ରେସର ସୁଦୀପ ରୟ ବର୍ମନଙ୍କ ସହ ତିପ୍ରା ମୋଥା ପାର୍ଟି (ଟିଏମ୍‌ପି)ର ୩ ବିଧାୟକ ବିଶ୍ୱକେତୁ ଦେବବର୍ମା, ନନ୍ଦିତା ରେଆଙ୍ଗ ଓ ରଞ୍ଜିତ ଦେବବର୍ମାଙ୍କୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ଅଭିଯୋଗରେ ନିଲମ୍ବନ କରିଛନ୍ତି। ବାଚସ୍ପତିଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଣିକ ଶାହା କହିଛନ୍ତି, ବିଧାନସଭା ହେଉଛି ପବିତ୍ର ସ୍ଥାନ ଓ ଗଣତନ୍ତ୍ରର ମନ୍ଦିର। ବଜେଟ ଅଧିବେଶନର ପ୍ରଥମ ଦିନରେ ଯାହାସବୁ ଘଟିଗଲା, ତାହା ଅବିଶ୍ୱସନୀୟ ଓ ଅନୁପଯୁକ୍ତ। ସେମାନଙ୍କ ବିକ୍ଷୋଭ ଏକ ପାପ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri