Posted inଫୁରସତ

କିଛି ମିନିଟ୍‌ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଗଲା ଏହି ଲଡୁ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ହାଇଦ୍ରାବାଦ,୨୦।୯: ତେଲେଙ୍ଗାନାରେ ବାଲାପୁର ଗଣେଶଙ୍କ ଠାରେ ଭୋଗ ଲାଗି କରାଯାଉଥିବା ସବୁଠାରୁ ପ୍ରସିଦ୍ଧ ୨୧ କିଲୋଗ୍ରାମ ଲଡୁ ନିଲାମ ହୋଇଛି। ଏହି ଲଡୁ ପ୍ରାୟ ୧୮ ଲକ୍ଷ ୯୦ ହଜାର ଟଙ୍କାରେ ନିଲାମ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ ରମେଶ ଯାଦବ ତେଲେଙ୍ଗାନାର ନାଦରଗୁଲର ବ୍ୟବସାୟୀ ମେରି ଶଶନ ରେଡ୍ଡୀଙ୍କ ସହ ମିଶି ଏହି ଲଡୁ କିଣିଛନ୍ତି। ଏହି ଲଡୁ ପାଇଁ ଟେଣ୍ଡର ୧,୧୧୬ ଟଙ୍କାରୁ ଆରମ୍ଭ ହୋଇଥିଲା ଏବଂ କିଛି ମିନିଟ ମଧ୍ୟରେ ଶହ ଶହ ଭକ୍ତ ଏହାକୁ ଉଚ୍ଚ ଦାମ୍‌ରେ କିଣିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କୁ ରମେଶ ଯାଦବ ଏହି ଲଡୁକୁ ଉପହାର ସ୍ବରୂପ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ବ୍ୟବସାୟୀ କୋଲାନୁ ରାମା ରେଡ୍ଡୀ ୧୭ ଲକ୍ଷ ୬୦ ହଜାର ଟଙ୍କାରେ ଲଡୁ କିଣିଥିଲେ ଏବଂ ସେ ଏହି ବର୍ଷ ନିଲାମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରାଜ୍ୟ ଶିକ୍ଷା ମନ୍ତ୍ରୀ ପି ସବିତା ଇନ୍ଦ୍ରା ରେଡ୍ଡୀ, ପୂର୍ବତନ ବିଧାୟକ ଟି କୃଷ୍ଣା ରେଡ୍ଡୀ ଏବଂ ଅନ୍ୟାନ୍ୟ ନେତା ଲଡୁ ନିଲାମରେ ଉପସ୍ଥିତ ଥିଲେ।ବାଲାପୁର ଗ୍ରାମରେ ଲଡୁର ବାର୍ଷିକ ନିଲାମ ସହ ହାଇଦ୍ରାବାଦରେ ଗଣେଶ ବିସର୍ଜନ ଆରମ୍ଭ ହୋଇଛି। ପ୍ରତିବର୍ଷ ଲଡୁସ ନିଲାମ ଆୟୋଜନ କରୁଥିବା ବାଲାପୁର ଗଣେଶ ଉତ୍କଳ ସମିତି ଅନୁଯାୟୀ, ୧୯୯୪ରେ ଅନୁଷ୍ଠିତ ପ୍ରଥମ ନିଲାମରେ ଏହି ଲଡୁ ୪୫୦ ଟଙ୍କାରେ ବିକ୍ରି ହୋଇଥିଲା। ସେବେଠାରୁ ଏହି ଲଡୁର ଲୋକପ୍ରିୟତା ଏବଂ ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି। ବିଶ୍ୱାସ କରାଯାଏ ଯେ, ଏହି ଲଡୁ ବିଜେତାଙ୍କ ପାଇଁ ସମୃଦ୍ଧତା ଆଣିଥାଏ, ତେଣୁ ବଡ ବ୍ୟବସାୟୀ ଏବଂ ରାଜନେତାମାନେ ପ୍ରତିବର୍ଷ ଟେଣ୍ଡର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ବିଜେତା କେବଳ ନିଜ ପରିବାର ଏବଂ ସାଙ୍ଗମାନଙ୍କ ମଧ୍ୟରେ ଲଡୁ ଖଣ୍ଡ ବଣ୍ଟନ କରନ୍ତି ନାହିଁ, ବରଂ ତାଙ୍କ ଚାଷ, କାରଖାନା ଏବଂ ଘରେ ଲଡୁ ଖଣ୍ଡ ମଧ୍ୟ ଛିଞ୍ଚନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri