Categories: ଜାତୀୟ

ତହସିଲଦାରଙ୍କ ଘରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ହାଇଦ୍ରାବାଦ,୧୫।୮-ତେଲେଙ୍ଗାନାର ମେଦଛାଲ ମାଲକାଜଗିରି ଜିଲାର ରାଜସ୍ବ ଅଧିକାରୀଙ୍କ ଘରେ ଦୁର୍ନୀତି ନିରୋଧୀ ଶାଖା ଶୁକ୍ରବାର ରାତିରେ ଚଉାଉ କରି ନଗଦ ଏକ କୋଟି ୧୦ ଲକ୍ଷ ଟଙ୍କା ଜବତ କରିଛି। ରାଜସ୍ବ ଅଧିକାରୀ ଇରଭା ବାଲାରାଜୁ ନାଗାରାଜୁ ଏଏସ ରାଓ ନଗରସ୍ଥିତ ଭଡା ଘରେ ଲାଞ୍ଚ ଗ୍ରହଣ କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି, ବିବାଦ ମଧ୍ୟରେ ରହିଥିବା ୨୮ ଏକର ଜମିକୁ ରଫାଦଫା କରିବା ପାଇଁ ନାଗାରାଜୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଖବରପାଇ ଦୁର୍ନୀତି ନିରୋଧୀ ଶାଖା ନାଗାରାଜୁଙ୍କ ବାସଭବନରେ ଚଢାଉ କରି ନଗଦ ଏକ କୋଟି ୧୦ ଲକ୍ଷ ଟଙ୍କା ଜବତ କରିଥିଲା।

Share