ବାଙ୍ଗାଲୋରକୁ ହରାଇଲା ହାଇଦ୍ରାବାଦ୍‌

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱଧୀନ ସନରାଇଜର୍ସ ହାଇଦ୍ରାବାଦ ୩୫ ବଲ ବାକି ଥାଇ ୫ ଉଇକେଟରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ଟସ୍‌ ଜିତି ହାଇଦ୍ରାବାଦ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ମାମୁଲି ପ୍ରଦର୍ଶନ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୨୦ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ୧୪.୧ ଓଭରରେ ୫ ଉଇକେଟ ହରାଇ ୧୨୧ ରନ କରି ଅତି ସହଜରେ ବିଜୟ ହାସଲ କରିଛି। ପରାଜୟ ସତ୍ତ୍ୱେ ୧୩ଟି ମ୍ୟାଚ୍‌ ଖେଳି ବାଙ୍ଗାଲୋର ୭ ବିଜୟ, ୬ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ଏହି ବିଜୟ ସହ ହାଇଦ୍ରାବାଦ ୧୩ଟି ମ୍ୟାଚ୍‌ ଖେଳି ୬ ବିଜୟ, ୭ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନକୁ ଉଠିଛି। ୨୦ ରନ ଦେଇ ମୂଲ୍ୟବାନ ୨ ଉଇକେଟ ଅକ୍ତିଆର କରିଥିବା ହାଇଦ୍ରାବାଦ ଦ୍ରୁତ ବୋଲର ସନ୍ଦୀପ ଶର୍ମା ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୨୧ରନ ସହଜ ବିଜୟ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ଅଧିନାୟକ ଓ୍ବାର୍ନରଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ୫ଟି ବଲ ଖେଳି ଗୋଟିଏ ଛକା ସହ ମାତ୍ର ୮ ରନ କରିଥିବା ବେଳେ ମିଡ୍‌ ଉଇକେଟରେ ଇସୁରୁ ଉଡାନାଙ୍କୁ କ୍ୟାଚ୍‌ ଦେଇ ସେ ଓ୍ବାଶିଂଟନ ସୁନ୍ଦରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ୧୯ ବଲରୁ ୩ ଚୌକା ଓ ୧ ଛକା ସହ ୨୬ ରନ କରି ମନୀଷ ପାଣ୍ଡେ ଲଙ୍ଗ୍‌ଅନ୍‌ରେ କ୍ରିସ୍‌ ମୋରିସ୍‌ଙ୍କୁ କ୍ୟାଚ୍‌ ଦେଇ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ରିଦ୍ଧିମାନ ଶାହା ୩୨ ବଲରୁ ୪ ଚୌକା ଓ ୧ ଛକା ସହ ୩୯ ରନ କରିଥିବାବେଳେ ଏବି ଡି’ଭିଲର୍ସଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇ ଚହଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ କେନ୍‌ ଓ୍ବଲିୟମସନ ୮ ରନ କରି ଏକ୍ସଟ୍ରା କଭରରେ କୋହଲିଙ୍କୁ କ୍ୟାଚ୍‌ ଦେଇ ଇସୁରୁ ଉଡାନାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଭିଷେକ ଶର୍ମା ୮ ରନକରି ନବଦୀପ ସଇନିଙ୍କ ଦ୍ୱାରା ଆଉଟ ହୋଇଥିଲେ। ଜାସନ ହୋଲ୍ଡର ୧୦ ବଲରୁ ୧ ଚୌକା, ୩ ଛକା ସହ ଦ୍ରୁତ ୨୬ ରନକରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଚହଲ ୨, ସୁନ୍ଦର, ସଇନି ଓ ଉଡାନା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ନିୟମିତ ଭାବେ ଉଇକେଟ ହରାଇଥିଲା। ଇନ୍‌ଫର୍ମ ଯୁବ ଓପନର ଦେବଦତ୍ତ ପଡିକାଲ ୫ ରନ କରିଥିବା ବେଳେ ସନ୍ଦୀପ ଶର୍ମାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ପୂରା ଫର୍ମକୁ ଫେରି ନ ଥିବା ଅଧିନାୟକ ବିରାଟ କୋହଲି ମାତ୍ର ୭ ରନ କରିଥିବା ବେଳେ ଏକ୍ସଟ୍ରା କଭରରେ କେନ ଓ୍ବିଲିୟମସନଙ୍କୁ କ୍ୟାଚ୍‌ ଦେଇ ସନ୍ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏଥିସହ ସନ୍ଦୀପ ଆଇପିଏଲ୍‌ରେ କୋହଲିଙ୍କୁ ୭ମଥର ପାଇଁ ଆଉଟ କରିବାରେ ସକ୍ଷମ ହୋଇଛନ୍ତି। କୋହଲିଙ୍କ ପରେ ଅଭିଜ୍ଞ ଏବି ଡି’ଭିଲର୍ସଙ୍କ ପାଳି ପଡିଥିଲା। ୨୪ଟି ବଲର ସମ୍ମୁଖୀନ ହୋଇ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୨୪ ରନ କରି କ୍ରିଜ୍‌ର ଜମି ଆସୁଥିବା ବେଳେ ଡି’ଭିଲର୍ସ ଅଫ୍‌ସାଇଡ୍‌ରେ ଅଭିଷେକ ଶର୍ମାଙ୍କୁ କ୍ୟାଚ୍‌ ଦେଇ ଶାହାବାଜ ନଦିମଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଓପନର ଜୋଶ ଫିଲିପ୍‌ ୩୧ ବଲରୁ ୪ ଚୌକା ସହ ୩୨ ରନ କରିଥିବା ବେଳେ ଡିପ୍‌ ମିଡ୍‌ଉଇକେଟରେ ମନୀଷ ପାଣ୍ଡେଙ୍କୁ କ୍ୟାଚ୍‌ ଦେଇ ତାରକା ସ୍ପିନର ରସିଦ ଖାନ୍‌ଙ୍କ ଶିକାର ହୋଇଥିଲେ। ୧୮ ବଲରୁ ୨ ଚୌକା ସହ ୨୧ ରନକରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରୁଥିବା ବେଳେ ଓ୍ବାଶିଂଟନ ସୁନ୍ଦର ଟି. ନଟରାଜନ୍‌ଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇଥିଲେ। ଅଲରାଉଣ୍ଡ କ୍ରିସ୍‌ ମୋରିସ ମଧ୍ୟ ସଫଳ ହୋଇ ନ ଥିଲେ। ମାତ୍ର ୩ ରନକରି ସେ ଛକା ମାରିବାକୁ ଯାଇ ଲଙ୍ଗ୍‌ଅନ୍‌ ବାଉଣ୍ଡାରୀରେ ଡେଭିଡ୍‌ ଓ୍ବାର୍ନରଙ୍କୁ କ୍ୟାଚ୍‌ ଦେଇ ଜାସନ ହୋଲ୍ଡରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଇସୁରୁ ଉଡାନା ଖାତା ଖୋଲିବା ପୂର୍ବରୁ ଏକ୍ସଟ୍ରା କଭରରେ ଓ୍ବିଲିୟମସନଙ୍କୁ କ୍ୟାଚ୍‌ ଦେଇ ହୋଲ୍ଡର ଦ୍ୱିତୀୟ ଶିକାର ହୋଇଥିଲେ। ମହମ୍ମଦ ସିରାଜ ୨ ଓ ଗୁରକିରାତ୍‌ ସିଂ ୧୫ ରନକରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ସନ୍ଦୀପ ଓ ହୋଲ୍ଡର ୨ଟି ଲେଖାଏ, ନଟରାଜନ, ଶାହବାଜ ନଦିମ ଓ ରସିଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୨୦/୭
(ଫିଲିପ- ୩୨, ଡି’ଭିଲର୍ସ- ୨୪, ସୁନ୍ଦର- ୨୧, ଗୁରକିରାତ- ୧୫*, ସନ୍ଦୀପ ଶର୍ମା- ୨/୨୦, ହୋଲ୍ଡର- ୨/୨୭)।
ସନରାଇଜର୍ସ ହାଇଦ୍ରାବାଦ ୧୪.୧ ଓଭରରେ ୧୨୧/୫


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri