Categories: ଜାତୀୟ

ହାଇଦ୍ରାବାଦ ଗଣାବଳାତ୍କାର ମାମଲା: ଗିରଫ ହେଲେ ରାଜନେତାଙ୍କ ପୁଅ ସମେତ ୫ଅଭିଯୁକ୍ତ

ହାଇଦ୍ରାବାଦ,୪।୬: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର ଭିତରେ ଗଣବଳାତ୍କାର ମାମଲାରେ ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୁହାଯାଇଛି, ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ଜଣ ନାବାଳକ। ଏତଦ୍‌ବ୍ୟତୀତ ଏହି ଗଣବଳାତ୍କାର ମାମଲାରେ ରାଜନୈତିକ ସଂଯୋଗ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଅଭିଯୁକ୍ତ ବିଧାୟକଙ୍କ ପୁଅ ରହିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ପ୍ରଭାବଶାଳୀ ପରିବାରର ବୋଲି ଜଣାପଡ଼ିଛି। ଏନେଇ ଶନିବାର ପଶ୍ଚିମ ଜୋନ୍‌ ଡିଜିପି ଜୋଏଲ୍‌ ଡେଭିସ୍‌ ସୂଚନା ଦେଇଛନ୍ତି।

Share