୧.୫ କୋଟି ଦାନ କରିବେ ସୁପରଷ୍ଟାର ପ୍ରଭାସ

ହାଇଦ୍ରାବାଦ,୨୧।୧୦-ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ସେଠାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ବନ୍ୟା ଯୋଗୁ ପ୍ରମୁଖ ହ୍ରଦର ବନ୍ଧ ଭାଙ୍ଗିଯାଇଛି। ଏଥିଯୋଗୁ ହାଇଦ୍ରାବାଦର ଅନେକ ଜାଗାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୋଲିସ, ଏନ୍‌ଡିଆରଏଫ ଟିମ୍‌ ଓ ପୌରସଂସ୍ଥାର କର୍ମଚାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏପରି ପରିସ୍ଥିତିରେ ତେଲୁଗୁ ସୁପରଷ୍ଟାର ପ୍ରଭାସ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରାୟ ୧.୫ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏଭଳି ମନୋଭାବ ଯୋଗୁ ପ୍ରଭାସଙ୍କ ପ୍ରଶଂସମାନେ ତାଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି।

Share