ହାଇଦର ଏନ୍‌କାଉଣ୍ଟର ଘଟଣା: ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଘୋଷଣା, ଦୁଇ ଗୁଳି ଜବତ

ବାଲେଶ୍ୱର ଅଫିସ / ସିମୁଳିଆ,୨୫।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ବାଲେଶ୍ୱର ଜିଲାର ସିମୁଳିଆ ଛକରୁ ଅଳ୍ପ ଦୂରରେ ଗତ ଶନିବାର ଏନ୍‌କାଉଣ୍ଟର କରାଯାଇଥିଲା। ତେବେ ରବିବାର ପୂର୍ବାହ୍ନରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ବାଲେଶ୍ବର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ଓ ଅତରିକ୍ତ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ୍‌ ସହାୟତାରେ ୨ଟି ଗୁଳି ଜବତ କରିଛନ୍ତି।
ବାଲେଶ୍ବର ଓ କଟକ ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଖୋଜିବା ପରେ ଦୁଇଟି ଗୁଳି ଜବତ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ସେପଟେ ହାଇଦର ଏନକାଉଣ୍ଡର ଘଟଣାସ୍ଥଳକୁ ପୋଲିସ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ଆରମ୍ଭ ହୋଇଛି । ସ୍ତ୍ରୀ, ଝିଅ,ପୁଅ ଓ ବୋହୂ ପହଞ୍ଚିଛନ୍ତି ।