Posted inଖେଳ

ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ

ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ମ୍ୟାଚରେ ୬୯ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି। ସନ୍‌ରାଇଜର୍ସ ୨୦ ଓଭରରେ ୬ ଉଇକେଟ ହରାଇ ୨୦୧ ରନ କରିଥିଲାବେଳେ ପଞ୍ଜାବ ୧୬.୫ ଓଭରରେ ୧୩୨ ରନକରି ଅଲଆଉଟ ହୋଇ ଯାଇଥିଲା। ୬ ମ୍ୟାଚରୁ ତୃତୀୟ ବିଜୟ ସହିତ ସନ୍‌ରାଇଜର୍ସର ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ୬ ମ୍ୟାଚରୁ ୫ମ ପରାଜୟ ସହ ପଞ୍ଜାବ ନିମ୍ନରେ ଅପରିବର୍ତ୍ତିତ ରହିଛି।
ଟାର୍ଗେଟ ବଡ଼ ଥିବାବେଳେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବୁଝାମଣାର ଅଭାବ ଯୋଗୁ ପଞ୍ଜାବ ଦଳ ଆରମ୍ଭରୁ ଅସୁବିଧାରେ ପଡ଼ିଥିଲା। ଫର୍ମରେ ଥିବା ମୟଙ୍କ ଅଗ୍ରଓ୍ବାଲ (୯) ରନ ଆଉଟ ହେବାରୁ ୧୧ ରନରେ ଦଳ ପ୍ରଥମ ଉଇକେଟ ହରାଇଥିଲା। ସିମରନ ସିଂ ଓ ଅଧିନାୟକ ଲୋକେଶ ରାହୁଲ ୧୧ ରନ ଲେଖାଏ କରି ପ୍ୟାଭିଲିୟନ ଫେରିଥିଲେ। ମିଡିଲ ଅର୍ଡରରେ ଗ୍ଲେନ ମ୍ୟାକ୍ସଓ୍ବେଲ(୭) ରନଆଉଟ ଏବଂ ମନଦୀପ ସିଂ(୬) ଫ୍ଲପ୍‌ ହେବାରୁ ନିକୋଲାସ ପୁରନଙ୍କ ଉପରେ ଅତ୍ୟଧିକ ଚାପ ପଡ଼ିଥିଲା। ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଁ ଏକାକୀ ଦଳକୁ ବିଜୟୀ କରାଇପାରି ନ ଥିଲେ। ୩୭ ବଲ୍‌ର ସମ୍ମୁଖୀନ ହୋଇଥିବା ପୁରନ ୫ ଚୌକା ଓ ୭ ଛକା ସହାୟତାରେ ୭୭ ରନ କରି ଆଉଟ ହେବା ସହିତ ପଞ୍ଜାବ ବିଜୟ ଆଶା ଶେଷ ହୋଇ ଯାଇଥିଲା। ଦଳର ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶକରିପାରି ନ ଥିଲେ। ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ ରଶିଦ ଖାଁ ୩ଟି, ଖଲିଲ ଅହମଦ ଓ ଟି. ନଟରାଜନ ୨ଟି ଲେଖାଏ ଏବଂ ଅଭିଷେକ ଶର୍ମା ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସନ୍‌ରାଇଜର୍ସ। ନିଜ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ ଅଧିନାୟକ ଡେଭିଡ ଓ୍ବାର୍ନର। ଅନ୍ୟତମ ଓପନର ଜନି ବେୟାରଷ୍ଟୋ ମଧ୍ୟ ଖେଳିଥିଲେ ସ୍ମରଣୀୟ ଇନିଂସ। ଦୁହେଁ ପଞ୍ଜାବ ବୋଲରଙ୍କୁ ଧୁଲେଇ କରି ଓପନିଂ ଯୋଡ଼ିରେ ୯୦ ବଲ୍‌ରୁ ଗଢ଼ିଥିଲେ ୧୬୦ ରନର ଭାଗୀଦାରି। ନିଜ ପ୍ରଥମ ଓଭରରେ ୧୮ ରନ ବ୍ୟୟ କରିଥିବା ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ୧୬ତମ ଓଭରରେ ବୋଲିଂଭାର ଦେଇଥିଲେ ଅଧିନାୟକ ଲୋକେଶ ରାହୁଲ। ଅଧିନାୟକଙ୍କୁ ନିରାଶ ନ କରି ନିଜ ଦ୍ୱତୀୟ ଓଭର ପ୍ରଥମ ବଲରେ ଓ୍ବାର୍ନରଙ୍କ ଉଇକେଟ ନେଇ ଦଳକୁ ବହୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ବିଷ୍ଣୋଇ। ୪୦ଟି ବଲ୍‌ ଖେଳିଥିବା ଓ୍ବାର୍ନର ୫ ଚୌକା ଓ ୧ ଛକା ସହାୟତାରେ ୫୨ ରନ କରିଥିଲେ। ବିଷ୍ଣୋଇ କେବଳ ସେତିକିରେ ସନ୍ତୁଷ୍ଟ ନ ଥିଲେ। ସେହି ଓଭରର ୪ର୍ଥ ବଲ୍‌ରେ ବେୟାରଷ୍ଟୋଙ୍କୁ ଏଲବିଡବଲ୍ୟୁ ଆଉଟ କରି ଦଳୀୟ ଶିବିରରେ ଖୁସି ଖେଳାଇ ଦେଇଥିଲେ। ତୃତୀୟ ଅମ୍ପାୟରଙ୍କ ନିକଟକୁ ଯିବା ସମୟରେ ପଞ୍ଜାବ ପାଇଁ ଏକା ସମୟରେ ୨ଟି ବିକଳ୍ପ ରହିଥିଲା। ତାହା ହେଲା ଅବଦୁଲ ସମଦଙ୍କ ରନଆଉଟ ଏବଂ ବେୟାରଷ୍ଟୋଙ୍କ ଏଲବିଡବଲ୍ୟୁ। ଷ୍ଟମ୍ପ ଭାଙ୍ଗିବାବେଳେ ସମଦ କ୍ରିଜରୁ ଦୂରରେ ରହିଥିଲେ ହେଁ ବଡ଼ ମାଛ ଶିକାର ଉଦ୍ଦେଶ୍ୟରେ ଅଧିନାୟକ ରାହୁଲ ବେୟାରଷ୍ଟୋଙ୍କ ଏଲବିଡବଲ୍ୟୁ ରିଭ୍ୟୁ କରାଇଥିଲେ। ନିଷ୍ପତ୍ତି ତାଙ୍କ ସପକ୍ଷରେ ଯାଇଥିଲା। ଫଳରେ ଦୃଢ଼ ଆତ୍ମବିଶ୍ୱାସରେ ଖେଳିଥିବା ବେୟାରଷ୍ଟୋ ମାତ୍ର ୩ ରନ ପାଇଁ ଶତକରୁ ବଞ୍ଚତ୍ତ ହୋଇଥିଲେ। ସେ ୫୫ ବଲ୍‌ରୁ ୭ ଚୌକା ଓ ୬ ଛକା ସହ ୯୭ ରନ କରି ଅତି ନୈରାଶ୍ୟଜନକଭାବେ ପ୍ୟାଭିଲିୟନ ଫେରିଥିଲେ। ଏହାର ପରବର୍ତ୍ତୀ ଓଭରରେ ଫର୍ମରେ ଥିବା ମନୀଷ ପାଣ୍ଡେଙ୍କୁ ଅର୍ଶଦୀପ ସିଂ ଆଉଟ କରିବାରୁ ହାଇଦ୍ରାବାଦ ରନହାରରେ ଅଙ୍କୁଶ ଲାଗିଥିଲା। ସମଦ ୮ ରନ କରି ବିଷ୍ଣୋଇଙ୍କ ତୃତୀୟ ଶିକାର ବନିଥିବାବେଳେ ପ୍ରିୟମ ଗର୍ଗ ଖାତାଖୋଲିପାରି ନ ଥିଲେ। ଗ୍ଲେନ ମ୍ୟାକ୍ସଓ୍ବେଲ ୧୨ ରନ କରି ପାରିଥିଲେ। କେନ୍‌ ଓ୍ବିଲିୟମସନ ୯ ବଲ୍‌ରୁ ୧୮(୧ ଚୌକା, ୧ ଛକା) ରନରେ ଅପରାଜିତ ରହିବାରୁ ଦଳୀୟ ସ୍କୋର ୨୦୧ରେ ପହଞ୍ଚତ୍ଥିଲା। ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ୩ଟି, ଅର୍ଶଦୀପ ସିଂ ୨ଟି ଓ ମହମ୍ମଦ ସାମି ଗୋଟିଏ ଉଇକେଟ ନେଇଥିଲେ। ପଞ୍ଜାବ ୩ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। କ୍ରିସ୍‌ ଜୋର୍ଡାନ, ହରପ୍ରୀତ ବ୍ରାର ଓ ସର୍ଫରାଜ ଖାଁଙ୍କୁ ବାଦ୍‌ ଦେଇ ପ୍ରଭ୍‌ସିମରନ ସିଂ, ଅର୍ଶଦୀପ ସିଂ ଓ ମୁଜିବୁର ରହମନଙ୍କୁ ଚୂଡ଼ାନ୍ତ ଏକାଦଶରେ ନେଇଥିଲା। ଅନ୍ୟପକ୍ଷରେ ସିଦ୍ଧାର୍ଥ କାଉଲଙ୍କ ସ୍ଥାନରେ ଖଲିଲ ଅହମ୍ମଦଙ୍କୁ ଖେଳାଇଥିଲେ ସନ୍‌ରାଇଜର୍ସ।
ସଂକ୍ଷିପ୍ତ ସ୍କୋର
ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୦୧/୬(ବେୟାରଷ୍ଟୋ-୯୭, ଓ୍ବାର୍ନର-୫୨, ଓ୍ବିଲିୟମସନ-୨୦*, ବିଷ୍ଣୋଇ-୩/୨୯, ଅର୍ଶଦୀପ-୨/୩୩, ସାମି-୧/୪୦)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୧୬.୫ ଓଭରରେ ୧୩୨/ଅଲଆଉଟ (ପୁରନ-୭୭, ରଶିଦ-୩/୧୨, ଖଲିଲ-୨/୨୪, ନଟରାଜନ-୨/୨୪, ଅଭିଷେକ-୧/୧୫)।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri