ଗଜା ହେଉନି ହାଇବ୍ରିଡ୍‌ ଧାନ ବିହନ

ଅମରପାଲି,୧୫ା୭(ପୀତାମ୍ବର ସାହୁ): ଖରିଫ ଚାଷ ପାଇଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଚାଷୀ ଧାନ ବୁଣିଥିଲେ। ହେଲେ ନିମ୍ନମାନର ବିହନ ଯୋଗୁ ଗଜା ହେଉ ନ ଥିବା ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଏକ କୃଷି ପ୍ରଧାନ ଅଞ୍ଚଳ। ଏହି ଅଞ୍ଚଳର ଚାଷୀଙ୍କ ପାଇଁ ଜଳସେଚନର ସେମିତି ବିଶେଷ ବ୍ୟବସ୍ଥା ନାହିଁ। ବର୍ଷା ଜଳ ଉପରେ ନିର୍ଭର କରି ଚାଷୀ ଧାନ ଚାଷ କରିଥାଏ। ତେବେ ଚଳିତ ବର୍ଷ ଆବଶ୍ୟକ ଅନୁସାରେ ବର୍ଷା ହୋଇ ନ ଥିବା ବେଳେ ଚାଷୀ କିନ୍ତୁ କୌଣସି ମତେ ଧାନ ବୁଣିଛି। ନିକଟସ୍ଥ କୂଅ କିମ୍ବା କୌଣସି ଜଳାଶୟରୁ ପାଣି ମଡ଼ାଇ ଧାନ ତଳି ପକାଇଛି। ତେବେ ଅନେକ ସ୍ଥାନରେ ଧାନ ବିହନରୁ ଗଜା ହେଉ ନ ଥିବା ଅଭିଯୋଗ ହେଉଛି। ଅଞ୍ଚଳର ଚାଷୀମାନେ ଆଧୁନିକ ଚାଷ ପ୍ରଣାଳୀ ସହିତ ଉନ୍ନତ ମାନର ବିହନ ଆଣି ଧାନ ବୁଣିବା ସହିତ ତଳି ପକାଉଛନ୍ତି। ସରକାରୀଭାବେ ଚାଷୀଙ୍କୁ ଧାନ ବିହନ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆ ଯାଉ ନ ଥିବାରୁ ସେମାନେ ବାଧ୍ୟ ହୋଇ ସରକାରୀ ସୀକୃତିପ୍ରାପ୍ତ ବିହନ ବିକ୍ରୟ କେନ୍ଦ୍ର ଓ ବଜାରରୁ ବିହନ କିଣିଥିଲେ। ମାତ୍ର ଅନେକ ବିହନରୁ ଏଯାଏ ଗଜା ହୋଇ ପାରୁନାହିଁ। ବିଶେଷ କରି ଯମୁନା ଧାନ ବୁଣି ଥିବା ଚାଷୀ ଏହି ଅଭିଯୋଗ କରିଛନ୍ତି।
ଚଳିତବର୍ଷ ଚାଷୀଙ୍କୁ ପାକ୍ସ ଓ ସରକାରୀ ସ୍ବୀକୃତିପ୍ରାପ୍ତ ବିହନ ବିକ୍ରୟ କେନ୍ଦ୍ର ମାଧ୍ୟମରେ ବିହନ ବିକ୍ରୟ କରାଯାଇଥିଲା। ମାତ୍ର ଅଧିକାଂଶ ପାକ୍ସରୁ ଚାଷୀଙ୍କୁ ବିହନ ମିଳି ନ ଥବା ଅଭିଯୋଗ ହେଉଛି। ଚାଷୀ ବାଧ୍ୟ ହୋଇ ବାହାରୁ ବିହନ କିଣି ଏବେ ହଟହଟା ହେବାକୁ ପଡୁଛି। ଲୁତୁରପଙ୍କ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡିଲିପାଲି ଗ୍ରାମର କବି ବେହେରା ନିଜ ଜମିରେ ଧାନ ବୁଣିବା ପାଇଁ ଏକ ବିହନ ବିକ୍ରୟ କେନ୍ଦ୍ରରୁ ଗୋପାଲଜୀ ସିଡ୍‌ସ କମ୍ପାନୀର ଦଶ ପ୍ୟାକେଟ ଯମୁନା ଧାନ ବିହନ ଆଣି ନିଜର ୭ ଏକର ଜମିରେ ବୁଣିଥିଲେ। ମାତ୍ର ଉକ୍ତ ଧାନ ବିହନରୁ କୌଣସି ଗଜା ହେଉନାହିଁ। ସେହିପରି ଉକ୍ତ ଗ୍ରାମର ପ୍ରକାଶ ମହାକୁର ପ୍ରାୟ ୩ ଏକର ଜମିରେ ଉକ୍ତ କମ୍ପାନୀର ଯମୁନା ଧାନ ବୁଣିଥିଲେ। ମାତ୍ର ତାଙ୍କ ଜମିରେ ମଧ୍ୟ କୌଣସି ବିହନ ଧାନ ଗଜା ହୋଇ ନାହିଁ। ସେହିପରି ଘିଚାପାଲିର ପଦ୍ମଲୋଚନ ସହୁ ୩ ଏକର ଜମିରେ , ସନତ ସାହୁ ୧ ଏକର ଜମିରେ ଧାନ ବିହନ ବୁଣିଥିଲେ ମଧ୍ୟ ତାହା ଗଜା ହୋଇ ନାହିଁ। ସମାନ ଅବସ୍ଥା ବହଳପଦର ପଞ୍ଚାୟତ ଅନ୍ତର୍ଗତ ପାତରପାଲି ଗ୍ରାମର ଚାଷୀ ରାଜେନ୍ଦ୍ର ସହୁ ଓ ତ୍ରିନାଥ ଅଦରକୁଲିଆଙ୍କ କ୍ଷେତ୍ରରେ ହୋଇଛି। ଏମାନେ ମଧ୍ୟ ହାଇବ୍ରିଡ ବିହନ ବିକ୍ରୟ କେନ୍ଦ୍ରରୁ ଆଣିଥିଲେ। ଅମରପାଲି ଗ୍ରାମର ବିମ୍ବାଧର ସାହୁ ମଙ୍ଗଲମୂର୍ତ୍ତି କମ୍ପାନୀର ବିବି ୧୧ ବିହନ ଧାନ ପ୍ରାୟ ୪ଏକର ଜମିରେ ବୁଣିଥିଲେ। ମାତ୍ର ଉକ୍ତ ବିହନରୁ ମଧ୍ୟ ଗଜା ହେଲାନାହିଁ।
ଏମାନଙ୍କ ଭଳି ବୀରମହାରାଜପୁର କୃଷି ଜିଲାର ଅନେକେ ସ୍ଥାନରେ ଚାଷୀଙ୍କ ସମାନ ଅବସ୍ଥା। ଅଞ୍ଚଳରେ ଅନେକ ସ୍ଥାନରେ ବେଆଇନ ଭାବେ ଧାନ ବିହନ ବିକ୍ରୀ ହେଉଛି। ମାତ୍ର ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ କିମ୍ବା ଲଗାମ ଲଗାଉନାହିଁ। ଏପରିକି ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ରରେ ବିକ୍ରି ହେଉଥିବା ଧାନ ବିହନର ମାନ ପରୀକ୍ଷା କରାଯାଉନାହିଁ। ଫଳରେ ଲାଭଖୋର ବ୍ୟବସାୟୀ ନିମ୍ନମାନର ଧାନ ବିହନ ବିକ୍ରୀ କରୁଥିବା ଚାଷୀ ଅଭିଯୋଗ କରୁଛନ୍ତି। ନିମ୍ନ ମାନର ଯୋଗୁ ବିହନ ଗଜା ହେଉ ନ ଥିବା ଚାଷୀ ଅନୁମାନ କରୁଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ଓ ନିମ୍ନ ମାନର ବିହନ ବିକ୍ରୟ ଉପରେ ଅଙ୍କୁଶ ଲଗାଇବା ସହିତ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri