ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି, ମୁହଁ ଖୋଲିଲେ ଝୁଣ୍ଡ ପ୍ରଯୋଜକ …

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ହଲ୍‌ରେ ହାଉସ ଫୁଲ ହେଉଛି। କେତେ ରାଜ୍ୟ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିଥିବା ବେଳେ କେନ୍ଦ୍ରୀୟ ଜିଏସ୍‌ଟି ଛାଡ଼ କରିବା ପାଇଁ ଛତିଶଗଡ଼ କଂଗ୍ରେସ ସରକାର ଦାବି କରିଛନ୍ତି ।
ଗୋଟିଏ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିବା ପରେ ଏବେ ଆଉ ଏକ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିବା ନେଇ ଦାବି ଉଠିଛି। ‘ଝୁଣ୍ଡ’ ଫିଲ୍ମର ପ୍ରଯୋଜକ ସବିତା ରାଜ ହିରେମାଥ ଏହି ଦାବି କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ସମର୍ଥନ ଦେବା, ସୋସିଆଲ ମିଡିଆରେ ପ୍ରମୋଟ କରିବା, ଟ୍ୟାକ୍ସ ଛାଡ଼, ତଥା ଅଫିସ କର୍ମଚାରୀ ଫିଲ୍ମ ଦେଖିଯିବା ପାଇଁ ଅଧାଦିନ ଛୁଟି ଦେବା ଆଦି ସୁବିଧା ପାଇଁ କ’ଣ ସବୁ ସରକାରୀ କ୍ରାଇଟ ଏରିଆ ରହିଛି ?
ଫିଲ୍ମ ‘ଝୁଣ୍ଡ’ ଦର୍ଶକୀୟ ଆଦ୍ରୁତା ପାଉଛି ଓ ଏଥିରେ ଅନେକ ଶିକ୍ଷଣୀୟ ଜିନିଷ ରହିଛି ଯାହା ଦେଶ ବିକାଶରେ କ୍ଷେତ୍ରରେ କାମରେ ଆସିବ। ତଥାପି ତାଙ୍କ ଫିଲ୍ମକୁ କାହିଁକି ଟ୍ୟାକ୍ସ ଫ୍ରି କରାଗଲା ନାହିଁ ବୋଲି ସେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି। ଏହା ବାଦ ଫିଲ୍ମ ଟ୍ୟାକ୍ସ ଫ୍ରି କରିବା ପାଇଁ ଯଦି କିଛି ସରକାରୀ ମାନ ଦଣ୍ଡ ଅଛି ତେବେ ତାହା ସେ ଜାଣିବାକୁ ଚାହିଁବେ ବୋଲି ସବିତା ପୋଷ୍ଟ କରିଛନ୍ତି ।
ସବୁ ସୂତ୍ରରୁ ଫିଲ୍ମ ଦ କାଶ୍ମୀର ଫାଇଲସ୍‌କୁ ବିଜ୍ଞାପନ ଓ ସରକାରୀ ସମର୍ଥନ ମିଳିଥିବାରୁ ଏହା ବର୍ତ୍ତମାନ ୧୧୬ କୋଟି ଟଙ୍କା ଆୟ କରିଛି। ଅନ୍ୟପଟେ ଝୁଣ୍ଡ ମାର୍ଚ୍ଚ ୪ ତାରିଖରେ ରିଲିଜ ହୋଇଥିବା ବେଳେ ଏହା ମାତ୍ର ୧୫ କୋଟି ଟଙ୍କା କମାଇ ପାରିଛି।

Share