ସ୍ତ୍ରୀ-ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଲକ୍ଷ୍ମୀସାଗର ଅଞ୍ଚଳରେ ସ୍ତ୍ରୀ-ସ୍ବାମୀ ରହୁଥିଲେ। ହେଲେ କୌଣସି କାରଣରୁ ସ୍ତ୍ରୀ-ସ୍ବାମୀ ଘରେ ଲାଗିଥିବା ଫ୍ୟାନ୍‌ରେ ଝୁଲିପଡିଲେ। ଏହାଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀ ଗୁରୁତର ହୋଇଥିଲେ। ଉଭୟ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେନେଇ ପୋଲିସ ତଦନ୍ତ ଚଳାଇଛି। ତେବେ ପାରିବାରିକ କଳହ ଲାଗି ଏଭଳି
କରିଥିବା ସନ୍ଦେହ କରାଯାଉଛି ।