Categories: ଫୁରସତ

ବସ୍‌ ଝରକା ପଟେ ସ୍ତ୍ରୀଙ୍କୁ ଏମିତି ଟେକିନେଲେ ସ୍ବାମୀ…

ଯେତେବେଳେ ବି ଆମେ ବସ୍‌ରେ ଯାତ୍ରାକରୁ ମନରେ ସିଟ୍‌ ଟିଏ ପାଇଁ ଚିନ୍ତା ଆସେ। ସିଟ୍‌ ନ ମିଳିଲେ ଆମକୁ ସାରା ରାସ୍ତା ଛିଡାହୋଇ ଯିବାକୁ ପଡେ। ଅନେକ ଥର ଲୋକେ ବିଳମ୍ବରେ ପହଞ୍ଚିଲେ ବସ୍‌ ଫୁଲ୍‌ ହୋଇଯାଇଥାଏ। ଯଦି ସେମାନେ ବସିବା ପାଇଁ ସିଟ ନ ପାଆନ୍ତି, ତେବେ ସେମାନଙ୍କୁ ଛିଡା ହୋଇ ନ ହେଲେ ବସ୍‌ ଉପରେ ବସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳେ। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, ସ୍ବାମୀ ଏବଂ ସ୍ତ୍ରୀ ବସ୍‌ରେ ବସିବା ପାଇଁ ଏଭଳି ଉପାୟ ଅବଲମ୍ବନ କରୁଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଆପଣ ଦେଖିପାରିବେ ଯେ, ଜଣେ ବ୍ୟକ୍ତି ବସ ପଛପଟେ ଝରକା କଡ଼ରେ ଛିଡା ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବାହାରେ ଛିଡ଼ା ହୋଇଥିବା ଦେଖାଯାଏ। ପରେ ମହିଳା ଜଣଙ୍କ ଝରକା ବାହାରୁ ସ୍ବାମୀଙ୍କୁ ଚପଲ ଦେଉଛନ୍ତି। ପରେ ସ୍ବାମୀ ଝରକାପଟୁ ସ୍ତ୍ରୀଙ୍କୁ ବସ୍‌ ଭିତରକୁ ଟେକି ନେଉଥିବା ଦେଖିବାକୁ ମିଳିଛି।

Share