Categories: ଜାତୀୟ

ସାପ ଦ୍ୱାରା ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବାମୀଙ୍କୁ ଦୁଇଥର ଆଜୀବନ କାରାଦଣ୍ଡାଦେଶ…

କୋଲ୍ଲମ,୧୩।୧୦: ସାପ ଦ୍ୱାରା ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀଙ୍କୁ ଏକ କୋର୍ଟ ଦୁଇଥର ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। କେରଳର କୋଲ୍ଲମର ଏକ କୋର୍ଟ ବୁଧବାର ଅଭିଯୁକ୍ତ ସ୍ବାମୀ ପି ସୋରାଜ ଏସ୍‌ କୁମାରଙ୍କ ବୟସକୁ ବିଚାର କରି ମୃତ୍ୟୁଦଣ୍ଡ ନ ଦେଇ ଏଭଳି ଦଣ୍ଡାଦେଶ କରିଛନ୍ତି। ଏହା ସହିତ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୂ ନିର୍ଦ୍ଦେଶ ଦେଇଛନ୍ତିି। ସୋରାଜ ତାଙ୍କ ୨୫ ବୟସ୍କା ସ୍ତ୍ରୀ ଉଥ୍ରାଙ୍କୁ ସାପ କାମୁଡ଼ାରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

କୋର୍ଟ ଏହାକୁ ବିରଳ ମାମଲା ମଧ୍ୟରୁ ଅନ୍ୟତମ ବୋଲି କହିଛନ୍ତି। ଏଭଳି ଅପରାଧୀ ମାନସିକତା ଥିବା ଲୋକଙ୍କୁ ମୃତ୍ୟୁଦଣ୍ଡାଦେଶ ନ କରାଗଲେ ଏହା ସମାଜକୁ ଏକ ଭୁଲ ବାର୍ତ୍ତା ଦେବ ବୋଲି ଅତିରିକ୍ତ ଜିଲା ଦୌରା ଜଜ୍‌ ମନୋଜ ଏମ୍‌ କହିଛନ୍ତି।

ଏବେ ସୋରାଜ୍‌ଙ୍କୁ ୩୨ ବର୍ଷ। ତାଙ୍କ ଆଜୀବନ କାରାଦଣ୍ଠ ପୃଥକ ଭାବେ ଦୁଇଟି ପର୍ଯ୍ୟାୟରେ ୧୭ ବର୍ଷଠାରୁ ଲାଗୁ ହେବ। ଫଳରେ ସରୋଜ ସାରା ଜୀବନ ଏବେ ଜେଲରେ ବିତାଇବେ।

ସ୍ତ୍ରୀ ଶୋଇଥିବା ସମୟରେ ସୋରାଜ ତାଙ୍କ ଉପରେ ନାଗ ସାପ ଛାଡି ଦେଇଥିଲେ। ଉଥ୍ରା ପ୍ରଥମ ସାପ କାମୁଡ଼ାରୁ ସୁସ୍ଥ ହେବାରେ ସଫଳ ହୋଇଥିଲେ, କିନ୍ତୁ ଦ୍ୱିତୀୟ ଥର ତାଙ୍କ ମୃତ୍ୟୁ ଘଟିଥିଲା
ଜିଲା କୋର୍ଟର ରାୟରେ ସନ୍ତୁଷ୍ଟ ନ ଥିବା ଉଥ୍ରାଙ୍କ ମାତାପିତା କହିଛନ୍ତି। ସୋରାଜଙ୍କୁ ମୃତ୍ୟୁଦଣ୍ଡ ପାଇଁ ସେମାନେ କେରଳ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Share