ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କରିଛନ୍ତି ସ୍ବାମୀ। ହତ୍ୟା କରିବା ପରେ ଅଭିଯୁକ୍ତ ଘରର ବାହାର ପଟୁ ତାଲା ପକାଇ ପଳାଇଥିଲେ। ପରେ କୌଣସି ଉପାୟ ନ ପାଇ ଘରଠାରୁ କିଛି ଦୂରରେ ଥିବା ଏକ ଅଟୋ ଭିତରେ ବସି ଅଭିଯୁକ୍ତ ବିଷ ପିଇ ଦେଇଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି ଗିରଫ ସହ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ମୃତ ମହିଳା ହେଲେ ମୋନିକା ଜେନା। ଖବରପାଇ ମଞ୍ଚେଶ୍ୱର ଥାନା ଅଧିକାରୀ, ଜୋନ୍‌ ଏସିପି ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଛାନ୍‌ଭିନ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ବ୍ଲେଡ୍‌, ଗାମୁଛା ଏବଂ ରକ୍ତ ନମୁନା ସଂଗ୍ରହ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ରଣପୁର ଅଞ୍ଚଳର ପ୍ରଦୀପ ଜେନା।
ପୋଲିସ ସୂଚନା ଅନୁସାରେ, ମୃତା ମୋନିକା ଏବଂ ଅଭିଯୁକ୍ତ ପ୍ରଦୀପଙ୍କ ଘର ରଣପୁରରେ। ୯ ବର୍ଷ ତଳେ ଉଭୟ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କ ଏକ ପୁତ୍ର ସନ୍ତାନ ଅଛି। ବିବାହ ପରଠାରୁ ପ୍ରଦୀପଙ୍କ ପରିବାର ଲୋକ ଅଧିକ ଟଙ୍କା ମାଗିବା ସହ ମୋନିକାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ଯେଉଁଥିପାଇଁ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ଏନେଇ ମୋନିକା ନୟାଗଡ଼ ଥାନାରେ ନିର୍ଯାତନା ମାମଲା ରୁଜୁ କରିଥିଲେ। ଏହାପରେ ମୋନିକା କାମ କରିବାକୁ ଚେନ୍ନାଇ ପଳାଇ ଯାଇଥିଲେ। ହେଲେ ପ୍ରଦୀପ ସେଠାକୁ ଯାଇ ମଧ୍ୟ ସ୍ତ୍ରୀଙ୍କୁ ମାରଧର କରୁଥିଲେ। ଫଳରେ ମୋନିକା ଚେନ୍ନାଇରୁ ଫେରି ଆସି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିଲେ। ଅଭିଯୁକ୍ତ ୨ମାସ ତଳେ ମୋନିକା ରହୁଥିବା ଘରକୁ ଆସି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ପୁଅକୁ ଛଡ଼ାଇ ନେଇଥିଲେ। ଏନେଇ ମହିଳା ଥାନାରେ ମୋନିକା ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଇତିମଧ୍ୟରେ ସ୍ବାମୀଙ୍କ ନିର୍ଯାତନାରୁ ବର୍ତ୍ତିବାକୁ ମୋନିକା ମଞ୍ଚେଶ୍ୱରରୁ ଚକେଇଶିଆଣିକୁ ଘର ବଦଳାଇ ଦେଇଥିଲେ। ହେଲେ ପ୍ରଦୀପ ୨ ଦିନ ହେବ ମୋନିକା ନେଇଥିବା ଘର ଖୋଜିବା ପାଇଁ ଚକେଇଶିଆଣିରେ ସ୍ତ୍ରୀଙ୍କ ଫଟୋ ଧରି ବୁଲିଥିଲେ। ଶେଷରେ ଲୋକଙ୍କୁ ପଚାରି ମୋନିକା ରହୁଥିବା ଘର ଠାବ କରିଥିଲେ। ହେଲେ ଘରେ ମୋନିକାଙ୍କ ମା’, ଭଉଣୀଭାଇ ରହୁଥିବାରୁ ସେଠାକୁ ପଶି ହତ୍ୟା କରିବା ସହଜ ନ ଥିବା ପ୍ରଦୀପ ଜାଣିଥିଲେ। ତେଣୁ ସେ ସୋମବାର ମଧ୍ୟାହ୍ନ ୧୨ଟାକୁ ଅପେକ୍ଷା କରିଥିଲେ। ମୋନିକାଙ୍କ ମା’ ଓ ଭଉଣୀଭାଇ କାମ କରିବାକୁ ବାହାରକୁ ଯାଇଥିବାବେଳେ ଅଭିଯୁକ୍ତ ଘର ଭିତରକୁ ପଶି କବାଟ ବାଡ଼େଇଥିଲେ। ମୋନିକା କବାଟ ଖୋଲିବା ପରେ ଅଭିଯୁକ୍ତ ଘର ଭିତରକୁ ଜବରଦସ୍ତି ପଶିଥିଲେ। ଘର ଭିତରେ ମୋନିକାଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପୂର୍ବରୁ ନେଇଥିବା ବ୍ଲେଡରେ ହାତକାଟି ମାରିବାକୁ ହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କ ଭିତରେ ଠେଲା ପେଲା ହେବା ପରେ ଅଭିଯୁକ୍ତ ଏକ ଗାମୁଛା ନେଇ ମୋନିକାଙ୍କ ବେକ ଚାପି ହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କ ପାଟିରେ ଅଭିଯୁକ୍ତ ଆଣିଥିବା ବିଷ ପିଆଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ନ ହେବାରୁ ବ୍ଲେଡ୍‌ରେ ବେକକୁ କାଟି ଦେଇଥିଲେ। ହତ୍ୟା କରିବା ପରେ ଅଭିଯୁକ୍ତ ଏକ ନୂଆ ତାଲା ଆଣି ଘର ବାହାରେ ପକାଇ ପଳାଇଥିଲେ। ପରେ ମୋନିକା ରହୁଥିବା ଘରଠୁ କିଛି ଦୂରରେ ଥିବା ଏକ ଅଟୋରେ ବସି ବିଷ ପିଇ ଦେଇଥିଲେ। ଅପରାହ୍ନ ସାଢେ ୫ଟା ସମୟରେ ମୋନିକାଙ୍କ ମା’ କର୍ମକ୍ଷେତ୍ରରୁ ଫେରିବା ପରେ ଘର ବାହାରେ ନୂଆ ତାଲା ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେ ତାଙ୍କ ପୁଅ ଏବଂ ଝିଅକୁ ଡାକିବା ପରେ ଘରର ତାଲା ଭାଙ୍ଗିଥିଲେ। ଘର ଭିତରେ ଥିବା ଖଟ ଉପରେ ମୋନିକାଙ୍କ ବେକ କଟାଯାଇଥିବା ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବିଷ ପିଇଥିବା ପ୍ରଦୀପଙ୍କୁ ଅଟୋରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।
ସ୍ତ୍ରୀଙ୍କୁ ହତ୍ୟା ପାଇଁ ୩ ଉପାୟ ଆପଣାଇଥିଲେ
ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ, ସ୍ତ୍ରୀ ମୋନିକାଙ୍କୁ ହତ୍ୟା କରିବାକୁ ପ୍ରଦୀପ ୩ ପ୍ରକାର ଉପାୟ ଆପଣାଇଥିଲେ। ପ୍ରଥମେ ହାତ କାଟିବାକୁ ଉଦ୍ୟମ କରି ବିଫଳ ହେବା ପରେ ବେକକୁ ବ୍ଲେଡରେ କାଟିବା ସହ ଗାମୁଛାରେ ତଣ୍ଟି ଚାପି ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ମୃତାଙ୍କ ବେକରେ ଗାମୁଛା ଗୁଡ଼ା ଯାଇଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ମୋନିକାଙ୍କୁ ବିଷ ପିଆଇ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ ଅଭିଯୁକ୍ତ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?