Posted inଅପରାଧ

ଭିଣୋଇ-ସ୍ତ୍ରୀଙ୍କ ଅନୈତିକ ସମ୍ପର୍କରେ ବଳି ପଡ଼ିଲେ ସ୍ବାମୀ

ନୋଏଡ଼ା, ୨୧।୭: ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ଓ ସମ୍ପତ୍ତି ଲୋଭ କାରଣରୁ ଗ୍ରେଟର ନୋଏଡାର ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣାର ଫର୍ଦ୍ଦାଫାଶ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ୍‌ ପଠାଇ ଦେଇଛି। ଘଟଣାଟି ଗ୍ରେଟର ନୋଏଡାର ଫଲେଦା ଗ୍ରାମରେ ଘଟିଛି। ଏହି ଗ୍ରାମର ପ୍ରବୀଣ ନାମକ ଜଣେ ଯୁବକଙ୍କ ଗଳିତ ଶବ ସ୍ଥାନୀୟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହାପରେ ପ୍ରବୀଣଙ୍କ ସ୍ତ୍ରୀ ଥାନାରେ ଏନେଇ ମାମଲା ଦାୟର କରିଥିଲେ। ଏହି ଘଟଣାରେ ପୋଲିସ ପ୍ରବୀଣଙ୍କ ଭିଣୋଇ ବଲ୍‌ବୀରଙ୍କୁ ସନ୍ଦେହରେ ଥାନାକୁ ନେଇ ପଚରା ଉଚରା କରିଥିଲା। ପ୍ରଥମେ ବଲ୍‌ବୀର କଥା ଲୁଚାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଶେଷରେ ୩ ଜଣ ସାଥୀଙ୍କ ସହ ମିଶି ପ୍ରବୀଣଙ୍କୁ ହତ୍ୟା କରିଥିବା ବଲ୍‌ବୀର ପୋଲିସ ଆଗରେ ସ୍ବୀକାର କରିଥିଲା। ଘଟଣାରୁ ଜଣାପଡ଼ିଛି ଯେ, ୪ ବର୍ଷ ତଳେ ପ୍ରବୀଣଙ୍କ ବିବାହ ହୋଇଥିଲା ଏବଂ ତାଙ୍କର କୌଣସି ପିଲାଛୁଆ ନ ଥିଲେ। ଯେଉଁ କାରଣରୁ ପ୍ରବୀଣ ଅଧିକାଂଶ ସମୟ ମଦ ପିଇ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିଥାନ୍ତି। ପ୍ରବୀଣଙ୍କ ସ୍ତ୍ରୀ ଏହି ସମସ୍ୟା କଥା ବଲ୍‌ବୀରଙ୍କୁ ଜଣାଇଥିଲେ। ଏହାରି ସୁଯୋଗରେ ବଲ୍‌ବୀର ପ୍ରବୀଣଙ୍କ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ। ସେହିଭଳି ପ୍ରବୀଣଙ୍କ ନାମରେ ରହିଥିବା କିଛି ଜମି ଉପରେ ମଧ୍ୟ ବଲ୍‌ବୀର ନଜର ପଡ଼ିଥିଲା। ଅବୈଧ ସମ୍ପର୍କ ଓ ସମ୍ପତ୍ତି ଲୋଭରେ ବଲ୍‌ବୀର ସବୁଦିନ ପାଇଁ ପ୍ରବୀଣଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ନିଜର ୩ଜଣ ସହଯୋଗୀଙ୍କୁ ଏକ ଲକ୍ଷ ଟଙ୍କା ସୁପାରିସ ବଦଳରେ ପ୍ରବୀଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଶେଷରେ ଅଗ୍ରୀମ ଆକାରରେ ବଲ୍‌ବୀର ୬୦ ହଜାର ଟଙ୍କା ତାଙ୍କ ସହଯୋଗୀଙ୍କୁ ଦେଇଥିଲେ। ଏହାପରେ ଯୋଜନା ମୁତାବକ ପ୍ରବୀଣଙ୍କୁ ତାଙ୍କ ଫାର୍ମକୁ ନେଇ ପ୍ରଚୁର ମଦ ପିଆଇଥିଲେ। ଏବଂ ନିଶାରେ ଥିବା ଅବସ୍ଥାନରେ ପ୍ରବୀଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ୩ ସୁପାରି କିଲର୍‌ଙ୍କ ସମେତ ବଲ୍‌ବୀର ଓ ପ୍ରବୀଣଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri