ସାର୍କ ସହିତ ଲଢ଼ି ସ୍ତ୍ରୀଙ୍କୁ ଉଦ୍ଧାର କଲେ ସ୍ବାମୀ: ଭିଡ଼ିଓ ଭାଇରାଲ

ସିଡ୍‌ନୀ, ୧୭।୮: ନିଜ ଲୋକଙ୍କ ଜୀବନ ବଞ୍ଚାଇବ ପାଇଁ ମଣିଷ ସବୁ କିଛି କରିପାରେ। ଏହାର ସଦ୍ୟତମ ଉଦାହରଣ ସିଡ୍‌ନୀରେ ଘଟିଛି। ଏଠାରେ ସାର୍କ କବଳରୁ ସ୍ତ୍ରୀଙ୍କୁ ରକ୍ଷା କରିବା ଲାଗି ଜଣେ ସ୍ବାମୀ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶନିବାର ସ୍ଥାନୀୟ ପୋର୍ଟ ମେକଓ୍ବେୟର ସମୁଦ୍ର କୂଳରେ ସର୍ଫିଙ୍ଗ୍‌ କରୁଥିବାବେଳେ ମାର୍କ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କର ଡାହାଣ ଗୋଡ଼କୁ ସାର୍କ ମୁନିଆ ଦାନ୍ତରେ କାମୁଡ଼ି ଧରିଥିଲା। ଏହା ଦେଖି ମାର୍କ ସାର୍କର ମୁହଁକୁ ମୁଥା ମାରିବାରେ ଲାଗିଲେ। ଶେଷରେ ବିଚରା ସାର୍କ ଭୟରେ ସମୁଦ୍ର ଭିତରକୁ ପଳାଇଥିଲା। ଏବେ ମାର୍କଙ୍କ ସାହାସ ନେଇ ଅଷ୍ଟ୍ରେଲିଆରେ ଚର୍ଚ୍ଚା ଜାରି ରହିଛି। ସାର୍କ ସହିତ ମାର୍କଙ୍କ ଲଢ଼େଇର ଭିଡ଼ିଓ ଓ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share