ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଫିଲ୍ମ ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ଖୁବଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଯଦିଓ ଫିଲ୍ମଟି ମୂଳତଃ ମେ ମାସରେ ମୁକ୍ତିଲାଭ କରିବାର ଯୋଜନା ଥିଲା। କିନ୍ତୁ ଆଇପିଏଲ ଯୋଗୁ୍ ନିର୍ମାତା ଏହାକୁ ସ୍ଥଗିତ ରଖିଥିଲେ। ବର୍ତ୍ତମାନ ଫିଲ୍ମଟି ବଡ଼ ପରଦାରେ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଥିବାରୁ, ସାମନ୍ଥା ଜୋରଦାର ପ୍ରଚାର କରୁଛନ୍ତି। ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଏକ ପ୍ରି-ରିଲିଜ୍ କାର୍ଯ୍ୟକ୍ରମ ସମ୍ପ୍ରତି ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମନ୍ଥା ଏବଂ ଚଳଚ୍ଚିତ୍ର ନିର୍ମାତା ତଥା ତାଙ୍କ ସ୍ବାମୀ ରାଜ ନିଦିମୋରୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଦର୍ଶକ ୁ ସାମନ୍ଥାଙ୍କୁ ଆଇ ଲଭ୍ ୟୁ କହିବାକୁ ରାଜ୍ଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ରାଜ୍ ତାହା କରିବାକୁ ମନା କରି କହିଥିଲେ ଏଥିରେ କିଛି ନୂଆ ନାହିଁ। ଯଦିଓ ରାଜ ମଞ୍ଚ ଉପରେ ସାମନ୍ଥାଙ୍କୁ ସାର୍ବଜନୀନ ଭାବରେ ଆଇ ଲଭ୍ ୟୁ କହିବାକୁ ମନା କରିଥିଲେ, ସେ ତାଙ୍କର ପ୍ରଶଂସା କରିବାକୁ ଭୁଲି ନ ଥିଲେ।
ରାଜ୍ କହିଥିଲେ, ଯେତେବେଳେ ଆମେ ତାଙ୍କୁ ଏକ ନୂତନ ଦୃଶ୍ୟ କିମ୍ବା ଦିଗ ସହିତ ପରୀକ୍ଷା କରୁ, ସାମନ୍ଥା ଏପରି କିଛି ପ୍ରଦାନ କରନ୍ତି ଯାହା ମୁଁ ପୂର୍ବରୁ କେବେ ଦେଖିନାହିଁ। ପ୍ରତ୍ୟେକ ଥର ସେ କିଛି ନୂଆ ଉପାୟ ଦେଇଥାନ୍ତି। ସେଥିପାଇଁ ଏତେ ଚମତ୍କାର ଅଭିନେତ୍ରୀଙ୍କ ସହ କାମ କରିବା ମୋ ପାଇଁ ଅତ୍ୟନ୍ତ ରୋମାଞ୍ଚକର।
ଦର୍ଶକମାନେ ଏବେ ଫିଲ୍ମଟି ରିଲିଜ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଜୁନ ୧୯ରେ ସିନେମା ହଲରେ ଆସିବାକୁ ଯାଉଛି। ନିର୍ଦ୍ଦେଶକ ନନ୍ଦିନୀ ରେଡ୍ଡି ପ୍ରଥମେ ସାଇ ପଲ୍ଲବୀଙ୍କୁ ମନରେ ରଖି ଏହି ଫିଲ୍ମର ସ୍କ୍ରିପ୍ଟ ଲେଖିଥିଲେ; କିନ୍ତୁ ସାଇ ତାଙ୍କର ବ୍ୟସ୍ତ ଶୁଟିଂ ସିଡ୍ୟୁଲ ଯୋଗୁ ଏହି ପ୍ରୋଜେକ୍ଟକୁ ନେଇପାରିଲେ ନାହିଁ।