Categories: ଜାତୀୟ

ସ୍ବାମୀ କରଜ ନ ଶୁଝିବାରୁ ସ୍ତ୍ରୀଙ୍କୁ ବଳାତ୍କାର

ପୁଣେ,୨୮ା୭ : ମହାରାଷ୍ଟ୍ରର ପୁଣେ ସହରରେ ଜଣେ ଋଣ ଲଗାଣକାରୀ ଜଣେ ମହିଳାଙ୍କୁ ବଳାତ୍କାର କରିଛନ୍ତି। ମହିଳାଙ୍କ ସ୍ବାମୀ ଅଭିଯୁକ୍ତଙ୍କଠାରୁ ଟଙ୍କା କରଜ ନେଇ ଶୁଝିପାରି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ମହାଜନ ସ୍ବାମୀଙ୍କୁ ଛୁରି ଦେଖାଇ ଧମକ ଦେବା ସହ ତାଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ବଳାତ୍କାର କରିଥିଲେ। ଗତ ଫେବୃୟାରୀରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଉକ୍ତ ବଳାତ୍କାର ସମୟ ଦୃଶ୍ୟକୁ ମୋବାଇଲ ଫୋନ୍‌ରେ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଛାଡ଼ିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇପିସି ଏବଂ ସୂଚନା ପ୍ରଯୁକ୍ତି ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି।

Share