Categories: ଜାତୀୟ

ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପୋଷ୍ଟର ଲଗାଉଥିଲେ ସ୍ବାମୀ, ଚାଲିଗଲା ଜୀବନ

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶର ହରଦୋଇ ଜିଲାର ଗ୍ରାମୀଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ସରପଞ୍ଚ ପଦବୀରେ ଠିଆ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ସ୍ବାମୀଙ୍କର ମୃତ୍ୟ ଘଟିଛି। କାରଣ ଶିଡ଼ି ଲଗାଇ ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟର ଲଗାଉଥିବା ବେଳେ ୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଯାଇଥିଲେ ଏହି ବ୍ୟକ୍ତି। କରେଣ୍ଟ ଲାଗିବାରୁ ସେ ଶିଡ଼ିରୁ ଖସିପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ନାମ ବୀର୍‌ପାଲ। ସେ ତାଙ୍କ ସ୍ତ୍ରୀ ସତ୍ୟବତୀଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ପୋଷ୍ଟର ଲଗାଉଥିଲେ।

Share