Categories: ଫୁରସତ

ଭଲପାଇବା ଦର୍ଶାଇବାକୁ ମଥାରେ ସ୍ବାମୀଙ୍କ ନାମର ଟାଟୁ

ବେଙ୍ଗାଲୁରୁ: ଲୋକେ ସେମାନଙ୍କ ପ୍ରେମକୁ ଜାହିର କରିବାକୁ ଯାଇ ବିଭିନ୍ନ ଉପାୟ ଆପଣେଇଥାନ୍ତି। ନିକଟରେ ଜଣେ ମହିଳା ଏପରି କିଛି କରିଛନ୍ତି। ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଉପହାର ଦେବାକୁ ଯାଇ ନିଜ ମଥାରେ ଏକ ଟାଟୁ କରିଛନ୍ତି। ଯେଉଁଥିରେ ସେ ତାଙ୍କ ସ୍ବାମୀଙ୍କ ନାମ ଲେଖିଛନ୍ତି। ଏହା ପୂର୍ବରୁ ଲୋକେ ହାତ, ଶରୀରର ଅନ୍ୟ ଅଂଶରେ ଟାଟୁ କରିଥିବା ଦେଖିବାକୁ ମିଳିଛି। ହେଲେ ମଥାରେ ଏପରି ଟାଟୁ ବହୁତ କମ୍‌ ଦେଖିବାକୁ ମିଳେ। ଏପରି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଭିଡିଓରେ ମହିଳା ଜଣକ ବସିଥିବାବେଳେ ଟାଟୁ ଆର୍ଟିଷ୍ଟ ତାଙ୍କ ମଥାରେ ସତୀଶ ବୋଲି ଲେଖୁଛନ୍ତି, ଯାହା ମହିଳାଙ୍କ ସ୍ବାମୀଙ୍କ ନାମ। ମହିଳା ଜଣକ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେ କ୍ୟାପ୍‌ଶନରେ ‘ଟ୍ରୁ ଲଭ୍‌’ ବୋଲି ଲେଖିଛନ୍ତି। ଏଥିରେ ଲୋକେ ତାଙ୍କୁ ଅନେକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏପରି କରିବା ମୂର୍ଖତା। ସତ ଭଲ ପାଇବା ଦର୍ଶାଇବା ଆବଶ୍ୟକତା ନ ଥାଏ।

Share