Categories: ଫୁରସତ

କେହି କାହାଠୁ କମ୍‌ ନୁହଁ: ୨୯ ବିବାହ କରିଥିଲେ ସ୍ବାମୀ, ସ୍ତ୍ରୀ ବି ୨୩…

ଆମ ଦେଶରେ ବିବାହ ଏକ ଅତି ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ଏହାକୁ ସାତ ଜନ୍ମର ସମ୍ପର୍କ କୁହାଯାଏ। ଅଧିକାଂଶ ଲୋକ ଏକାଧିକ ବିବାହ କରିଥାନ୍ତି। ଯଦିଓ ବର୍ତ୍ତମାନ ଭାରତରେ ଛାଡ଼ପତ୍ର ମାମଲା ବଢୁଛି ତଥାପି ଗୋଟିଏ ଜୀବନରେ ୨୦-୨୫ ବିବାହ କରିବାକୁ କେହି ସକ୍ଷମ ନୁହନ୍ତି। ଆଜି ଏମିତି ଦମ୍ପତିଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ତ୍ରୀ-ସ୍ବାମୀଙ୍କୁ ଡ୍ରେସ୍‌ ପରି ବଦଳାଇଛନ୍ତି।

ଆମେରିକାର କାଲିଫର୍ନିଆର ରେଡଲାଣ୍ଡର ବାସିନ୍ଦା ଗ୍ଲିନ୍‌ ଓ୍ବଲେ୍‌ଫ ନାମକ ଜଣେ ବ୍ୟକ୍ତି ତାଙ୍କ ଜୀବନରେ ୨୯ଟି ବିବାହ କରିଛନ୍ତି। ସେ ୧୯୨୭ରୁ ବିବାହ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ୧୯୯୬ରେ ଶେଷ ବିବାହ କରିଥିଲେ। ଏହି ବିବାହର ଏକ ବର୍ଷ ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗଲିନ କେବଳ ଜଣେ ସ୍ତ୍ରୀଙ୍କ ସହ କିଛି ସମୟ ବିତାଇବା ପରେ ଦ୍ୱିତୀୟ ବିବାହ କରିଥିଲେ। ସେ ମୋଟ ୪୧ ସନ୍ତାନର ପିତା ଥିଲେ। ସେ ତାଙ୍କର ୨୮ତମ ସ୍ତ୍ରୀଙ୍କ ସହିତ ଦୀର୍ଘ ସମୟ ଅର୍ଥାତ୍‌ ୧୧ବର୍ଷ ପର୍ଯ୍ୟନ୍ତ ରହିଲେ ଏବଂ ତାଙ୍କର ସବୁଠାରୁ କମ୍‌ ବିବାହ ୧୯ଦିନ ଥିଲା।

ଗ୍ଲିନ୍‌ ଓ୍ବଲ୍‌ଫେଙ୍କ ଶେଷ ସ୍ତ୍ରୀଙ୍କ ନାମ ଲିଣ୍ଡା ଓ୍ବଲ୍‌ଫେ ଥିଲା। କୌତୂହଳର ବିଷୟ ହେଉଛି ଯେତେବେଳେ ଲିଣ୍ଡାଙ୍କୁ ବିବାହ କରିଥିଲେ, ଏହା ପୂର୍ବରୁ ସେ ୨୨ଟି ବିବାହ କରିଥିଲେ। ଗଲିନ ସହିତ ଏହା ତାଙ୍କର ୨୩ତମ ବିବାହ ଥିଲା। ଲିଣ୍ଡା ୧୬ ବର୍ଷ ବୟସରୁ ବର ହେବା ଆରମ୍ଭ କରିଥିଲେ। ସେ ଅପରାଧୀଙ୍କଠkାରୁ ଆରମ୍ଭ କରି ଭୂମିହୀନ ପୁରୁଷ, ସଂଗୀତଜ୍ଞ, ପ୍ଲମ୍ବର, ସମସ୍ତଙ୍କ ସହିତ ବିବାହ କରିଥିଲେ। ତାଙ୍କର ସବୁଠାରୁ କମ୍‌ ବିବାହ ୩ ଦିନ ହୋଇଥିବାବେଳେ ସେ ସମାନ ବ୍ୟକ୍ତିଙ୍କୁ ତିନିଥର ବିବାହ କରିଥିଲେ। ଯଦିଓ ତାଙ୍କର ଶେଷ ଯୋଡ଼ି ସମ୍ପୂର୍ଣ୍ଣ ଥିଲା।

Share