ମୁଣ୍ଡକୁ ଚଢ଼ିଗଲା ରାଗ, ପାରିବାରିକ ବିବାଦ ପରେ ସ୍ତ୍ରୀଙ୍କ ବେକ-ମୁଣ୍ଡକୁ ହାଣିଦେଲେ ସ୍ବାମୀ  

ରାୟଗଡା,୨୯।୧(ଆଶିଷ ରଞ୍ଜନ ପଣ୍ଡା)- ପାରିବାରିକ ବିବାଦରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ। ରାୟଗଡା ଜିଲା କୁମ୍ବିକୋଟା ଫାଣ୍ଡି ଅଞ୍ଚଳରେ ପତ୍ନୀ ଶୋଇଥିବା ବେଳେ ସ୍ବାମୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାରୁ ଜଣାପଡିଛି, ରାୟଗଡା ବ୍ଲକ ନାକଟି ପଞ୍ଚାୟତ ଇର୍ପିପୁଟ ଗ୍ରାମର ରଘୁ ମେଲେକା ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ପତ୍ନୀ ମଲତା ମେଲେକାଙ୍କୁ (୫୧) ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। କୌଣସି କାରଣକୁ ନେଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମଲତା ଶୋଇଥିବା ଅବସ୍ଥାରେ ସେ ତାଙ୍କ ବେକ ଓ ମୁଣ୍ଡକୁ ହାଣିଦେଇଥିଲେ । ଘଟଣାସ୍ଥଳରେ ହିଁ ମଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଘଟଣା ସମ୍ପର୍କରେ କୁମ୍ବିକୋଟା ଫାଣ୍ଡିରେ ପରିବାରବର୍ଗ ସୂଚନା ଦେଲାପରେ ଏସଡିପିଓ ଗେରହରୀ ସାହୁ, ଆଇଆଇସି ପ୍ରସନ୍ନ କୁମାର ବେହେରା, ଫାଣ୍ଡି ଅଧିକାରୀ ଗୟାସଉଦ୍ଧିନ ଖାନ ଓ ଅନ୍ୟ ପୋଲିସ ଅଧିକାରୀମାନେ ଆଜି ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା କୁମ୍ବିକୋଟା ଫାଣ୍ଡି ଅଧିକାରୀ ଖାନ ପ୍ରକାଶ କରିଛନ୍ତି। ହତ୍ୟାକାରୀ ସ୍ବାମୀ ରଘୁ ମେଲେକାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ହତ୍ୟାପାଇଁ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ପୋଲିସ ଜବତ କରିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri