ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ଠେଙ୍ଗା ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମାକୁନ ଧନବାରଙ୍କ ସ୍ତ୍ରୀ ପୁଷ୍ପ ଧରବାର(୩୦) । ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷେ ପୁଷ୍ପଙ୍କ ବାପା ଗୁଞ୍ଜଲାଲ ଧନବାରଙ୍କ କହିବା ମୁତାବକ, ଝିଅ-ଜ୍ୱାଇଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା। ଏହାକୁ କେନ୍ଦ୍ର କରି ଜ୍ୱାଇ ଝିଅଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଛି। ବିବାହକୁ ୧୪ ବର୍ଷ ବିତିଯାଇଥିବା ବେଳେ ସେମାନଙ୍କ ୨ଟି ପୁଅ ଏବଂ ଗୋଟିଏ ଝିଅ ଥିବା ଜଣାପଡ଼ିଛି।


