Categories: ଜାତୀୟ

ସ୍ତ୍ରୀକୁ ମାରିଦେଇ ମୃତଦେହ ପାଖରେ ଗେମ୍‌ ଖେଳୁଥିଲେ ସ୍ବାମୀ

ଯୋଧପୁର,୭।୧୨: ରାଜସ୍ଥାନର ଯୋଧପୁରର ମହାମନ୍ଦିର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହ ପାଖରେ ମୋବାଇଲ୍‌ରେ ଗେମ୍‌ କରୁଥିଲେ। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ନିଜେ ପୋଲିସ ଏବଂ ଶ୍ୱଶୁରଙ୍କୁ ଫୋନ କରିଥିଲେ। ଶ୍ୱଶୁରଙ୍କ ଫେଶନ କରି କହିଥିଲେ, ଆପଣଙ୍କ ଝିଅଙ୍କୁ ମୁଁ ହତ୍ୟା କରିଦେଇଛି। ପୋଲିସ ଆସିବାବେଳକୁ ସ୍ତ୍ରୀଙ୍କ ମୃତଦେହ ନିକଟରେ ବସି ଗେମ୍‌ ଖେଳୁଥିଲେ ସ୍ବାମୀ। ଘଟଣାସ୍ଥଳରୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ମାନସିକ ରୋଗ ଯୋଗୁ ସ୍ତ୍ରୀଙ୍କ ହତ୍ୟା କରିଥିବା ପୋଲିସକୁ କହିଥିଲେ। କିନ୍ତୁ କିଛି ସମୟ ପରେ ସେ ପଶ୍ଚାତାପ କରିଥିଲେ ଯେ ସେ ନିଜ ପିଲାମାନଙ୍କଠାରୁ ତାଙ୍କ ମା’ ଛଡାଇ ନେଇଛି। ପୋଲିସ କହିଛି ଯେ, ଅନେକ ଦିନ ହେବ ଅଭିଯୁକ୍ତ ବିକ୍ରମ ବେରୋଜଗାର ଥିଲେ। ତାଙ୍କ ସ୍ତ୍ରୀ ଏକ ସହକାରୀ ଷ୍ଟୋରରେ କାମ କରି ଘର ଚଳାଉଥିଲେ। ଏଥିରେ ବିକ୍ରମ ରାଗିଯାଇଥିଲେ। ସେ ଚାହୁଁ ନ ଥିଲେ ସ୍ତ୍ରୀ ସମ୍ପୃକ୍ତ ସହକାରୀ ଷ୍ଟୋରରେ କାମ କରୁ। ଏହି କାରଣରୁ ସେ ଉତ୍‌କ୍ଷିପ୍ତ ହୋଇ ଏଭଳି କାଣ୍ଡ କରିଥବବା ପୋଲିସ କହିଛି।

Share