କାମ କରିବାକୁ ଯାଇ ସ୍ବାମୀ ନିଖୋଜ, ଖୋଜି ଆଣିବାକୁ ଜିଲା ପ୍ରଶାସନ ନିକଟରେ ଗୁହାରୀ କଲେ ସ୍ତ୍ରୀ

ଛତ୍ରପୁର,୨୦।୬(ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଅନ୍ତର୍ଗତ ପି. ନୂଆଗାଁ ଗ୍ରାମର ମହେନ୍ଦ୍ର ଦାସ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିନଥିବାରୁ ତାଙ୍କୁ ଖୋଜି ବାହାର କରିବା ପାଇଁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ରେଣୁ ଦାସ। ଗତ ୧୪ ମାସ ତଳେ ମହେନ୍ଦ୍ରଙ୍କୁ ସେହି ଗ୍ରାମର ସୁର ଦାସ ନାମକ ଜଣେ ଠିକାଦାର କାମ କରାଇବାକୁ ଗୁଜରାଟ ରାଜ୍ୟକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ମାରପିଟ୍‌ କରାଯାଉଥିବା ସେତେବେଳେ ମହେନ୍ଦ୍ର ନିଜ ସ୍ତ୍ରୀଙ୍କୁ କହିଥିଲେ । ଆଜକୁ ୧୪ ମାସ ହେଲା ରେଣୁ ତାଙ୍କ ସ୍ବାମୀ ମହେନ୍ଦ୍ରଙ୍କ ସହ ଯୋଗାଯୋଗ କରିନଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି। ଏନେଇ ପୂର୍ବରୁ ବେଗୁନିଆପଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ରେଣୁ ଦାସ ଅଭିଯୋଗ କରିଛନ୍ତି । ରେଣୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ୩ ଝିଅ ଓ ଗୋଟାଏ ପୁଅକୁ ଧରି କଷ୍ଟରେ ଚଳୁଥିବାବେଳେ ତାଙ୍କ ସ୍ବାମୀଙ୍କୁ ଖୋଜି ବାହାର କରିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । ଆଜି ରେଣୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲାପାଳଙ୍କ ଅନୁପସ୍ଥିତିରେ ଛତ୍ରପୁର ଶ୍ରମ ଅଧିକାରିଣୀ ବର୍ଷା ରାଣୀ ଜେନାଙ୍କୁ ଭେଟି ଗୁହାରୀ କରିଛନ୍ତି ।

Odisha’s No.1 Odia Daily

Share