ସାଇବର ଠକେଇର ଶିକାର ସ୍ତ୍ରୀଙ୍କୁ ତଲାକ୍‌ ଦେଲେ ସ୍ବାମୀ

ଡେରାବିଶ,୮ା୪(ସ୍ବ.ପ୍ର.): ସାଇବର ଠକେଇର ଶିକାର ହୋଇଥିବା ଜଣେ ମହିଳାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ବାବୁରାମପାଟଣା ଗଁାରେ ଏହି ଘଟଣା ଘଟିଛି। ଗଁାର ଶେଖ୍‌ ରାଜିଦଙ୍କ ସ୍ତ୍ରୀ ଜମରୁନ୍‌ ବିବି ସାଇବର ଠକେଇର ଶିକାର ହୋଇ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ବାମୀ ରାଜିଦ୍‌ ତଲାକ୍‌ ଦେବା ପରେ ଜମରୁନ ଭରଣପୋଷଣ ପାଇଁ ଥାନାରେ ପୁଣି ଏକ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରାଜିଦ ରାଜ୍ୟ ବାହାରେ ଚାକିରି କରନ୍ତି। କିଛି ମାସ ପୂର୍ବରୁ ଜମରୁନଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ ରବି ଶର୍ମା ନାମକ ଜଣେ ବ୍ୟକ୍ତି ଫ୍ରେଣ୍ଡ୍‌ ରିକ୍ୟୁଷ୍ଟ ପଠାଇଥିଲେ। ଜମରୁନ ଏହି ତାହାକୁ ଗ୍ରହଣ କରିଥିଲେ। ଫେସ୍‌ବୁକ୍‌ରେ ଚାଟିଂରୁ ରବି ଏବଂ ଜମରୁନ୍‌ଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ଜମରୁନଙ୍କୁ ଆଇଫୋନ୍‌, ସୁନାହାର, ଫ୍ରିଜ୍‌ ଆଦି ସାମଗ୍ରୀ ଗିଫ୍ଟ ଦେବାକୁ ରବି କହିଥିଲେ। ହେଲେ ଏହି ସାମଗ୍ରୀଗୁଡ଼ିକର ଦାମ୍‌ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବାରୁ ଇନ୍‌କମ୍‌ ଟ୍ୟାକ୍ସ ଓ କୋରିୟର ଚାର୍ଜ ବାବଦରେ ୧ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଉକ୍ତ ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ରବି ଜମରୁନ୍‌ଙ୍କୁ କହିଥିଲେ। ଏଥିରେ ଜମରୁନ୍‌ ରାଜି ହୋଇ ରବି ଓ ତାଙ୍କ ସହଯୋଗୀ ଆଶିଷ ପାଣ୍ଡେଙ୍କ ପେଟିଏମ୍‌ ଓ ଆକାଉଣ୍ଟକୁ ୧ଲକ୍ଷ ୭୦ ହଜାର ଟଙ୍କା ପଠାଇଥିଲେ। ଟଙ୍କା ପଠାଇବାର ଦୀର୍ଘଦିନ ପରେ ମଧ୍ୟ ଗିଫ୍ଟ ନ ଆସିବାରୁ ଜମରୁନଙ୍କ ସନ୍ଦେହ ହୋଇଥିଲା। ସେ ଯୋଗାଯୋଗ କରିବାରୁ ରବି ଆହୁରି ୫ ହଜାର ଟଙ୍କା ମାଗିଥିଲେ। ରବି ତାଙ୍କୁ ଠକି ଦେଇଥିବା ଅନୁଭବ କରି ଜମରୁନ ପ୍ରଥମେ ଗତ ମାର୍ଚ୍ଚ ୧୦ରେ କ୍ରାଇମବ୍ରାଞ୍ଚକୁ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ। କାର୍ଯ୍ୟାଳୟ ଆସି ଅଭିଯୋଗ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ତେବେ ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇ ନ ପାରି କେନ୍ଦ୍ରାପଡ଼ା ସଦର ଥାନାରେ ଗତ ମାର୍ଚ୍ଚ ୧୩ରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ନଂ.୨୪୭/୨୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ସ୍ବାମୀ ରାଜିଦ୍‌ ସମସ୍ତ ବିଷୟ ଜାଣିବା ପରେ ଜମରୁନ୍‌ଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ଗତ ୧ ତାରିଖରେ ତଲାକ୍‌ ଦେଇ ସମ୍ପର୍କ ତୁଟାଇ ଦେଇଛନ୍ତି। ଏ ନେଇ ଜମରୁନ୍‌ ଭରଣପୋଷଣ ଦାବି କରି ଗତ ୫ ତାରିଖରେ ସଦର ଥାନାରେ ରାଜିଦ୍‌ଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ୬ ତାରିଖରେ ୩୦୦/୨୩ ନମ୍ବରରେ ମାମଲା ରୁଜୁ କରିଛି। ଜମରୁନ୍‌ ଅଭିଯୋଗରେ ଦର୍ଶାଇଛନ୍ତି, ରାଜିଦ୍‌ ଦୀର୍ଘବର୍ଷ ହେବ ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି। ତାଙ୍କର ୧୩, ୧୪ ବର୍ଷର ୨ଟି ପୁଅ ଓ ୫, ୭ ବର୍ଷର ୨ଟି ଝିଅଙ୍କୁ କିପରି ପ୍ରତିପୋଷଣ କରିବେ ବୋଲି ସେ କହିଛନ୍ତି। ସାଇବର ଠକାମି ସମ୍ପର୍କରେ ଜମରୁନ କହିଛନ୍ତି, ଅଧିକ ଟଙ୍କାର ଗିଫ୍ଟ ଆଶାରେ ସେ ନିଜ ଭଉଣୀ ଓ ଅନ୍ୟ ସମ୍ପର୍କୀୟଙ୍କଠାରୁ ଧାରକରଜ କରି ୧ଲକ୍ଷ ୭୦ ହଜାର ଟଙ୍କା ଡିପୋଜିଟ୍‌ କରିଛନ୍ତି। ଘର ଚଳିବା ପାଇଁ ଏପରିକି ପିଲାଙ୍କ ପାଠ ପଢ଼ିବାକୁ ସ୍ବାମୀ କେବେ ବି ଘରକୁ ଟଙ୍କାଟିଏ ଦେଉ ନ ଥିଲେ। କୌଣସି ଆଲୋଚନା ନ କରି ଘଟଣା ସମ୍ପର୍କରେ ନ ବୁଝି, ତାଙ୍କୁ ତଲାକ୍‌ ଦେବା ଫଳରେ ୪ ଛୁଆଙ୍କୁ ଧରି ନିଜ ବାପଘରେ ଆଶ୍ରୟ ନେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri