ସାଇବର ଠକେଇର ଶିକାର ସ୍ତ୍ରୀଙ୍କୁ ତଲାକ୍‌ ଦେଲେ ସ୍ବାମୀ

ଡେରାବିଶ,୮ା୪(ସ୍ବ.ପ୍ର.): ସାଇବର ଠକେଇର ଶିକାର ହୋଇଥିବା ଜଣେ ମହିଳାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ବାବୁରାମପାଟଣା ଗଁାରେ ଏହି ଘଟଣା ଘଟିଛି। ଗଁାର ଶେଖ୍‌ ରାଜିଦଙ୍କ ସ୍ତ୍ରୀ ଜମରୁନ୍‌ ବିବି ସାଇବର ଠକେଇର ଶିକାର ହୋଇ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ବାମୀ ରାଜିଦ୍‌ ତଲାକ୍‌ ଦେବା ପରେ ଜମରୁନ ଭରଣପୋଷଣ ପାଇଁ ଥାନାରେ ପୁଣି ଏକ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରାଜିଦ ରାଜ୍ୟ ବାହାରେ ଚାକିରି କରନ୍ତି। କିଛି ମାସ ପୂର୍ବରୁ ଜମରୁନଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ ରବି ଶର୍ମା ନାମକ ଜଣେ ବ୍ୟକ୍ତି ଫ୍ରେଣ୍ଡ୍‌ ରିକ୍ୟୁଷ୍ଟ ପଠାଇଥିଲେ। ଜମରୁନ ଏହି ତାହାକୁ ଗ୍ରହଣ କରିଥିଲେ। ଫେସ୍‌ବୁକ୍‌ରେ ଚାଟିଂରୁ ରବି ଏବଂ ଜମରୁନ୍‌ଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ଜମରୁନଙ୍କୁ ଆଇଫୋନ୍‌, ସୁନାହାର, ଫ୍ରିଜ୍‌ ଆଦି ସାମଗ୍ରୀ ଗିଫ୍ଟ ଦେବାକୁ ରବି କହିଥିଲେ। ହେଲେ ଏହି ସାମଗ୍ରୀଗୁଡ଼ିକର ଦାମ୍‌ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବାରୁ ଇନ୍‌କମ୍‌ ଟ୍ୟାକ୍ସ ଓ କୋରିୟର ଚାର୍ଜ ବାବଦରେ ୧ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଉକ୍ତ ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ରବି ଜମରୁନ୍‌ଙ୍କୁ କହିଥିଲେ। ଏଥିରେ ଜମରୁନ୍‌ ରାଜି ହୋଇ ରବି ଓ ତାଙ୍କ ସହଯୋଗୀ ଆଶିଷ ପାଣ୍ଡେଙ୍କ ପେଟିଏମ୍‌ ଓ ଆକାଉଣ୍ଟକୁ ୧ଲକ୍ଷ ୭୦ ହଜାର ଟଙ୍କା ପଠାଇଥିଲେ। ଟଙ୍କା ପଠାଇବାର ଦୀର୍ଘଦିନ ପରେ ମଧ୍ୟ ଗିଫ୍ଟ ନ ଆସିବାରୁ ଜମରୁନଙ୍କ ସନ୍ଦେହ ହୋଇଥିଲା। ସେ ଯୋଗାଯୋଗ କରିବାରୁ ରବି ଆହୁରି ୫ ହଜାର ଟଙ୍କା ମାଗିଥିଲେ। ରବି ତାଙ୍କୁ ଠକି ଦେଇଥିବା ଅନୁଭବ କରି ଜମରୁନ ପ୍ରଥମେ ଗତ ମାର୍ଚ୍ଚ ୧୦ରେ କ୍ରାଇମବ୍ରାଞ୍ଚକୁ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ। କାର୍ଯ୍ୟାଳୟ ଆସି ଅଭିଯୋଗ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ତେବେ ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇ ନ ପାରି କେନ୍ଦ୍ରାପଡ଼ା ସଦର ଥାନାରେ ଗତ ମାର୍ଚ୍ଚ ୧୩ରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ନଂ.୨୪୭/୨୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ସ୍ବାମୀ ରାଜିଦ୍‌ ସମସ୍ତ ବିଷୟ ଜାଣିବା ପରେ ଜମରୁନ୍‌ଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ଗତ ୧ ତାରିଖରେ ତଲାକ୍‌ ଦେଇ ସମ୍ପର୍କ ତୁଟାଇ ଦେଇଛନ୍ତି। ଏ ନେଇ ଜମରୁନ୍‌ ଭରଣପୋଷଣ ଦାବି କରି ଗତ ୫ ତାରିଖରେ ସଦର ଥାନାରେ ରାଜିଦ୍‌ଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ୬ ତାରିଖରେ ୩୦୦/୨୩ ନମ୍ବରରେ ମାମଲା ରୁଜୁ କରିଛି। ଜମରୁନ୍‌ ଅଭିଯୋଗରେ ଦର୍ଶାଇଛନ୍ତି, ରାଜିଦ୍‌ ଦୀର୍ଘବର୍ଷ ହେବ ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି। ତାଙ୍କର ୧୩, ୧୪ ବର୍ଷର ୨ଟି ପୁଅ ଓ ୫, ୭ ବର୍ଷର ୨ଟି ଝିଅଙ୍କୁ କିପରି ପ୍ରତିପୋଷଣ କରିବେ ବୋଲି ସେ କହିଛନ୍ତି। ସାଇବର ଠକାମି ସମ୍ପର୍କରେ ଜମରୁନ କହିଛନ୍ତି, ଅଧିକ ଟଙ୍କାର ଗିଫ୍ଟ ଆଶାରେ ସେ ନିଜ ଭଉଣୀ ଓ ଅନ୍ୟ ସମ୍ପର୍କୀୟଙ୍କଠାରୁ ଧାରକରଜ କରି ୧ଲକ୍ଷ ୭୦ ହଜାର ଟଙ୍କା ଡିପୋଜିଟ୍‌ କରିଛନ୍ତି। ଘର ଚଳିବା ପାଇଁ ଏପରିକି ପିଲାଙ୍କ ପାଠ ପଢ଼ିବାକୁ ସ୍ବାମୀ କେବେ ବି ଘରକୁ ଟଙ୍କାଟିଏ ଦେଉ ନ ଥିଲେ। କୌଣସି ଆଲୋଚନା ନ କରି ଘଟଣା ସମ୍ପର୍କରେ ନ ବୁଝି, ତାଙ୍କୁ ତଲାକ୍‌ ଦେବା ଫଳରେ ୪ ଛୁଆଙ୍କୁ ଧରି ନିଜ ବାପଘରେ ଆଶ୍ରୟ ନେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri