କରୋନାକୁ ଡରି ସ୍ତ୍ରୀଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଥିଲେ ସ୍ବାମୀ, ଶେଷରେ କୋର୍ଟରେ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବାସ୍ତବରେ କରୋନା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏକ ଦମ୍ପତି। ତେବେ ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ବଜାୟ ରଖିଥିଲେ। ଏଭଳି ପରିସ୍ଥିତିରେ ସ୍ତ୍ରୀ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡ଼ପତ୍ର ଦାବି କରିଥିଲେ। ସ୍ତ୍ରୀ ସନ୍ଦେହ ପ୍ରକାଶ କରିବା ପରେ ମାମଲା ରୁଜୁ ହୋଇଥିଲା। ଏହା ପରେ ସ୍ବାମୀଙ୍କୁ ତାଙ୍କ ପୁରୁଷତ୍ୱର ପ୍ରମାଣ ଦେବାକୁ ପଡ଼ିଛି। ପରେ ସମସ୍ୟାର ସମାଧାନ ହୋଇଛି।

ସୂଚନା ଅନୁଯାୟୀ, ଜୁନ୍‌ ୨୯ରେ କରୋନା ସମୟରେ ଭୋପାଳର ଜଣେ ଯୁବକ ବିବାହ କରିଥିଲେ। ସେହି ସମୟ ମଧ୍ୟରେ ଶ୍ୱଶୁର ଘର ଲୋକଙ୍କୁ କରୋନା ହୋଇଥିଲା। ଯେଉଁଥିପାଇଁ ସେ କରୋନାକୁ ଭୟ କରୁଥିଲେ ଏବଂ ତାଙ୍କ ନବବିବାହିତା ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ରକ୍ଷା କରୁଥିଲେ। ଏହାଦ୍ୱାରା ତାଙ୍କ ସ୍ତ୍ରୀ ବହୁତ ରାଗିଗଲେ ଏବଂ ବାପଘରକୁ ଚାଲିଗଲେ।

ସ୍ତ୍ରୀ ଆଣିଲେ ଏହି ଅଭିଯୋଗ:

କୁହାଯାଉଛି, ଡିସେମ୍ବର ୨ରେ ସ୍ତ୍ରୀ ତାଙ୍କ ବାପଘରକୁ ଯିବାର ପ୍ରାୟ ୫ ମାସ ପରେ ଭୋପାଳ ପ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସେ କହିଥିଲେ ଯେ ମୋ’ ସ୍ବାମୀ ଫୋନ୍‌ରେ ଭଲ କଥା ହୁଅନ୍ତି, କିନ୍ତୁ ତାଙ୍କ ପାଖକୁ କେବେ ଆସନ୍ତି ନାହିଁ। ଏ ବିଷୟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ବହୁତ ବିବାଦ ଲାଗି ରହିଥିଲା। କିନ୍ତୁ କୌଣସି ସମାଧାନର ରାସ୍ତା ମିଳି ନ ଥିଲା। ଏଭଳି ପରିସ୍ଥିତିରେ ପରିବାର କୋର୍ଟରେ କାଉନସେଲିଂ କରାଯାଇଥିଲା।

ସ୍ବାମୀଙ୍କୁ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ:

ସୂଚନା ଅନୁଯାୟୀ, ଛାଡ଼ପତ୍ର ଆବେଦନପତ୍ରରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ନଂପୁସକ ବୋଲି କହିଥିଲେ। ଫଳରେ ସ୍ବାମୀ ଜଣଙ୍କୁ ଡାକ୍ତରୀ ଚିକିତ୍ସା କରିବାକୁ କୁହାଯାଇଥିଲା। ଏଭଳି ପରିସ୍ଥିତିରେ ସ୍ବାମୀ ତାଙ୍କର ଡାକ୍ତରୀ ପରୀକ୍ଷା କରି କୋର୍ଟରେ ନିଜର ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ପରେ ମହିଳାଙ୍କ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ କୋର୍ଟ ଉଭୟଙ୍କୁ ବୁଝାଇଥିଲେ ଏବଂ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ଶାଶୁଘରକୁ ଯାଇଛନ୍ତି।

ପଚରାଉଚରା ସମୟରେ ସ୍ବାମୀ ଜଣଙ୍କ କୋର୍ଟଙ୍କୁ କହିଥିଲେ ଯେ, ବିବାହ ସମୟରେ ତାଙ୍କ ସ୍ତ୍ରୀଙ୍କ ପରିବାର ଲୋକେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରି ପରିସ୍ଥିତିରେ ସେ ଭୟ କରୁଥିଲେ ଯେ କାଳେ ତାଙ୍କ ସ୍ତ୍ରୀ ବି କରୋନା ସଂକ୍ରମିତ ହୋଇପାରନ୍ତି। ଏହି କାରଣରୁ ସେ ସ୍ତ୍ରୀଙ୍କ ନିକଟକୁ ଯାଉ ନ ଥିଲେ।

Share