ପାରିବାରିକ କଳହ ନେଲା ଜୀବନ: ସ୍ତ୍ରୀଙ୍କ ଓଢ଼ଣୀ ଲଗାଇ ସ୍ବାମୀଙ୍କ ଆତ୍ମହତ୍ୟା

ପାଟଣା,୧୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକ ମଙ୍ଗଳବାର ପୂର୍ବାହ୍ନରେ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଛନ୍ତି। ସେ ସ୍ତ୍ରୀଙ୍କ ଓଢ଼ଣୀ ଯୋଗେ ବେକରେ ଫାଶୀ ଲଗାଇ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ପଲଟୁ ନାଏକ।

ସୂଚନାନୁଯାୟୀ, କୌଣସି କାରଣକୁ ନେଇ ପଲଟୁଙ୍କର ସ୍ତ୍ରୀଙ୍କ ସହ ବଚସା ହୋଇଥିଲା। ଏହାପରେ ଓଲଟୁ ଓଢ଼ଣୀ ଲଗାଇ ଘରେ ଝୁଲି ପଡ଼ିଥିଲେ। ପରିବାରଲୋକେ ବଞ୍ଚିଥିବା ଭାବି ଆମ୍ବୁଲାନ୍ସରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ତଦନ୍ତ ହେଉଥିବା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି।